ପ୍ରମୁଖ ଖବର

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ
ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ: ଯୋଗଦେବେ ନୀତିନ ଗଡକରୀ

ଏବେ ମୁକୁଳିବେ ପି. ଚିଦାମ୍ବରମ୍

0

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ କେଳେଙ୍କାରୀ ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବଣ୍ଡ ଓ ଦୁଇଜଣଙ୍କ ଜାମିନଦାର ସମାନ ଅର୍ଥ ଜମା କରିବା ସର୍ତରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି। ଏହା ସହିତ ତାଙ୍କ ବିଦେଶ ଗସ୍ତ ଉପରେ ବି କଟକଣା ଲାଗିଛି। କୋର୍ଟଙ୍କ ଅନୁମତି ବିନା ସେ ବିଦେଶ ଯାଇପାରିବେ ନାହିଁ।

ପୂର୍ବରୁ ସିବିଆଇ ମାମଲାରେ ତାଙ୍କୁ ଜାମିନ ମିଳିସାରିଥିବା ପରିପ୍ରେକ୍ଷୀରେ ଏବେ ସେ ତିହାର ବିଚାର ବିଭାଗୀୟ ହାଜତରୁ ବାହାରିବାର ବାଟ ଫିଟିଯାଇଛି। ସିବିଆଇ ଚିଦାମ୍ବରମଙ୍କୁ ଜାମିନ ଦେବା ପରେ ପ୍ରବର୍ତନ ନିର୍ଦେଶାଳୟ ତାଙ୍କୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ଦେଇଥିଲା। ଦୀର୍ଘ ୩ମାସରୁ ଅଧିକ ଦିନ ଧରି ସେ ଜେଲରେ ଥିଲେ।

ସୁପ୍ରିମକୋର୍ଟ ସର୍ତ୍ତ ରଖି କହିଛନ୍ତି, ସେ ମାମଲା ସଂପର୍କରେ ଗଣମାଧ୍ୟମ ସାମ୍ନାରେ କୌଣସି ବିବୃତି ରଖିବେ ନାହିଁ। ମାମଲାକୁ କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ। ଅକ୍ଚୋବର ୧୬ ତାରିଖରେ ପ୍ରବର୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ସିବିଆଇ ମାମଲାରେ ସେ ବିଚାର ବିଭାଗୀୟ ହାଜତରେ ଥିଲେ।

Leave A Reply

Your email address will not be published.