ପ୍ରମୁଖ ଖବର

୧୮ ତାରିଖ ଦିନ ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୯.୫୧ରୁ ୧୨.୧୫ ରହିଛି ଶୁଭ ମୂହୁର୍ତ୍ତ
ଶ୍ରୀମନ୍ଦିର ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦିକୁ ସ୍ଥାନାନ୍ତର କରାଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଜାମ୍ମୁ ଓ କାଶ୍ମୀରରେ ଥମୁନି ଆତଙ୍କବାଦ, ଆର୍ମି ଅଫିସର ସମେତ ୪ ସହିଦ
ୟୁପି ଶିକ୍ଷକଙ୍କୁ ଆଶ୍ବସ୍ତି, ୨ ମାସ ପାଇଁ ସ୍ଥଗିତ ରହିଲା ଡିଜିଟାଲ ଉପସ୍ଥାନ
ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ୪ ମହାବଳ ବାଘ
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା: ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ
କଟକ ଏସସିବି ମେଡିକାଲରେ ଉତ୍ତେଜନା ; ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ

ବଡ଼ କଥାଟିଏ କହିଦେଲେ ସୋରେନ୍

0
  • ଓଡ଼ିଶା ବିଜେପି ଓ କଂଗ୍ରେସ ନେତା ଏଇଠୁ ଶିଖିବା କଥା
  • ଆନ୍ଧ୍ରରେ ରାଜଶେଖର ସମାନ ନୀତି ପ୍ରୟୋଗ କରିଥିଲେ
  • ୧୯୯୫ରେ ଜାନକୀବଲ୍ଲଭଙ୍କ ଗଣିତ ବି ସେୟା ଥିଲା

ଭୁବନେଶ୍ବର: ୨୦୧୪ ନିର୍ବାଚନରେ ଝାଡଖଣ୍ଡରେ ବିଜେପି ୩୧.୨୬% ଭୋଟ ପାଇଥିଲା। ଏଥର ଏହା ବୃଦ୍ଧିପାଇ ୩୩.୩୭% %ରେ ପହଞ୍ଚିଛି। ଦଳର ଆସନ ସଂଖ୍ୟା କିନ୍ତୁ ଖସି ୩୭ରୁ ୨୫ରେ ପହଞ୍ଚିଛି। ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ୨୦୧୪ ନିର୍ବାଚନରେ ୨୦.୪୩% ଭୋଟ ପାଇଥିଲା। ଏଥର ଏହା ୧୮.୭୨% ରେ ପହଞ୍ଚିଛି। କିନ୍ତୁ ଦଳର ଆସନ ସଂଖ୍ୟା ୧୯ରୁ ବଢି ୩୦ ଛୁଇଁଛି। କଂଗ୍ରେସ ୨୦୧୪ରେ ୧୦.୪୬% ଭୋଟ ପାଇଥିଲା। ଏଥର ଏହା ୧୩.୮୮%କୁ ବଢିଛି। ହେଲେ ଦଳର ଜିତିଥିବା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୯ରୁ ୧୬ରେ ପହଞ୍ଚିଛି।

୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ଏହି ଗଣିତ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏ କଥା କେବଳ ଏଇଠି ହୋଇଛି ତା ନୁହେଁ, ଓଡ଼ିଶାରେ ମଧ୍ୟ ହୋଇଥିଲା। ବିଜେପି ବହୁ ଅଧିକ ପ୍ରତିଶତ ଭୋଟ ପାଇଥିଲେ ହେଁ, ଆସନ ସଂଖ୍ୟା କିନ୍ତୁ ତଦନୁଯାୟୀ ବଢିପାରିନଥିଲା। ଜାତୀୟସ୍ତରର ଦଳମାନଙ୍କର ତ୍ରୁଟିପୂର୍ଣ୍ଣ ରଣନୀତି ଏ କ୍ଷେତ୍ରରେ ବଡ଼ କାରଣ ଭାବେ ଉଭା ହେଉଥିବା କୁହାଯାଉଛି।

