ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ରାତି ସୁଦ୍ଧା ସୁନ୍ଦରବନ ଛୁଇଁବ ବୁଲ୍‍ବୁଲ୍‍

0

ଭଦ୍ରକରେ ୧୧୦ କିଲୋମିଟର ବେଗରେ ପବନ
ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡିଛି, ଘର ଭାଙ୍ଗିଛି
ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡାରେ ବେଶୀ ବର୍ଷା
୬ଲକ୍ଷ ହେକ୍ଟର ଜମିରେ ଚାଷ ପ୍ରଭାବିତ ଆଶଙ୍କା

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍‍ବୁଲ୍‍ ଓଡ଼ିଶା ସୀମାରେ ବିପùାତ କରି ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢୁଛି । ପାଣିପାଗବିତ୍‍ ପୂର୍ବାନୁମାନ କଲେଣି ବିଳମ୍ୱିତ ରାତି ନୁହେଁ, ବରଂ ଆଜି ସନ୍ଧ୍ୟା ୬ରୁ ୧୦ଟା ମଧ୍ୟରେ ଏହା ସୁନ୍ଦରବନ ତ୍ରିକୋଣଭୂମି ଅଞ୍ଚଳରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ତେବେ ବର୍ତମାନଠାରୁ ଦୁର୍ବଳ ଅବସ୍ଥାରେ ।

ସ୍ୱତନ୍ତ୍ର ରିଲିଫ୍‍ କମିସନର ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ, ଧୀରେ ଧୀରେ ବାତ୍ୟା ଓଡ଼ିଶା ଉପକୂଳ ଠାରୁ ଦୂରେଇ ଯାଉଛି ଓ ପଶ୍ଚିମବଙ୍ଗ ପାଖାପାଖି ହେଉଛି । ବାତ୍ୟା ପାରାଦୀପକୁ ଘଷି ହୋଇ ପାଖାପାଖି ୯୫ କିଲୋମିଟର ଦୂରରେ ଅତିକ୍ରମ କରିଥିଲା । ଏବେ ଏହା ଚାନ୍ଦବାଲି ଠାରୁ ୧୧୦ କିଲୋମିଟର ଦୂର ଏବଂ ଦୀଘା ଠାରୁ ୧୦୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ପାରାଦୀପ ଠାରୁ ୧୨୦ କିଲୋମିଟର ଦୂରକୁ ଚାଲିଗଲାଣି । ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଉପରୁ ବାତ୍ୟାର ପ୍ରଭାବ ପୂରା ହଟିଯିବାର ସମ୍ଭାବନା ଅଧିକ । ଭଦ୍ରକରେ ସର୍ବାଧିକ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିଥିଲା । ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ସବୁଠାରୁ ଅଧିକ ବର୍ଷା ହୋଇଛି ।

ବାତ୍ୟା ଜଗତସିଂହପୁର, କେନ୍ଦ୍ରାପଡା ସୀମା ଦେଇ ଆଗକୁ ବଢିବା ବେଳେ ବହୁ ଗଛ, ଘର ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ଓଡ୍ରାଫ୍‍ ତୁରନ୍ତ ରାସ୍ତା ପରିଷ୍କାର କାର୍ଯ୍ୟରେ ଲାଗିଛନ୍ତି । ପାଖାପାଖି ୬ଲକ୍ଷ ହେକ୍ଟର ଜମିରେ ୩୦ରୁ ୪୦ ପ୍ରତିଶତ ଚାଷ ନଷ୍ଟ ହିସାବ କରାଯାଉଛିା

ଶନିବାର ସକାଳୁ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିିକ ୭୫.୬ ମିଲିମିଟର ରେକର୍ଡ କରାଯାଇଥିଲା ଓ ଏହା ପଛକୁ ଭଦ୍ରକ (୫୪.୬), ଜଗତସିଂହପୁର (୫୧.୬) ଓ ବାଲେଶ୍ୱର ୩୭.୯ ମିମି ବର୍ଷା ରେକର୍ଡ ହୋଇଛି । ଯାଜପୁର, ମୟୂରଭଂଜ, ପୁରୀ, ଖୋର୍ଧା ଓ କେନ୍ଦୁଝରର ସ୍ଥାନେ ସ୍ଥାନେ ହାଲକା ଓ ସ୍ୱଳ୍ପ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Leave A Reply

Your email address will not be published.