ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଆଯୋଧ୍ୟା ରାୟରେ କୋଉଠି ରହିଗଲା ରହସ୍ୟ, ଜାଣନ୍ତୁ

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଯୋଧ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ହେଲେ ୧୦୪୫ ପୃଷ୍ଠାର ବିଶାଳ ରାୟ କିଏ ଲେଖିଲେ ତା ଉପରୁ ସୁପ୍ରିମକୋର୍ଟ ପରଦା ହଟାଇନାହାନ୍ତି। ସାଧାରଣତଃ ଖଣ୍ତପୀଠ ତରଫରୁ ଯେଉଁ ବିଚାରପତି ରାୟ ଉଲ୍ଲେଖ କରିଥାନ୍ତି, ତାହା ଦର୍ଶାଯାଇଥାଏ। ମାତ୍ର ଏ କ୍ଷେତ୍ରରେ ଏଭଳି ହୋଇନାହିଁ। ଆଯୋଧ୍ୟା ମାମଲା କ୍ଷେତ୍ରରେ ସୁପ୍ରିମକୋର୍ଟ କାହିଁକି ଏହି ପ୍ରସଙ୍ଗକୁ ରହସ୍ୟମୟ କରି ରଖିଲେ, ତାହା ବୁଝାପଡୁନାହିଁ।

୧୦୪୫ ପୃଷ୍ଠାର ଏହି ରାୟରେ ୧୧୬ ପୃଷ୍ଠାର ପରିଶିଷ୍ଟ ରହିଛି। ରାୟ ସର୍ବସମ୍ମତ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ ରାୟ ଶୁଣାଇବା ବେଳେ କେବଳ ପ୍ରମୁଖ ବିନ୍ଦୁ ସ୍ପର୍ଶ କରିଥିଲେ। କିନ୍ତୁ ରାୟ କିଏ ଲେଖିଛନ୍ତି, ଏତେ ଲମ୍ବା ପରିଶିଷ୍ଟ କାହା ଲେଖା ସେ ନାମ ନେଇନଥିଲେ।

ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି, ବିଚାରପତି ଡ଼ି ଚନ୍ଦ୍ରଚୁଡ଼ ଏହି ରାୟ ଲେଖିଥାଇ ପାରନ୍ତି। ସେହିଭଳି ବିଚାରପତି ଅଶୋକ ଭୂଷଣ ପରିଶିଷ୍ଟ ଲେଖିଥିବା ସମ୍ଭାବନା ଅଧିକ। ଉଲ୍ଲେଖଯୋଗ୍ୟ, ୧୧୬ ପୃଷ୍ଠାର ପରିଶିଷ୍ଟରେ ରାମଙ୍କ ଜନ୍ମସ୍ଥାନ କାହିଁକି ବିବାଦୀୟ ସେକଥା ଦର୍ଶାଯାଇଛି। ପ୍ରଧାନ ବିଚାରପତି ଗୋଗଇ, ବିଚାରପତି ଶରଦ ଅରବିନ୍ଦ ବୋବଡେ, ବିଚାରପତି ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୁଡ଼, ବିଚାରପତି ଅଶୋକ ଭୂଷଣ, ବିଚାରପତି ଏସ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗଷ୍ଟ ୬ରୁ ଦୀର୍ଘ ୪୦ ଦିନ ଧରି ଶୁଣିବା ପରେ ଏହି ରାୟ ପ୍ରକାଶ କରିଥିଲେ। ଏହି ରାୟକୁ ଦ୍ୱିତୀୟ ଦୀର୍ଘତମ ଶୁଣାଣି ବୋଲି କୁହାଯାଉଛି। ଏହାପୂର୍ବରୁ ୧୯୭୩ରେ କେଶବାନନ୍ଦ ଭାରତୀ ମାମଲାରେ ସର୍ବାଧିକ ୬୮ଦିନ ଶୁଣାଣି ହୋଇଥିଲା

Leave A Reply

Your email address will not be published.