ପ୍ରମୁଖ ଖବର

ଜେଡ୍-ମୋଡ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ସ୍ଵାକ୍ଷରିତ ହେଲା ବୁଝାମଣା ପତ୍ର
କଟକରେ ମାଞ୍ଜା ସୂତା ଲାଗି କଟିଗଲା ବେକ
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆରମ୍ଭ ହେଲା ମହାକୁମ୍ଭ, ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ସନ୍ଥ,ଶ୍ରଦ୍ଧାଳୁ

ଆଯୋଧ୍ୟା ରାୟରେ କୋଉଠି ରହିଗଲା ରହସ୍ୟ, ଜାଣନ୍ତୁ

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଯୋଧ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ହେଲେ ୧୦୪୫ ପୃଷ୍ଠାର ବିଶାଳ ରାୟ କିଏ ଲେଖିଲେ ତା ଉପରୁ ସୁପ୍ରିମକୋର୍ଟ ପରଦା ହଟାଇନାହାନ୍ତି। ସାଧାରଣତଃ ଖଣ୍ତପୀଠ ତରଫରୁ ଯେଉଁ ବିଚାରପତି ରାୟ ଉଲ୍ଲେଖ କରିଥାନ୍ତି, ତାହା ଦର୍ଶାଯାଇଥାଏ। ମାତ୍ର ଏ କ୍ଷେତ୍ରରେ ଏଭଳି ହୋଇନାହିଁ। ଆଯୋଧ୍ୟା ମାମଲା କ୍ଷେତ୍ରରେ ସୁପ୍ରିମକୋର୍ଟ କାହିଁକି ଏହି ପ୍ରସଙ୍ଗକୁ ରହସ୍ୟମୟ କରି ରଖିଲେ, ତାହା ବୁଝାପଡୁନାହିଁ।

୧୦୪୫ ପୃଷ୍ଠାର ଏହି ରାୟରେ ୧୧୬ ପୃଷ୍ଠାର ପରିଶିଷ୍ଟ ରହିଛି। ରାୟ ସର୍ବସମ୍ମତ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ ରାୟ ଶୁଣାଇବା ବେଳେ କେବଳ ପ୍ରମୁଖ ବିନ୍ଦୁ ସ୍ପର୍ଶ କରିଥିଲେ। କିନ୍ତୁ ରାୟ କିଏ ଲେଖିଛନ୍ତି, ଏତେ ଲମ୍ବା ପରିଶିଷ୍ଟ କାହା ଲେଖା ସେ ନାମ ନେଇନଥିଲେ।

ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି, ବିଚାରପତି ଡ଼ି ଚନ୍ଦ୍ରଚୁଡ଼ ଏହି ରାୟ ଲେଖିଥାଇ ପାରନ୍ତି। ସେହିଭଳି ବିଚାରପତି ଅଶୋକ ଭୂଷଣ ପରିଶିଷ୍ଟ ଲେଖିଥିବା ସମ୍ଭାବନା ଅଧିକ। ଉଲ୍ଲେଖଯୋଗ୍ୟ, ୧୧୬ ପୃଷ୍ଠାର ପରିଶିଷ୍ଟରେ ରାମଙ୍କ ଜନ୍ମସ୍ଥାନ କାହିଁକି ବିବାଦୀୟ ସେକଥା ଦର୍ଶାଯାଇଛି। ପ୍ରଧାନ ବିଚାରପତି ଗୋଗଇ, ବିଚାରପତି ଶରଦ ଅରବିନ୍ଦ ବୋବଡେ, ବିଚାରପତି ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୁଡ଼, ବିଚାରପତି ଅଶୋକ ଭୂଷଣ, ବିଚାରପତି ଏସ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗଷ୍ଟ ୬ରୁ ଦୀର୍ଘ ୪୦ ଦିନ ଧରି ଶୁଣିବା ପରେ ଏହି ରାୟ ପ୍ରକାଶ କରିଥିଲେ। ଏହି ରାୟକୁ ଦ୍ୱିତୀୟ ଦୀର୍ଘତମ ଶୁଣାଣି ବୋଲି କୁହାଯାଉଛି। ଏହାପୂର୍ବରୁ ୧୯୭୩ରେ କେଶବାନନ୍ଦ ଭାରତୀ ମାମଲାରେ ସର୍ବାଧିକ ୬୮ଦିନ ଶୁଣାଣି ହୋଇଥିଲା

Leave A Reply

Your email address will not be published.