ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କିଏ ତୁଲାଇବ ବିରୋଧୀ ଭୂମିକା?

0

ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବିବାଦର ପ୍ରଶ୍ନ ଉଠୁନାହିଁ । ଶେଷ ୬ମାସ ସେମାନଙ୍କ ମଧ୍ୟରେ ବାଦିପାଲା ହେବ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି । ଏ ୪ ବର୍ଷ କିଏ ବିରୋଧୀ ଦଳ ଭୂମିକା ନିର୍ବାହ କରିବ?ଗଣମାଧ୍ୟମ ବିରୋଧୀ ଭାବେ ଉଭା ହେବ କି? କଂଗ୍ରେସ ଓଡ଼ିଶାରେ ପୁନରୁଦ୍ଧାର ପାଇଁ ଏହା ଏକ ଅପୂର୍ବ ସୁଯୋଗ ନୁହେଁ?ଏମିତି କିଛି ପ୍ରଶ୍ନ ଉପରେ ରାଜନୈତିକ ମହଲ ଆଲୋଚନା ଆରମ୍ଭ କରିଛନ୍ତି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏମିତି କନ୍ଦଳ ଦେଖାଯାଇଥିଲା ଯେ ମନେ ହେଉଥିଲା ଯେମିତି ଆକାଶ ପାତାଳ ଏକ କରିଦେବେ । ହଠାତ୍‍ ଉଭୟ ନିଜ ନିଜର ଆଭିମୁଖ୍ୟ ବଦଳାଇଛନ୍ତି ଓ ବିକାଶ ପାଇଁ ଏକାଠି ହୋଇଥିବା କଥା ପରୋକ୍ଷରେ ସ୍ପଷ୍ଟ କରିସାରିଲେଣି ।

ଯେହେତୁ ବିଜେଡି ରାଜ୍ୟରେ ଓ ବିଜେପି କେନ୍ଦ୍ରରେ ଶାସନାଧୀନ ରହିଛି, ଏଣୁ ସ୍ୱାଭାବିକ ଭାବେ ଉଭୟଙ୍କ କାର୍ଯ୍ୟକଳାପ, ନୀତି ଆଦିକୁ ନେଇ ସାଧାରଣରେ ଅଭିଯୋଗ ରହିବ, ବିତର୍କ ଏବଂ ବିବାଦ ବି । ହେଲେ ସାଧାରଣ ଲୋକଙ୍କ ଏ ପ୍ରତିକ୍ରିୟା ବିଧାନସଭା ହେଉ କି ବିଧାନସଭା ବାହାରେ କିଭଳି ପ୍ରତିପଳିତ ହେବ, ଏହା ଏବେ ବଡ ପ୍ରଶ୍ନ ଭାବେ ଉଭା ହେଲାଣି ।

କୌତୂହଳର କଥା ହେଉଛି, ଏଭଳି ସୁଯୋଗ ରାଜନୀତିରେ କ୍ୱଚିତ୍‍ ମିଳେ । ମାତ୍ର ରାଜ୍ୟ କଂଗ୍ରେସ ଲୋକଙ୍କୁ ବିଶ୍ୱାସକୁ ନେଇ ସାମ୍ନାକୁ ଆସିବାର ସମ୍ଭାବନା କମ୍‍ । ଏହି ଦଳ ବିବାଦ ଭିତରେ ଏଭଳି ଢଙ୍ଗରେ ଛନ୍ଦି ହୋଇଛି ଯେ ସେଥିରୁ ମୁକୁଳିପାରୁନି । ଦଳ ଏ ଯାଏ ନିଷ୍ପତ୍ତି ନେଇପାରିଲାନି, ନୂଆ ପିଢୀକୁ ଛାଡିବ ନା ପୂରୁଣା ଲଢିବେ? ଆଗକୁ କାହାକୁ ନେଇ କଂଗ୍ରେସ ଚାଲିବ । କିଏ କେଉଁଠି ନେତୃତ୍ୱ ନେବେ, ସେଭଳି ଦୁଇଟି ଲେଖାଏଁ ନେତା ସ୍ଥିର କରିବାରେ ବି ଉଭୟ ଜିତେନ୍ଦ୍ର ସିଂହ ଓ ନିରଞ୍ଜନ ପଟ୍ଟନାୟକ ଖୋଜି କାଢିପାରିଲେନି । ଏଭଳି ସ୍ଥିତି ସୂଚାଇ ଦେଉଛି ଯେ ରାଜ୍ୟ କଂଗ୍ରେସ ଏବେ ଲୋକଙ୍କ ସ୍ୱରକୁ ତୀବ୍ର କରିବାର କ୍ଷମତା ରଖୁନାହିଁ । କିଛି ନିର୍ବାଚନମଣ୍ଡଳୀରେ ଏକଥା ହୋଇପାରେ, କିନ୍ତୁ ୧୪୭ ନିର୍ବାଚନମଣ୍ଡଳୀରେ ଆଦୌ ସମ୍ଭବ ନୁହେଁ ।

Leave A Reply

Your email address will not be published.