ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବିରୋଧୀଙ୍କ ରଣନୀତି ଫୁସ୍!

0
  • ପ୍ରତିବଦ୍ଧତାର ପ୍ରତିଦାନ, ସମୀରଙ୍କୁ ପଦୋନ୍ନତି
  • ବିଜେପିର ନୂଆ ସଭାପତି ଭାବେ ମନୋନୀତ
  • ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଦାୟିତ୍ବ ନେବେ
  • ଧର୍ମେନ୍ଦ୍ରଙ୍କୁ ଟପି ଆଗକୁ ଯାଇପାରିଲେନି ବିରୋଧୀ

ଭୁବନେଶ୍ବର: ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ଦଳ ପଦୋନ୍ନତି ଦେଇ ସଭାପତି ପଦରେ ବସାଇଛି। ନିର୍ବାଚନ ନୁହେଁ, ବରଂ ସମ୍ପୂର୍ଣ୍ଣ ମନୋନୟନ ଭିତ୍ତିରେ ସମୀର ଏହି ପଦ ହାତେଇଛନ୍ତି। ସମ୍ଭବତଃ ତାଙ୍କର ଉପସଭାପତି ସମୟର ପ୍ରଦର୍ଶନ ତାଙ୍କୁ ଏଭଳି ଏକ ସଫଳତା ହାସଲ ପାଇଁ ବାଟ େଖାଲିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ବର ସେ ଆସ୍ଥା ଭାଜନ ହୋଇପାରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସଙ୍କେତ ଦେଉଛନ୍ତି, ରାଜ୍ୟ ବିଜେପିରେ ବିଭିନ୍ନ ଗୋଷ୍ଠୀ ମୁଣ୍ଡ ଟେକିଥିଲେ ହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରିବା ଅବସ୍ଥାରେ ସେମାନେ ପହଞ୍ଚି ପାରିନାହାନ୍ତି। ଏକଥା ସଭାପତି ନିର୍ବାଚନରୁ ସ୍ପଷ୍ଟ ହୋଇଯାଇଛି। କାରଣ, ବିରୋଧୀ ଗୋଷ୍ଠୀ ଗତମାସରେ ଦିଲ୍ଲୀରେ ବୈଠକ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ବିଜୟ ମହାପାତ୍ର ଥିଲେ ସେମାନଙ୍କ ପସନ୍ଦର ସଭାପତି ପ୍ରାର୍ଥୀ। କୁନ୍ଥକୁନ୍ଥ ହୋଇ କନକ ବର୍ଧନ ସିଂହଦେଓଙ୍କ ସଂପର୍କରେ ବି ସେମାନେ ହଁ ଭରୁଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କାହା ସପକ୍ଷରେ ରାଜନୀତି ଦାନ ବାନ୍ଧିଲାଣି।

ଦ୍ବିତୀୟତଃ, ସମୀରଙ୍କ ସଭାପତି ନିଯୁକ୍ତି ଉପକୂଳ ଓଡ଼ିଶା ପାଇଁ ଭଲ ଖବର। ତୃତୀୟତଃ, ମୂଳ ବିଜେପିକୁ ଛାଡି ଶୀର୍ଷ ନେତୃତ୍ବ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଭରସା କରି ତାଙ୍କ ମୁଣ୍ଡରେ ରାଜ୍ୟ ମୁକୁଟ ପିନ୍ଧାଇବେ ନାହିଁ, ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ସମାନ୍ତରାଳ ଭାବରେ କେଉଁଠି ନା କେଉଁଠି ଏକଥା ବି ଜଣାପଡି ଯାଇଛି ଯେ ଧୈର୍ଯ୍ୟ ଓ ଶୃଙ୍ଖଳାକୁ ଆଧାର କରି ନେତୃତ୍ବ ପ୍ରତି ପ୍ରତିବଦ୍ଧ ରହିଲେ, ସଫଳତା ମିଳିବ ହିଁ ମିଳିବ।

ଏଥିସହିତ ବିଜେପି ସଭାପତି ନିର୍ବାଚନ ନେଇ ସମସ୍ତ କସରତ ଶେଷ ହୋଇଛି। ଆସନ୍ତାକାଲି ଦଳ ପକ୍ଷରୁ ଶ୍ରୀ ମହାନ୍ତିଙ୍କ ନାମ ବିଧିବଦ୍ଧ ଘୋଷଣା କରାଯିବ। ଆଜି ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ପ୍ରାର୍ଥିପତ୍ର କାଏମ ରହିଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଘୋଷଣା କରିଥଲେ।

ମନମୋହନ ସାମଲଙ୍କ ପରେ ସମୀର ଗତ ଦୁଇ ଦଶନ୍ଧି ପରେ ସଭାପତି ଦାୟିତ୍ବ ନେବାରେ ଦ୍ବିତୀୟ ଉପକୂଳ ନେତା। ସଭାପତି ଦୌଡରେ ପୃଥ୍ବୀରାଜ ହରିଚନ୍ଦନ, କନକ ବର୍ଧନ ସିଂହଦେଓ ପ୍ରମୁଖଙ୍କ ନାଁ ଥିଲେ ବି ଏସବୁ ଶେଷ ମୁହୂର୍ତରେ ବାଦ୍ ପଡିଥିଲା।

ଉଲ୍ଲେଖଯୋଗ୍ୟ, ରାଜ୍ୟ ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଚାଳନା କରିବା ପରଠାରୁ ବିଜେପି ଶିବିରରେ ଚଳଚଞ୍ଚଳ ହୋଇଥିଲା। ଏହାପୂର୍ବରୁ ବିଜୟ ମହାପାତ୍ରଙ୍କ ନେତୃତ୍ବରେ ଦଳ ଆସିଥିଲା ଚର୍ଚ୍ଚାକୁ। ଏମାନଙ୍କ ବ୍ୟତୀତ ଅନ୍ୟମାନେ ଗତ ୨୦ ବର୍ଷ ଭିତରେ ଏପର୍ଯ୍ୟନ୍ତ ସେଭଳି କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ଏଣୁ ସ୍ବାଭାବିକ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ସଂଗଠନ ଉପରେ ଅଧିକ ରହିଛି ଓ ଶୀର୍ଷ ନେତୃତ୍ବ ମଧ୍ୟ ତାଙ୍କ ସହିତ ରହିବେ ହିଁ ରହିବେ। ଏଥିରେ ବିସ୍ମୟ ପ୍ରକାଶପାଇବା ଭଳି କଥା କିଛି ନାହିଁ ବୋଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି।

Leave A Reply

Your email address will not be published.