ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ମଦୁଆ ଡ୍ରାଇଭର ସାବଧାନ୍‍!

0

ଶୁକ୍ରବାର ସନ୍ଧ୍ୟାରୁ ଡିଜିଙ୍କ ନିର୍ଦେଶରେ ଧରପଗଡ
ସରକାରଙ୍କ ଉପରେ ଚାପ ବଢିଲା
ପୁଲିସର ଆଚରଣ କମିସନରଙ୍କ ପାଇଁ ବିପଦ

ଭୁବନେଶ୍ୱର: ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଆଜି ଗଣମାଧ୍ୟମକୁ କହିଛନ୍ତି, ମଦ ପିଇ ଗାଡି ଚଳାଇଲେ ଏଣିକି ଡ୍ରାଇଭର ବନ୍ଧା ହେବେ । ରାଜ୍ୟର ସମସ୍ତ ୧୪ଟି ଯାକ ଟୋଲଗେଟରେ ଶୁକ୍ରବାର ସନ୍ଧ୍ୟା ପରଠାରୁ ଧରପଗଡ ଆରମ୍ଭ ହେବ । ଏ ନେଇ ସର୍କୁଲାର ଜାରି କରାଯାଇଛି । ପୁଲିସ ମହାନିର୍ଦେଶକଙ୍କ ଏଭଳି ସୂଚନା ମଦୁଆ ଡ୍ରାଇଭରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ପୁଲିସର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି ।

ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ବିଭାଗ ମଦୁଆଙ୍କ ବିରୋଧରେ ଧରପଗଡ ଚଳାଇଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ଜାତୀୟ ରାଜପଥ ପାର୍ଶ୍ୱରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି କେମିତି । ପ୍ରଥମେ ସରକାର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମଦ ଦୋକାନ ବନ୍ଦ ନେଇ ପଦକ୍ଷେପ ନେବା ଦରକାର । କେବଳ ସେତିକି ନୁହେଁ, ବିଭିନ୍ନ ଟୋଲଗେଟ୍‍ରେ ଏବେ ଯାନବାହାନ ୫ରୁ ୧୦ ମିନିଟ୍‍ ଯାଏ ଅଟକି ରହୁଛି । ଗୋଟିଏ ଗୋଟିଏ ସମୟରେ ଏହି ଅବଧି ଆହୁରି ବଢୁଛି । ଏବେ ଟୋଲଗେଟରେ ଯଦି ପୁଲିସ ଚେକିଂ କରେ, ତେବେ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ପୁଲିସ ମହାନିର୍ଦେଶକ ଏ ନେଇ ପଦକ୍ଷେପ ନେବା ଲାଗି ମଧ୍ୟ ମତ ପ୍ରକାଶ ପାଇଲାଣି ।

କୌତୂହଳର କଥା, କେନ୍ଦ୍ର ସରକାରଙ୍କ ପରିବହନ କଟକଣାକୁ ଖୋଦ୍‍ ବିଜେପି ରାଜ୍ୟମାନେ ଲାଗୁ କରିନାହାନ୍ତି । ଆଗପଛ ନ ବିଚାରି ତଥା ଭିତ୍ତିଭୂମି ନ ପରଖି କେନ୍ଦ୍ରକୁ ଖୁସି କରିବା ଲାଗି ଓଡ଼ିଶା ସରକାର ହଁ ମାରିଛନ୍ତି । ଏବେ ଭିତ୍ତିଭୂମି ସମସ୍ୟା ଏହି ଧରପଗଡକୁ ଏମିତି ଏକ ସ୍ଥିତିକୁ ଟାଣିନେଇଗଲେଣି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ବଢିବାରେ ଲାଗିିଛି । ପୁଲିସ ଓ ରାଜ୍ୟ ପରିବହନ ଅଧିକାରୀ ଯେତିକି ଅଧିକ ଧରପଗଡ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱର ସେତିକି ତୀବ୍ର ହେବାରେ ଲାଗିଛି । ଲୋକେ ପୁଲିସ ବା ଆରଟିଓକୁ ଦୋଷ ନ ଦେଇ ସରକାର ବିରୋଧରେ ଗର୍ଜିଲେଣି । କାରଣ, ଧରପଗଡ ଆଳରେ ପୁଲିସ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଜୋର ଜବରଦସ୍ତ ରାସ୍ତାରୁ ଟାଣି ନେଉଛି ଓ ଗାଳି ମନ୍ଦ କରୁଛି । ପୁଲିସର ଏଭଳି ପରିବର୍ତିତ ଆଚରଣ ଲାଗି ଲୋକେ ନୂଆ ପୁଲିସ କମିସନରଙ୍କ ଆଡକୁ ଆଙ୍ଗୁଳି ଉଠାଇଲେଣି । ଆଇନଶୃଙ୍ଖଳା ନେଇ କଟକଣା ପାଇଁ ଯେତିକି ଅସନ୍ତୋଷନାହିଁ,ପୁଲିସର ଜୁଲମକୁ ନେଇ ବେଶୀ ପ୍ରତିକ୍ରିୟା ପ୍ରକାଶ ପାଉଛି । ଲୋକଙ୍କ ପୁଲିସ କଥା କମିସନର କହୁଥିବା ବେଳେ ଅଧିକାରୀଙ୍କ ଆଚରଣ ତାର ପରିପନ୍ଥୀ ।

ଏଠାରେ ଉଲ୍ଲେଖଥାଉକି, ପୁଲିସ ଚେକିଂ କ୍ଷେତ୍ରରେ କଟକଣା କିଛିଟା କୋହଳ କରିଛି । ପରିବହନ ସଚିବ ମଧ୍ୟ ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ ଅବଧିକୁ ମାସେ ଯାଏ କୋହଳ କରିଛନ୍ତି । ତଥାପି ଜନ ଅସନ୍ତୋଷ କମୁନି । ଶୁକ୍ରବାର ଆଇନକୁ ତରବରିଆ ଭାବେ ପ୍ରଣୟନ କରାନଯିବା ଓ ଲୋକଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦାବିରେ ଆଗାମୀ ଓଡ଼ିଶା ସଂସ୍ଥା ନିରବ ପ୍ରତିବାଦ କରିବାକୁ ଡାକରା ଦେଇଛି ।

Leave A Reply

Your email address will not be published.