ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଦିଲ୍ଲୀର ୫ଟି ବଡ଼ ସ୍କୁଲକୁ ମିଳିଲା ବୋମା ଧମକ

0

ନୂଆଦିଲ୍ଲୀ; ଭାରତର ରାଜଧାନୀ ଦିଲ୍ଲୀର ଏକା ସାଙ୍ଗରେ ୫ଟି ଜଣାଶୁଣା ସ୍କୁଲକୁ ମିଳିଛି ବୋ‌ମା ଧମକ। ବୁଧବାର ସକାଳୁ ଏହି ଧମକ ମିଳିଛି। ଏହା ପରେ ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି। ଇମଲେ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିବାପରେ ପୋଲିସ ତୁରନ୍ତ ସ୍କୁଲ ଗୁଡିକରେ ପହଞ୍ଚି ଛାନ୍‌ ଭିନ୍ କରିଥିଲା। ହେଲେ କୌଣସି ସ୍କୁଲରେ ବି କିଛି ମିଳିନଥିଲା।

ତେବେ ବୋମା ଧମକ ମିଳିଥିବା ଉକ୍ତ ୫ଟି ସ୍କୁଲ ହେଲା ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲ, ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର, ହୌଜ ଖାସ୍। ଏହି ସ୍କୁଲ ଗୁଡିକୁ ଭୋର ୪ଟା ରୁ ସକାଳ ୮.୩୦ ମଧ୍ୟରେ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଥିଲା ଯେ, “ଶୁଭ ସକାଳ। ବିସ୍ଫୋରକ ଉପକରଣଗୁଡ଼ିକୁ ବ୍ୟାଗ ଭିତରେ ଲୁଚାଇ ସ୍କୁଲର ଶ୍ରେଣୀଗୃହରେ ରଖାଯାଇଛି। ଏହା ଅତ୍ୟନ୍ତ ଗମ୍ଭୀର। ତୁମ ସମସ୍ତଙ୍କୁ ପାପର ଫଳ ଭୋଗିବାକୁ ପଡ଼ିବ।”

ତେବେ ଏହି ଧମକପୂର୍ଣ୍ଣ ଇମେଲଟି କିଏ ପଠାଇଥିଲା ବୋଲି ଯାଞ୍ଚ କରାଯିବା ପରେ ଏହା ଜର୍ମାନୀରୁ ଆସିଛି ବୋଲି ଜଣାପଡ଼ିଛି। ହେଲେ ପୋଲିସ ସନ୍ଦେହ କରୁଛି ଯେ, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ) ବ୍ୟବହାର କରି ଅଭିଯୁକ୍ତ ନିଜ ପ୍ରକୃତ ସ୍ଥାନକୁ ଲୁଚାଇ ରଖିଥାଇପାରେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ।

ଦନ୍ତରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୁଧବାର ଆସିଥିବା ଧମକପୂର୍ଣ୍ଣ ଇମେଲଗୁଡ଼ିକର ଆଇପି ଠିକଣା ଏକ ଜର୍ମାନ ନେଟୱାର୍କକୁ ସୂଚିତ କରୁଛି। ଇମେଲ୍ ଆକାଉଣ୍ଟଟି ମଧ୍ୟ ଜର୍ମାନୀ-ଭିତ୍ତିକ ପ୍ରଦାନକାରୀଙ୍କ ସହ ଲିଙ୍କ୍ ଥିବା ଜଣାଯାଇଛି।

Leave A Reply

Your email address will not be published.