ଝାଡଖଣ୍ଡ ନିର୍ବାଚନରେ ବିଜେପିକୁ ଅଟକାଇବାରେ ସଫଳ ହେବା ପଛରେ ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ୍ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ସବୁ ରାଜନୈତିକ ଦଳମାନଙ୍କ ପାଇଁ ବେଶ ପ୍ରଣିଧାନଯୋଗ୍ୟ।ଶ୍ରୀ ସୋରେନ କହିଛନ୍ତି, ଗତ ବର୍ଷେ ଧରି ସେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ବୁଲିଛନ୍ତି। ଲୋକଙ୍କର ମାନସିକତା ହୃଦବୋଧ କରିଛନ୍ତି। ଲୋକେ କଣ ଚାହୁଁଛନ୍ତି, କେଉଁ ନେତାଙ୍କର ଲୋକପ୍ରିୟତା ଅଛି, କେଉଁ ଆସନରେ କାହା ପଲା ଭାରି ଏସବୁକୁ ଅନୁଶୀଳନ କରାଯାଇଥିଲା।

ଓଡ଼ିଶା ପରିପ୍ରେକ୍ଷୀରେ ଏକଥା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିକୁ ଛାଡିଦେଲେ ଅନ୍ୟ ରାଜନୈତିକ ଦଳ ଏ କ୍ଷେତ୍ରରେ ବହୁ ପଛରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ଛଳରେ ହେଉ ବା ଦଳୀୟ କାର୍ଯ୍ୟକ୍ରମ ଆଳରେ ପାଞ୍ଚବର୍ଷ ମଧ୍ୟରେ ପ୍ରାୟ ପ୍ରତି ନିର୍ବାଚନମଣ୍ଡଳୀ ବା ବ୍ଲକ ଥରେ ଦୁଇଥର ବୁଲୁଛନ୍ତି। କ୍ଷମତାରେ ଥିବା କାରଣରୁ ଦଳର ଛାମୁଆ ନେତାମାନେ କାର୍ଯ୍ୟକ୍ରମରେ ମାତିଛନ୍ତି। ସର୍ବୋପରି ବିଜୁ ଜନତା ଦଳ ଯେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, ତାହାକୁ ଠିକଣା ଢଙ୍ଗରେ ତୁଲାଉଛନ୍ତି, ଯାହା ଅନ୍ୟ ଦଳ କ୍ଷେତ୍ରରେ ଆଦୌ ପରିଦୃଷ୍ଟ ହେଉନାହିଁ।

ବିଜେପି ଦଳୀୟ ସଭ୍ୟ ସଂଗ୍ରହ କଲା। ସଂଖ୍ୟାରେ ମାତିଲା, ବାସ୍ତବରେ କାଗଜକଲମରେ ନେତାମାନେ କରି ଦେଲେ। ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ହାତଗଣତି କିଛି ନେତାଙ୍କୁ ଛାଡିଦେଲେ ଅନ୍ୟଠାରେ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସବୁ ନିର୍ବାଚନମଣ୍ଡଳୀ ଗସ୍ତ କଲେ, ସେଠାରେ ସ୍ଥାନୀୟ ନେତାଙ୍କ ଆର୍ଥିକ ଓ ସାମାଜିକସ୍ତରରେ ଯୋଗଦାନ କମ ରହିଲା, ବରଂ କେନ୍ଦ୍ରୀୟସ୍ତରରେ ଥିବା ତାଙ୍କ କାର୍ଯ୍ୟାଳୟ ଏ ଦାୟିତ୍ବଟି ହାତେଇ ନେଲେ। ଏଣୁ ସଭା ସିନା ସୁନ୍ଦର ଦେଖାଗଲା, ଲୋକେ ରହିଲେ, କିନ୍ତୁ ନେତା ଓ ଲୋକଙ୍କ ଭିତରେ ଦୂରତା କମିପାରିଲା ନାହିଁ। କେବଳ ସେତିକି ନୁହେଁ, ସ୍ଥାନୀୟ ନେତା ଏହି କାର୍ଯ୍ୟକ୍ରମ ଆଳରେ ନିଜର ଯେଉଁ ଯୋଗଦାନ ଓ ସଂପୃକ୍ତି ରଖିବା କଥା, ତାହା କେବଳ କେନ୍ଦ୍ରମନ୍ତ୍ରୀଙ୍କୁ ଖୁସି କରିବାରେ ସୀମିତ ରଖିଲେ। ଏଣୁ ଲୋକଙ୍କ ମୁଡ୍ ବିଜେପି ଅପେକ୍ଷା ବିଜେଡି ପରଖିଲା ଓ ସେ ଅନୁସାରେ କାର୍ଯ୍ୟକ୍ରମ ଏବଂ ସମରସଜ୍ଜା କରି ଦଳ ନିର୍ବାଚନ ଜିତିଲା।

