ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

୨ ଲକ୍ଷ ଅଙ୍ଗନୱାଡି କେନ୍ଦ୍ର ହେବ ‘ସକ୍ଷମ ଅଙ୍ଗନୱାଡି’

0

ନୂଆଦିଲ୍ଲୀ: ଦେଶବ୍ୟାପୀ କୁପୋଷଣ ହ୍ରାସ ଏବଂ ମା’ ଓ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଓ ପ୍ରାରମ୍ଭିକ ଶିଶୁ ଯତ୍ନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରକୁ ‘ସକ୍ଷମ ଅଙ୍ଗନୱାଡି’ରେ ଉନ୍ନୀତ କରିବାକୁ ଅନୁମୋଦନ ଦେଇଛନ୍ତି। ଶୁକ୍ରବାର ଲୋକସଭାରେ ମହିଳା ଓ ଶିଶୁ ବିକାଶ ରାଜ୍ୟମନ୍ତ୍ରୀ ସାବିତ୍ରୀ ଠାକୁର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଅଙ୍ଗନୱାଡି ସେବା, ପୋଷଣ ଅଭିଯାନ ଓ କିଶୋରୀ ବାଳିକା ଯୋଜନାକୁ ଏକତ୍ର କରି ‘ମିଶନ ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦’ କାର୍ଯ୍ୟକାରୀ କରାଯାଉଛି। ଏହି ମିଶନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହୋଇଛି। ଏହାର ଲାଭ ୬ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ ଆକାଂକ୍ଷୀ ଜିଲ୍ଲା ଓ ଉତ୍ତର-ପୂର୍ବାଞ୍ଚଳର ୧୪ରୁ ୧୮ ବର୍ଷ ବୟସର କିଶୋରୀମାନେ ପାଉଛନ୍ତି। ଉନ୍ନୀତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଏଲଇଡି ସ୍କ୍ରିନ୍‌, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପୋଷଣ ବାଟିକା, ପ୍ରାରମ୍ଭିକ ଶିଶୁ ଶିକ୍ଷା ସାମଗ୍ରୀ ଓ ‘ବିଲ୍ଡିଂ ଆଜ୍‌ ଲର୍ଣ୍ଣିଂ ଏଡ୍‌’ ବ୍ୟବସ୍ଥା ରହିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ସମ୍ପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦୨୩ରେ ସଂଶୋଧିତ ପୁଷ୍ଟି ମାନଦଣ୍ଡ ଅନୁଯାୟୀ ଖାଦ୍ୟର ଗୁଣବତ୍ତା ଓ ବିବିଧତାକୁ ଗୁରୁତ୍ୱ ଦିଆଯାଇଛି। ଗୁରୁତର କୁପୋଷିତ ଶିଶୁଙ୍କୁ ଅତିରିକ୍ତ ‘ଟେକ୍‌ ହୋମ୍‌ ରାସନ’ ମଧ୍ୟ ପ୍ରଦାନ କରାଯାଉଛି।

ସାବିତ୍ରୀ ଠାକୁର କହିଛନ୍ତି, ‘ପୋଷଣ ଟ୍ରାକର’ ଡିଜିଟାଲ୍‌ ଆପ୍‌ ମାଧ୍ୟମରେ ଯୋଜନାର କାର୍ଯ୍ୟକାରିତା ଓ ହିତାଧିକାରୀଙ୍କ ତଥ୍ୟକୁ ନିୟମିତ ଭାବେ ନିରୀକ୍ଷଣ କରାଯାଉଛି। ସେ କହିଛନ୍ତି, ସରକାରଙ୍କ ଏହି ସମନ୍ୱିତ ପଦକ୍ଷେପ ଫଳରେ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସ ପାଇଥିବା ସହ କୁପୋଷଣ ଦୂରୀକରଣ ଦିଗରେ ସକାରାତ୍ମକ ଫଳ ମିଳୁଛି।

Leave A Reply

Your email address will not be published.