ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସ୍ୱଚ୍ଛ ସର୍ବେକ୍ଷଣରେ ଚମକିଲା ଭୁବନେଶ୍ୱର, ଆସ୍କା ଚିକିଟିକୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

0

ନୂଆଦିଲ୍ଲୀ: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣରେ ଭାରତର ଶୀର୍ଷ ୧୦ ସଫା ସହର ମଧ୍ୟରେ ସ୍ଥାନ ପାଇଛି। ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଶ୍ରେଣୀରେ ଭୁବନେଶ୍ୱର ୯ମ ସ୍ଥାନ ଅଧିକାର କରିଛି। ପୂର୍ବବର୍ତ୍ତୀ ସ୍ୱଚ୍ଛ ସର୍ବେକ୍ଷଣରେ ଏହା ୩୪ତମ ସ୍ଥାନରେ ଥିଲା।

୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବର୍ଗରେ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ସ୍ଵଛ ସହର ପୁରସ୍କାର ପାଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ସ୍ଵଛ ସହର ପୁରସ୍କାର ପାଇଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି। ଅନୁଷ୍ଠିତ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ଉତ୍ସବରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)କୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀ ଏବଂ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ପୁରସ୍କାର ଗ୍ରହଣ କରିଛନ୍ତି। ବିଏମସି କର୍ତ୍ତୃପକ୍ଷ ରାଜଧାନୀର ଜନସାଧାରଣଙ୍କୁ ସେମାନଙ୍କ ଅଞ୍ଚଳକୁ ସଫା ରଖିବା ପାଇଁ କରିଥିବା ପ୍ରୟାସ ବଦଳରେ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.