ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ଓଡ଼ିଶାରେ ୧୫ ହଜାର କୋଟିର ଏଆଇ-ଆଇଟି ନିବେଶ

0

ଭୁବନେଶ୍ବର: ଓଡ଼ିଶାକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଏଚ୍‌ସିଏଲ୍‌ଟେକ୍‌ ଓ ସର୍ବମ୍‌ ଏଆଇ ସହ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ନିବେଶ ଆସିବା ସହ ହଜାର ହଜାର ରୋଜଗାର ସୃଷ୍ଟି ହେବ ବୋଲି ସରକାର ଆଶା କରିଛନ୍ତି।

ଏମ୍‌ଓୟୁ ଅନୁସାରେ, ଏଚ୍‌ସିଏଲ୍‌ଟେକ୍‌ ପ୍ରାୟ ୭୩୦ କୋଟି ଟଙ୍କା ବିନିଯୋଗରେ ଏକ ଗ୍ଲୋବାଲ୍‌ ଡେଲିଭରି ସେଣ୍ଟର ସ୍ଥାପନ କରିବ, ଯାହା ମାଧ୍ୟମରେ ୬ ହଜାରରୁ ଅଧିକ ପ୍ରତ୍ୟକ୍ଷ ଚାକିରି ସୃଷ୍ଟି ହେବ। ଏହାସହ ରାଜ୍ୟରେ ସୋଭରେନ୍‌ ଏଆଇ ପାର୍କ ଓ ଏଆଇ-ଅପ୍ଟିମାଇଜ୍ଡ ଡାଟା ସେଣ୍ଟର ସ୍ଥାପନ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାରେ ଏଆଇ ସେବା ବିକାଶ କରାଯିବ, ଯାହା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରକୁ ଉପକୃତ କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନିବେଶ ଓଡ଼ିଶାର ଡିଜିଟାଲ୍‌ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରାଜ୍ୟକୁ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ପରିଚୟ ଦେବ।

Leave A Reply

Your email address will not be published.