ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଏବେ ଆଇଏଏସ୍‍ଙ୍କ ପାଇଁ ବିପଦ ବଢିଲା

0

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍‍ସ ନୀତି ଆପଣାଇଥିବା ରାଜ୍ୟ ସରକାର ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ମୁଣ୍ଡ ଖୋଜିବା ଆରମ୍ଭ କରିଛନ୍ତି । ପ୍ରଥମ ଦଫାରେ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଖାସ୍ତ କରିଥିଲେ । ଏବେ ଆଇଏଏସ୍‍ ଅଫିସରଙ୍କ ବିରୋଧରେ ସରକାର ଯେ କୌଣସି ମୁହୂର୍ତରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

ବରିଷ୍ଠ ଆଇଏଏସ୍‍ ଅଫିସର ବିନୋଦ କୁମାରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ୧୯୯୯ ମହାବାତ୍ୟା ପରେର ଓଡ଼ିଶା ଗ୍ରାମ୍ୟ ଗୃହ ବିକାଶ ନିଗମ ବା ଓଆରଏଚ୍‍ଡିସି ଗୃହ ନିର୍ମାଣ କେଳେଙ୍କାରୀରେ ଶ୍ରୀ କୁମାରଙ୍କ ସଂପୃକ୍ତି ନେଇ ଭିଜିଲାନସ ୨୦୦୭ରେ ମକଦ୍ଦମା କରିଥିଲା । ଗୋଟିଏ କି ଦୁଇଟି ନୁହେଁ, ୨୮ଟି ମାମଲା ରୁଜୁ କରିଥିଲା ଦୁର୍ନୀତି ନିବାରଣ ବିଭାଗ। ତାଙ୍କୁ ଜେଲ୍‍ ପଠାଯାଇଥିଲା । ସରକାର ବିନୋଦ କୁମାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ କରୁଥିବା ଚର୍ଚ୍ଚା ହେଉଛି ।

ଏବେ ସରକାରଙ୍କ କଡ଼ା ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତ ଅନ୍ୟ ଆଇଏଏସ୍‍ ଅଫିସରଙ୍କ ନିଦ ହଜାଇ ଦେଲେଣି । ଅନ୍ୟ କିଛି ଆଇଏଏସ୍‍ ଅଫିସରଙ୍କ ନାମ ଉପରେ ମଧ୍ୟ ତର୍ଜମା ଚାଲିଥିବା କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପ୍ରଥମ ଦଫାରେ ଆଇଏଏସ୍‍ ଅଫିସର ପ୍ରଫୁଲ୍ଲ ମିଶ୍ରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଏହି ପଦକ୍ଷେପ ୨୦୦୪ରେ ନବୀନ ପଟ୍ଟନାୟକଙ୍କୁ ଦ୍ୱିତୀୟ ବାର କ୍ଷମତାକୁ ଆଣିବାରେ ସାହାଯ୍ୟ କରିଥିବା କଥା କୁହାଯାଏ।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ସରକାରରେ ଉତ୍ତରଦାୟିତ୍ୱ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟରେ ୫ଟି ପାଇଁ ତନାଘନା ଚାଲିଛି ।

Leave A Reply

Your email address will not be published.