ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଖୋଲିଲା ଚୀନ୍‍-ପାକ୍‍ ସଂର୍ପକର ଆଉ ଏକ ଗୁମର

0

ନୂଆଦିଲ୍ଲୀ: ୬୨୯ ଜଣ ମହିଳାଙ୍କୁ ଚୋରା ଚାଲାଣ କରାଯାଇଛି । ପାକିସ୍ତାନର ଗରିବ ପରିବାରର ମହିଳା ମାନଙ୍କୁ ବିବାହ ଓ ଅର୍ଥ ଲୋଭ ଦେଖାଇ ଦଲାଲ ମାନେ ଚୀନକୁ ଚାଲାଣ କରିଛନ୍ତି ।

ଆସୋସିଏଟ ପ୍ରେସକୁ ମିଳିଥିବା ଖବର ଅନୁସାରେ, ପାକିସ୍ତାନରୁ ୬୨୯ଜଣ ମହିଳା ଚୀନ୍‍କୁ କନ୍ୟା ଭାବେ ବିକି୍ର ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ନାବାଳିକା ମଧ୍ୟ ଅଛନ୍ତି । ୨୦୧୮ ଓ ୧୯ ଏପ୍ରିଲ ମଧ୍ୟରେ ଏହି ଯୁବତୀମାନଙ୍କୁ ଚାଲାଣ କରାଯାଇଥିଲା । ଚୀନ୍‍ ଓ ପାକିସ୍ତାନୀ ଦଲାଲଙ୍କ ଦ୍ୱାରା ମିଳିତ ଭାବେ ଏହି ଚାଲାଣ କାର୍ଯ୍ୟ କରାଯାଇଛ। ବିବାହ ପାଇଁ ଚୀନର ବରପକ୍ଷଙ୍କ ଠାରୁ ୨୫,୦୦୦ରୁ ୬୫,୦୦୦ ଡଲାର ନିଆଯାଉଥିବା ବେଳେ ସେମାନେ ପାକିସ୍ତାନୀ ମହିଳାଙ୍କ ପରିବାର ସଦସ୍ୟଙ୍କୁ ମାତ୍ର ୧୫୦୦ ଡଲାର ଦେଉଛନ୍ତି ।

ଜଣେ ଅଧିକାରୀଙ୍କ କହିବା ମୁତାବକ, ଏହି ମହିଳାମାନଙ୍କୁ ପରେ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଉଛି । କିନ୍ତୁ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛିଯେ ଏହି ମହିଳାମାନଙ୍କ ଚାଲାଣ କରାଯିବା ନେଇ ମନ୍ତ୍ରାଳୟ ଅବଗତ ନାହିଁ । ତଦନ୍ତରୁ ଜଣା ପଡିଛି ଯେ ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି ।

ଗତ ସେପ୍ଟମ୍ୱରରେ ପାକିସ୍ତାନର ତଦନ୍ତକାରୀ ସଂସ୍ଥା ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କୁ ନକଲି ଚୀନ ବିବାହ ମାମଲା ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟର ଏକ ନକଲ ଏବେ ଆସୋସିଏଟ୍‍ ପ୍ରେସ୍‍କୁ ମିଳିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

Leave A Reply

Your email address will not be published.