ପ୍ରମୁଖ ଖବର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଟଳିପଡ଼ିଲେ ସେବାୟତ
ନାମାଙ୍କନ ଭରିଲେ କେଜ୍ରିଓ୍ବାଲ

ଦେବତାଙ୍କୁ ଏତେ ନିର୍ଯାତନା!

0

ଦ୍ୱିତୀୟ ଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ଉପବାସରେ
ଜଗନ୍ନାଥଙ୍କ ପାଇଁ ଥିବା ଦରଦ ଲିଙ୍ଗରାଜଙ୍କ ପାଇଁ ନାହିଁ
ପ୍ରଶାସନ, ଆଇନ ବିଭାଗ ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର: ଜମି ମହାପ୍ରଭୁ ଲିଙ୍ଗରାଜଙ୍କର । କିନ୍ତୁ ଏହି ଜମିର ମାଲିକାନାକୁ ଦେଖାଇ ସେବକମାନେ ନିଜ ନିଜର କେତେ ତାକତ ଅଛି, ଏକଥା ପ୍ରମାଣ କରିବା ଲାଗି ପାଗ ଭିଡିଛନ୍ତି । ପରିଣାମ ହେଲା ଖୋଦ୍‍ ଜମିର ମାଲିକ ତଥା ବିଶ୍ୱନିୟନ୍ତା ମହାପ୍ରଭୁ ଲିଙ୍ଗରାଜ ଦ୍ୱିତୀୟ ଦିନ ପାଇଁ ଉପବାସରେ ଅଛନ୍ତି । ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ, ରାଜ୍ୟ ସରକାର ଅସହାୟ ହୋଇଗଲା ଭଳି ସେବାୟତଙ୍କ ଜୁଲମଙ୍କୁ ବରଦାସ୍ତ କରିଚାଲିଛନ୍ତି । ଏଭଳି ଅଭାବନୀୟ ଘଟଣା ରାଜ୍ୟ ସରକାରଙ୍କ ଆଇନ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେଣି । କେବଳ ସେତିକି ନୁହେଁ, ପୁରୀ ପାଇଁ ରାଜ୍ୟ ସରକାର ଏତେ ତନାଘନା ଚଳାଇଥିବା ବେଳେ ଲିଙ୍ଗରାଜଙ୍କ କ୍ଷେତ୍ରରେ ନିରବତା କାହିଁକି ତାହା ମଧ୍ୟ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି ।

ଗତକାଲି ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅପରାଗତାର ଫାଇଦା ଉଠାଇ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିଦେଇଥିଲେ । ଗତକାାଲି ଦିନତମାମ ମହାପ୍ରଭୁ ଉପବାସରେ ରହିଲେ ।

ସୂଚନା ଅନୁସାରେ, ସାମନ୍ତରାପୁର ଛକ ନିକଟରେ ଥିବା ଗଙ୍ଗୁଆ ନାଳ ନିକଟରେ ଥିବା ମହାପ୍ରଭୁଙ୍କ ଜମିରେ ଏବେ ଦୋକାନ ଘର ତିଆରି ଚାଲିଛି । କିଛି ସେବାୟତ ଏହାକୁ ଜବରଦଖଲରେ ରଖିବା ପରେ ଏବେ ଦୋକାନ ଘର କରୁଛନ୍ତି। ପ୍ରଶାସନ ନଜରକୁ ଆସିବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ ଅଗଷ୍ଟ ୨୯ ତାରିଖ ଦିନ ହଠାତ୍‍ ସେ ଜମି ଉପରୁ ୧୪୪ ଧାରା ଉଠାଇ ଦିଆଯାଇଥିଲା । ଏହାର ଫାଇଦା ନେଇ ବଡୁ ନିଯୋଗର କିଛି ସଦସ୍ୟ ପୁଣି ନିର୍ମାଣ ଆରମ୍ଭ କରିଥିଲେ ।ଏହାକୁ ବିରୋଧ କରାଯିବ ବୋଲି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଦେବୋତ୍ତର ବିଭାଗକୁ ଜଣାଇଥିଲେ ହେଁ ଏହା ଉପରେ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ ।

ଆଜି ପୁଣି ସେହି ପ୍ରସଙ୍ଗକୁ ନେଇ ଭୟଙ୍କର ପରିସ୍ଥିତି ଉପୁଜିଛି । ପ୍ରଶାସନ ବୈଠକ କରିଥିଲେ ବି ସ୍ଥିତି ନିୟନ୍ତ୍ରଣ କରିପାରିନାହିଁ । ମହାପ୍ରଭୁ ଉପବାସରେ ଅଛନ୍ତି ।

Leave A Reply

Your email address will not be published.