କଂଗ୍ରେସ ସ୍ଥିତି ଆହୁରି ଗମ୍ବୀର। ସଭାପତି ଯାହାକୁ ବି କରନ୍ତୁ, ଦଳ ସମସ୍ତ ୧୪୭ ଆସନରେ ଥରେ ବୁଲି ଆସିବାର ନେତାଙ୍କ ସାମର୍ଥ୍ୟ ନାହିଁ। କାହିଁକି ନା ଗାଡି ଘୋଡା, ସଭାରେ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ନେତା ଓ ନେତୃତ୍ବର ମନୋଭାବ ଏ କ୍ଷେତ୍ରରେ ସବୁଠାରୁ ବଡ଼ ବାଧକ ଭାବେ ଛିଡା ହୋଇଛି। କଂଗ୍ରେସ ସଭାପତି ୧୪୭ ଆସନ ବୁଲି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ମନକଥା ଜାଣିବା ଲାଗି ଆଗ୍ରହ ଦେଖାଉନାହାନ୍ତି।

ଆଜି ସୋରେନ୍ ଯାହା କହିଛନ୍ତି, ଅତୀତରେ ଆନ୍ଧ୍ରପ୍ରଦେଶରେ ନାଇଡୁ ସରକାର ପଛର ପତନର ଅନ୍ୟତମ କାରଣ ଥିଲା। ତତ୍କାଳୀନ କଂଗ୍ରେସ ନେତା ରାଜଶେଖର ରେଡ୍ଡି ଆନ୍ଧ୍ରର ବିଶାଳ କ୍ଷେତ୍ରକୁ ଚାଲି ଚାଲି ବୁଲିଥିଲେ। ୨୦୦୩ ମସିହାର ଏହି ପଦଯାତ୍ରା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଲୋକେ ଅନୁଭବ କଲେ ଯେ ନାଇଡୁଙ୍କ ଭଳି ହାଇଟେକ୍ ନେତାଙ୍କ ଅପେକ୍ଷା ରାଜଶେଖରଙ୍କ ଭଳି ମାଟିର ନେତା ଜିତିବାର ଆବଶ୍ୟକ ରହିଛି, ଦୁଇଥର ମୁଖ୍ୟମନ୍ତ୍ରୀ ହେଲେ। ଦୁର୍ଘଟଣାରେ ପ୍ରାଣ ହରାଇନଥିଲେ, ନାଇଡୁ କ୍ଷମତାକୁ ଆସିବା କାଠିକର ପାଠ ହୋଇଥାନ୍ତା। ଆଜି ଜଗନମୋହନ ବି ଅନୁରୂପ ସୂତ୍ରରେ କ୍ଷମତାକୁ ଫେରିଛନ୍ତି।

