ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ଓଡ଼ିଶୀ ନୃତ୍ୟଗୁରୁ ସସ୍ମିତା ପଣ୍ଡାଙ୍କ ସହ ୩ ମୃତ

0

ଗୁଣପୁର: ରାୟଗଡ଼ା ଜିଲ୍ଲାର ଗୁଣପୁର ସହର ସ୍ଥିତ ଶେଫାଳୀ ପାହାଡ଼ ରାସ୍ତାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସସ୍ମିତା ପଣ୍ଡାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ରାୟଗଡ଼ା ଜିଲ୍ଲା ଓ କଳାଜଗତରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ସସ୍ମିତା ପଣ୍ଡାଙ୍କ ନୃତ୍ୟ ଅନୁଷ୍ଠାନର ଅଡିଟ୍ କାମ ପାଇଁ କୋଲକାତା ଓ ଓଡ଼ିଶାରୁ ଦୁଇଜଣ ଅଡିଟର ଗୁଣପୁରକୁ ଆସିଥିଲେ। ସସ୍ମିତା ପଣ୍ଡା ସେମାନଙ୍କୁ ସ୍କୁଟିରେ ଶେଫାଳୀ ପାହାଡ଼ସ୍ଥିତ ରାମେଶ୍ୱର ମନ୍ଦିର ବୁଲାଇବାକୁ ନେଇଥିଲେ। ଫେରୁଥିବା ବେଳେ ପାହାଡ଼ ତଳକୁ ଆସିବା ସମୟରେ ସ୍କୁଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ନିୟନ୍ତ୍ରଣ ହରାଇ ଗାଡ଼ିଟି ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲା। ଶନିବାର ରାତି ପ୍ରାୟ ୮ଟା ୩୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣାସ୍ଥଳରେ ଓଡ଼ିଶାର ଅଡିଟରଙ୍କ ମୃତ୍ୟୁ ହୋଇଥିବା ବେଳେ ସସ୍ମିତା ପଣ୍ଡା ଓ କୋଲକାତାର ଅଡିଟର ଗୁରୁତର ଆହତ ହୋଇଥିଲେ। ସସ୍ମିତାଙ୍କୁ ଶ୍ରୀକାକୁଲମକୁ ନେଉଥିବା ବେଳେ ପାରଳାଖେମୁଣ୍ଡି ନିକଟରେ ତାଙ୍କ ଶାରୀରିକ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଥିଲା। ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଭୁବନେଶ୍ୱରରେ ଚିକିତ୍ସାଧୀନ କୋଲକାତାର ଅଡିଟରଙ୍କର ମଧ୍ୟ ପରେ ମୃତ୍ୟୁ ଘଟିଛି।

ଭଦ୍ରକ ଜିଲ୍ଲାର ବାସିନ୍ଦା ସସ୍ମିତା ପଣ୍ଡା ରାୟଗଡ଼ା ଓ ଗୁଣପୁର ଅଞ୍ଚଳରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଇ ଜଣେ ସୁନାମଧନ୍ୟ ନୃତ୍ୟଗୁରୁ ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ କଳା ଓ ସାଂସ୍କୃତିକ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ପରିବାର ସଦସ୍ୟମାନେ ପାରଳାଖେମୁଣ୍ଡି ଅଭିମୁଖେ ରବାନା ହୋଇଥିବା ବେଳେ, ଶେଷକୃତ୍ୟ କେଉଁଠାରେ ସମ୍ପନ୍ନ ହେବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

Leave A Reply

Your email address will not be published.