ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ

0

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ଵତନ୍ତ୍ର ଆଇନ କରାଯିବ। ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ନଜର ପଡିଛି, ଏକଥା ସ୍ପଷ୍ଟ ହୋଇଛି।

ନିକଟରେ ୫ଟି ସଚିବ ଭୋରରୁ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ତନାଘନା କରିଥିଲେ। ମନ୍ଦିରର ବିକାଶପାଇଁ ରେଡ୍ ମ୍ୟାପ୍ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଥିଲା। ପୂର୍ତ ସଚିବ କ୍ରିଷନ୍ କୁମାର ମଧ୍ୟ ଏହି ଆଲୋଚନାରେ ସାମିଲ ଥିଲେ। ନିର୍ଦିଷ୍ଟ କି ପ୍ରକାର ବିକାଶ ହେବ, କାହା କାହା ଉପରେ ସରକାର ଗୁରୁତ୍ବ ଦେବେ ସେ ନେଇ ସବୁ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ଏଭଳି ଖବର ଆସିଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିରର ଚାରିପାଖରେ ଜବରଦଖଲ ଖୁବ୍ ଶୀଘ୍ର ହଟିବ। ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରକୁ ଆଧାର କରି ଏହାକୁ ଐତିହ୍ୟ ଓ ପରମ୍ପରା ର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବେ। ଏ ସଂକ୍ରାନ୍ତ ପୂର୍ଣ୍ଣାଙ୍ଗ ନକ୍ସା ପ୍ରସ୍ତୁତି ଚାଲିଛି। ଏହାକୁ ଥରେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ପରେ ସରକାର ଆବଶ୍ୟକ ପ୍ୟାକେଜ୍ ଘୋଷଣା କରିବେ। ସେବାୟତଙ୍କ ସ୍ବାର୍ଥ ସହିତ ପ୍ରତିଦିନ ନୀତିରିତିର ମଧ୍ୟ ଗୁରୁତ୍ବ ଦିଆଯିବ।

Leave A Reply

Your email address will not be published.