ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ସବୁବେଳେ ମୋବାଇଲ୍‍ ଦେଖୁଛନ୍ତି କି? ଏମିତି ବିପଦ ଆସିବ

0

ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରିବା କିମ୍ୱା କମ୍ପ୍ୟୁଟର ସ୍କ୍ରିନ୍‍ କାମ କରିବାଦ୍ୱାରା ଅାପଣ ନେମୋଫୋବିୟାର ଶିକାର ହୋଇପାରନ୍ତି । ଅାଜିକାଲିର ଲାଇଫ୍‍ ଷ୍ଟାଇଲ୍‍ ହିଁ ମଣିଷକୁ ସବୁବେଳେ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ଉପରେ ନିର୍ଭରଶୀଳ କରାଇଛି । ବିଶେଷକରି ପ୍ରାୟ ସମସ୍ତେ ଏବେ ସ୍ମାର୍ଟ ଫୋନ୍‍ ବ୍ୟବହାର ପ୍ରତି ଏତେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ ତାହା ସେମାନଙ୍କ ଉପରେ ନକାରମùକ ପ୍ରଭାବ ପକାଉଛି।

ଏକ ଅଧ୍ୟୟନରୁ ଜଣାପଡିଛି କି ୫୦ ପ୍ରତିଶତ ଉପଭୋକ୍ତା ପ୍ରାୟ ସବୁ ସମୟରେ ମୋବାଇଲ୍‍ ସ୍କ୍ରିନ୍‍ ଉପରେ ନଜର ରଖିଥାନ୍ତି । କିନ୍ତୁ ଏଭଳି ଅନେକସମୟ ପର୍ଯ୍ୟନ୍ତ ମୋବାଇଲ୍‍ ଓ କମ୍ପ୍ୟୁଟର ସ୍କ୍ରିନ୍‍ ବ୍ୟବହାର ଫଳରେ ସେମାନେ ବେକ ଦରଜ ହେବା ,ଅାଖି ଶୁଖିଲା ଲାଗିବା,କମ୍ପ୍ୟୁଟର ଭିଜନ୍‍ ସିଣ୍ଡୋ୍ର ତଥା ଅନିଦ୍ରାର ଶିକାର ହୋଇଥାଅାନ୍ତି । ୨୦ରୁ ୩୦ ବର୍ଷର ଯୁବପିଢ଼ିଙ୍କ ମଧ୍ୟରେ ନିଜର ମୋବାଇଲ୍‍ ଫୋନ୍‍ ହଜିଯିବାର ଏକ ଅାଶଙ୍କା ତାଙ୍କୁ ସବୁବେଳେ ଚିନ୍ତାରେ ପକାଇଥାଏ । ତେଣୁ ସେମାନଙ୍କର ଏଭଳି ଏକ ମାନସିକତାକୁ କୁହାଯାଏ ନେମୋଫୋବିୟା ।

ହାର୍ଟ କେୟାର୍‍ ଫାଉଣ୍ଡେସନ୍‍ ଅଫ୍‍ ଇଣ୍ଡିଅାର ରିସର୍ଚ୍ଚରେ କୁହାଯାଇଛିକି କମ୍ପ୍ୟୁଟର ମୋବାଇଲ୍‍ ଫୋନ୍‍ରେ ଅାସୁଥିବା ନୋଟିଫିକେସନ୍‍ କିମ୍ୱା ମେସେଜ୍‍ ବାରମ୍ୱାର ଅାସୁଥିବାରୁ ସେସବକୁ ଦେଖିବାକୁ ବାଧ୍ୟ କରିଥାଏ ଫଳରେ ଏକ ତନ୍ତ୍ରିକା ବାରମ୍ୱାର ଅାକ୍ଟିଭ ରହିଥାଏ । ଫଳରେ ମସ୍ତିସ୍କ ଲଗାତାର ସର୍ତକ ରହିଥାଏ ଓ ଅସାମାନ୍ୟ ରହିଥାଏ । ଅାମେ ଲଗାତାର ଫୋନ ର ଗତିବିଧିକୁ ହିଁ ନଜର କରିଥାଉ ଏବଂ ତାହାର ଅଭାବ ହେଲେ ମନରେ ଏକ ଅଭାବ ବୋଧ ବା ଅସ୍ଥିର ଭାବନା ସୃଷ୍ଟି ହୋଇଥାଏ । ତେଣୁ ସ୍ମାର୍ଟ ଫୋନ୍‍ ,କମ୍ପ୍ୟୁଟର ଭଳି ବିଭିନ୍ନ ଉପକରଣକୁ ବହୁ ଘଣ୍ଟା ବ୍ୟବହାର କରିବା ଫଳରେ ବେକ,କାନ୍ଧ,ପିଠି,କହୁଣୀ,ପାପୁଲି,ଅାଙ୍ଗୁଠି ଅାଦିରେ ପୁରୁଣା ଦରଜ ବା ଅନ୍ୟ ସମସ୍ୟା ଦେଖାଯିବା ସହ ବହୁ ରୋଗ ଦେଖାଦେଇଥାଏ ।

Leave A Reply

Your email address will not be published.