ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମଦୁଆ ଡ୍ରାଇଭର ସାବଧାନ୍‍!

0

ଶୁକ୍ରବାର ସନ୍ଧ୍ୟାରୁ ଡିଜିଙ୍କ ନିର୍ଦେଶରେ ଧରପଗଡ
ସରକାରଙ୍କ ଉପରେ ଚାପ ବଢିଲା
ପୁଲିସର ଆଚରଣ କମିସନରଙ୍କ ପାଇଁ ବିପଦ

ଭୁବନେଶ୍ୱର: ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଆଜି ଗଣମାଧ୍ୟମକୁ କହିଛନ୍ତି, ମଦ ପିଇ ଗାଡି ଚଳାଇଲେ ଏଣିକି ଡ୍ରାଇଭର ବନ୍ଧା ହେବେ । ରାଜ୍ୟର ସମସ୍ତ ୧୪ଟି ଯାକ ଟୋଲଗେଟରେ ଶୁକ୍ରବାର ସନ୍ଧ୍ୟା ପରଠାରୁ ଧରପଗଡ ଆରମ୍ଭ ହେବ । ଏ ନେଇ ସର୍କୁଲାର ଜାରି କରାଯାଇଛି । ପୁଲିସ ମହାନିର୍ଦେଶକଙ୍କ ଏଭଳି ସୂଚନା ମଦୁଆ ଡ୍ରାଇଭରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ପୁଲିସର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି ।

ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ବିଭାଗ ମଦୁଆଙ୍କ ବିରୋଧରେ ଧରପଗଡ ଚଳାଇଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ଜାତୀୟ ରାଜପଥ ପାର୍ଶ୍ୱରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି କେମିତି । ପ୍ରଥମେ ସରକାର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମଦ ଦୋକାନ ବନ୍ଦ ନେଇ ପଦକ୍ଷେପ ନେବା ଦରକାର । କେବଳ ସେତିକି ନୁହେଁ, ବିଭିନ୍ନ ଟୋଲଗେଟ୍‍ରେ ଏବେ ଯାନବାହାନ ୫ରୁ ୧୦ ମିନିଟ୍‍ ଯାଏ ଅଟକି ରହୁଛି । ଗୋଟିଏ ଗୋଟିଏ ସମୟରେ ଏହି ଅବଧି ଆହୁରି ବଢୁଛି । ଏବେ ଟୋଲଗେଟରେ ଯଦି ପୁଲିସ ଚେକିଂ କରେ, ତେବେ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ପୁଲିସ ମହାନିର୍ଦେଶକ ଏ ନେଇ ପଦକ୍ଷେପ ନେବା ଲାଗି ମଧ୍ୟ ମତ ପ୍ରକାଶ ପାଇଲାଣି ।

କୌତୂହଳର କଥା, କେନ୍ଦ୍ର ସରକାରଙ୍କ ପରିବହନ କଟକଣାକୁ ଖୋଦ୍‍ ବିଜେପି ରାଜ୍ୟମାନେ ଲାଗୁ କରିନାହାନ୍ତି । ଆଗପଛ ନ ବିଚାରି ତଥା ଭିତ୍ତିଭୂମି ନ ପରଖି କେନ୍ଦ୍ରକୁ ଖୁସି କରିବା ଲାଗି ଓଡ଼ିଶା ସରକାର ହଁ ମାରିଛନ୍ତି । ଏବେ ଭିତ୍ତିଭୂମି ସମସ୍ୟା ଏହି ଧରପଗଡକୁ ଏମିତି ଏକ ସ୍ଥିତିକୁ ଟାଣିନେଇଗଲେଣି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ବଢିବାରେ ଲାଗିିଛି । ପୁଲିସ ଓ ରାଜ୍ୟ ପରିବହନ ଅଧିକାରୀ ଯେତିକି ଅଧିକ ଧରପଗଡ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱର ସେତିକି ତୀବ୍ର ହେବାରେ ଲାଗିଛି । ଲୋକେ ପୁଲିସ ବା ଆରଟିଓକୁ ଦୋଷ ନ ଦେଇ ସରକାର ବିରୋଧରେ ଗର୍ଜିଲେଣି । କାରଣ, ଧରପଗଡ ଆଳରେ ପୁଲିସ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଜୋର ଜବରଦସ୍ତ ରାସ୍ତାରୁ ଟାଣି ନେଉଛି ଓ ଗାଳି ମନ୍ଦ କରୁଛି । ପୁଲିସର ଏଭଳି ପରିବର୍ତିତ ଆଚରଣ ଲାଗି ଲୋକେ ନୂଆ ପୁଲିସ କମିସନରଙ୍କ ଆଡକୁ ଆଙ୍ଗୁଳି ଉଠାଇଲେଣି । ଆଇନଶୃଙ୍ଖଳା ନେଇ କଟକଣା ପାଇଁ ଯେତିକି ଅସନ୍ତୋଷନାହିଁ,ପୁଲିସର ଜୁଲମକୁ ନେଇ ବେଶୀ ପ୍ରତିକ୍ରିୟା ପ୍ରକାଶ ପାଉଛି । ଲୋକଙ୍କ ପୁଲିସ କଥା କମିସନର କହୁଥିବା ବେଳେ ଅଧିକାରୀଙ୍କ ଆଚରଣ ତାର ପରିପନ୍ଥୀ ।

ଏଠାରେ ଉଲ୍ଲେଖଥାଉକି, ପୁଲିସ ଚେକିଂ କ୍ଷେତ୍ରରେ କଟକଣା କିଛିଟା କୋହଳ କରିଛି । ପରିବହନ ସଚିବ ମଧ୍ୟ ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ ଅବଧିକୁ ମାସେ ଯାଏ କୋହଳ କରିଛନ୍ତି । ତଥାପି ଜନ ଅସନ୍ତୋଷ କମୁନି । ଶୁକ୍ରବାର ଆଇନକୁ ତରବରିଆ ଭାବେ ପ୍ରଣୟନ କରାନଯିବା ଓ ଲୋକଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦାବିରେ ଆଗାମୀ ଓଡ଼ିଶା ସଂସ୍ଥା ନିରବ ପ୍ରତିବାଦ କରିବାକୁ ଡାକରା ଦେଇଛି ।

Leave A Reply

Your email address will not be published.