ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

କିଏ ତୁଲାଇବ ବିରୋଧୀ ଭୂମିକା?

0

ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବିବାଦର ପ୍ରଶ୍ନ ଉଠୁନାହିଁ । ଶେଷ ୬ମାସ ସେମାନଙ୍କ ମଧ୍ୟରେ ବାଦିପାଲା ହେବ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି । ଏ ୪ ବର୍ଷ କିଏ ବିରୋଧୀ ଦଳ ଭୂମିକା ନିର୍ବାହ କରିବ?ଗଣମାଧ୍ୟମ ବିରୋଧୀ ଭାବେ ଉଭା ହେବ କି? କଂଗ୍ରେସ ଓଡ଼ିଶାରେ ପୁନରୁଦ୍ଧାର ପାଇଁ ଏହା ଏକ ଅପୂର୍ବ ସୁଯୋଗ ନୁହେଁ?ଏମିତି କିଛି ପ୍ରଶ୍ନ ଉପରେ ରାଜନୈତିକ ମହଲ ଆଲୋଚନା ଆରମ୍ଭ କରିଛନ୍ତି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏମିତି କନ୍ଦଳ ଦେଖାଯାଇଥିଲା ଯେ ମନେ ହେଉଥିଲା ଯେମିତି ଆକାଶ ପାତାଳ ଏକ କରିଦେବେ । ହଠାତ୍‍ ଉଭୟ ନିଜ ନିଜର ଆଭିମୁଖ୍ୟ ବଦଳାଇଛନ୍ତି ଓ ବିକାଶ ପାଇଁ ଏକାଠି ହୋଇଥିବା କଥା ପରୋକ୍ଷରେ ସ୍ପଷ୍ଟ କରିସାରିଲେଣି ।

ଯେହେତୁ ବିଜେଡି ରାଜ୍ୟରେ ଓ ବିଜେପି କେନ୍ଦ୍ରରେ ଶାସନାଧୀନ ରହିଛି, ଏଣୁ ସ୍ୱାଭାବିକ ଭାବେ ଉଭୟଙ୍କ କାର୍ଯ୍ୟକଳାପ, ନୀତି ଆଦିକୁ ନେଇ ସାଧାରଣରେ ଅଭିଯୋଗ ରହିବ, ବିତର୍କ ଏବଂ ବିବାଦ ବି । ହେଲେ ସାଧାରଣ ଲୋକଙ୍କ ଏ ପ୍ରତିକ୍ରିୟା ବିଧାନସଭା ହେଉ କି ବିଧାନସଭା ବାହାରେ କିଭଳି ପ୍ରତିପଳିତ ହେବ, ଏହା ଏବେ ବଡ ପ୍ରଶ୍ନ ଭାବେ ଉଭା ହେଲାଣି ।

କୌତୂହଳର କଥା ହେଉଛି, ଏଭଳି ସୁଯୋଗ ରାଜନୀତିରେ କ୍ୱଚିତ୍‍ ମିଳେ । ମାତ୍ର ରାଜ୍ୟ କଂଗ୍ରେସ ଲୋକଙ୍କୁ ବିଶ୍ୱାସକୁ ନେଇ ସାମ୍ନାକୁ ଆସିବାର ସମ୍ଭାବନା କମ୍‍ । ଏହି ଦଳ ବିବାଦ ଭିତରେ ଏଭଳି ଢଙ୍ଗରେ ଛନ୍ଦି ହୋଇଛି ଯେ ସେଥିରୁ ମୁକୁଳିପାରୁନି । ଦଳ ଏ ଯାଏ ନିଷ୍ପତ୍ତି ନେଇପାରିଲାନି, ନୂଆ ପିଢୀକୁ ଛାଡିବ ନା ପୂରୁଣା ଲଢିବେ? ଆଗକୁ କାହାକୁ ନେଇ କଂଗ୍ରେସ ଚାଲିବ । କିଏ କେଉଁଠି ନେତୃତ୍ୱ ନେବେ, ସେଭଳି ଦୁଇଟି ଲେଖାଏଁ ନେତା ସ୍ଥିର କରିବାରେ ବି ଉଭୟ ଜିତେନ୍ଦ୍ର ସିଂହ ଓ ନିରଞ୍ଜନ ପଟ୍ଟନାୟକ ଖୋଜି କାଢିପାରିଲେନି । ଏଭଳି ସ୍ଥିତି ସୂଚାଇ ଦେଉଛି ଯେ ରାଜ୍ୟ କଂଗ୍ରେସ ଏବେ ଲୋକଙ୍କ ସ୍ୱରକୁ ତୀବ୍ର କରିବାର କ୍ଷମତା ରଖୁନାହିଁ । କିଛି ନିର୍ବାଚନମଣ୍ଡଳୀରେ ଏକଥା ହୋଇପାରେ, କିନ୍ତୁ ୧୪୭ ନିର୍ବାଚନମଣ୍ଡଳୀରେ ଆଦୌ ସମ୍ଭବ ନୁହେଁ ।

Leave A Reply

Your email address will not be published.