ଏହାର ଯଥେଷ୍ଚ ପୂର୍ବରୁ ଓଡ଼ିଶାରେ ଏହାର ଉଦାହରଣ ରହିଛି। ବିଜୁ ପଟ୍ଟନାୟକ ସରକାରକୁ ରାଜ୍ୟରେ କ୍ଷମତାଚ୍ୟୁତ କରିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଅସ୍ତ୍ର ପ୍ରୟୋଗ କରିଥିଲେ। ୧୯୯୪ ମସିହାରେ କଟକ ଜଗତପୁରରେ ଟ୍ରକ ଆସୋସିଏସନ୍ ସହ ବୈଠକ, ପରେ ସାଲେପୁରରେ ଏକ ଛୋଟ ସଭା କରି ସେ ପରଖିନେଇଥିଲେ ଯେ ଜନତା ଦଳ ସରକାରକୁ ହଟାଇ ଦେଇ ହେବ। ଜାନକୀବଲ୍ଲଭ ସେତେବେଳେ କୌଣସି ବଡ଼ ସଭା କରିନଥିଲେ କି ଗାଡି ଘୋଡା ବ୍ୟବହାର ହୋଇନଥିଲା, ଯାହା ଆଜି ନ ହେଲେ ନେତା, ନେତୃତ୍ବ ବାହାରୁନାହାନ୍ତି।

ଜନତା ଦଳ ସରକାରର ଜଣେ ବରିଷ୍ଠ ନେତା ସ୍ବୀକାର କରିଛନ୍ତି ଯେ ଜାନକୀବଲ୍ଲଭ ପାଖାପାଖି ୩୦ଟି ସଭା କରିସାରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଚିନ୍ତା ବଢିଥିଲା। ସେ ତନାଘନା ଆରମ୍ଭ କରିଥିଲେ। ହେଲେ ସେ ସମୟର କିଛି ବେଫିକର ଓ ଆଦୌ ଦୂରଦୂୃଷ୍ଟି ନ ଥିବା ମାମଲତକାରଙ୍କ କାରଣରୁ ଜନତା ଦଳ ସରକାର ଆଉ ପଛକୁ ଫେରିପାରିନଥିଲା। ନିରଞ୍ଜନ ପଟ୍ଟନାୟକ ପ୍ରଥମ ଦଫାରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସତ। ହେଲେ ନେତାମାନେ କମ୍ ଚାଲିଲେ, ବେଶୀ ଗାଡିରେ ବୁଲିଲେ। ରୋଡ୍ ଚାଟ୍ ଏମିତି ହେଲା ଯେ ସବୁ ପଞ୍ଚାୟତ ଦୂରର କଥା ସବୁ ବ୍ଲକ ବି ଧରିପାରିଲେ ନାହିଁ।

ଓଡ଼ିଶା ଓ ରାଜ୍ୟ ସୀମାନ୍ତବର୍ତୀ ଦୁଇଟି ରାଜ୍ୟ ଆନ୍ଧ୍ର ଓ ତେଲେଙ୍ଗାନାରୁ ଆଜିର ନେତା କିଛି ଶିଖିପାରିଛନ୍ତି। ଏପରିକି ପଡୋଶୀ ପଶ୍ଚିମବଙ୍ଗ ସରକାର ଯେଉଁ କାରଣ ପାଇଁ କେନ୍ଦ୍ରକୁ ନାଲିଆଖି ଦେଖାଇବାରେ ସକ୍ଷମ ହୋଇଛନ୍ତି, ତାହା ହେଉଛି ବୁଝାମଣାମୂଳକ ରାଜନୀତି ନୁହେଁ, ବରଂ ସାଧାରଣ ଲୋକଙ୍କ ଭାବନା ସହିତ ସେ ବେଶ୍ ଯୋଡି ହୋଇଥିବା କାରଣରୁ ତୃଣମୂଳସ୍ତରରେ ବିଜେପି ପଶିପାରୁନାହିଁ।

ସୋରେନ ନିର୍ବାଚନମଣ୍ଡଳୀ ବୁଲି ଯେଉଁ ଅନୁଭବ ହାସଲ କରିଥିଲେ, ତା ଆଧାରରେ କଂଗ୍ରେସ ସହିତ ବୁଝାମଣା ସଫଳ ହୋଇଥିଲା। ବିଜେପିି ଭିତରେ ଫାଟ ସୃଷ୍ଟି କରି ସୋରେନ୍ ମୋଦୀ-ଅମିତ ଶାହ ଯୋୈଡିକୁ ଚକମା ଦେବାରେ ସକ୍ଷମ ହୋଇଛନ୍ତି।

Leave A Reply

Your email address will not be published.