ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଏକାଠି ହୋଇଗଲା ପୂରା ପଶ୍ଚିମ ଓଡ଼ିଶା

0
  • ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମତ ଥିଲା
  • ୫ରେ ବନ୍ଦ ଡାକରା, ଚାପରେ ରାଜ୍ୟ, କେନ୍ଦ୍ର

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ କି ନାହିଁ, ତାହା ଭିନ୍ନ କଥା। କିନ୍ତୁ ଏହି ଘଟଣାଟି ଏକ ଭୀଷଣ ରୂପ ନେବାକୁ ଆରମ୍ଭ କଲାଣି। ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ସବୁ ସଂଗଠନ ଏକାଠି ହାତ ମିଳାଇଛନ୍ତି। ଆସନ୍ତା େଫବ୍ରୁଆରି ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ଲାଗି ସହମତି ହୋଇଛି। ୧୭ଟି ବାର୍‌ ଓ ସହିତ ସିଏସି କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନେଇ ରାଜ୍ୟ ଆଇନଜୀବୀ ପରିଷଦ ସଙ୍କେତ ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏକ ସ୍ଲୋଗାନ ଗ୍ରହଣ କରାଯାଇଛି। ‘ଫାଇଟ୍ ଫର୍ ଲୟରସ୍ ରାଇଟ୍’ ବ୍ୟାନରରେ ସମସ୍ତେ ଏକାଠି େହାଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରାୟ ୨୩ଟି ବାର୍ ଏସୋସିଏସନର ସଭାପତିମାନେ ଏଥିରେ ଭାଗ ନେଇଥିଲେ। ବାର୍‌ କାଉନସିଲ ଅଫ୍ ଇଣ୍ଡିଆର ମନମୁଖୀ କାରବାର ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ଆସନ୍ତା ଫେବ୍ରୁଆରି ୫ ତାରିଖ ଦିନ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯିବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ଖୁବ୍‌ଶୀଘ୍ର ପଶ୍ଚିମ ଓଡ଼ିଶାର ଓକିଲମାନଙ୍କ ଏକ ପ୍ରତିନିଧିଦଳ ଗୃହ ସଚିବ ଓ ଆଇନ ସଚିବଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କେଉଁଠାରେ ବସାଯିବ, ସେ ସଂକ୍ରାନ୍ତ ସ୍ଥାନ ନିର୍ଧାରଣ ଆଦି ଘଟଣାରେ କେବେ ବି ପୂର୍ବରୁ ସହମତି ହୋଇନାହିଁ। ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗଟି ସ୍ଥାନୀୟ ଅଞ୍ଚଳରେ ସହମତି ସୃଷ୍ଟି କରିବା ଘଟଣା ରାଜନୈତିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ହେଲେ ଏହି ଘଟଣାରେ ରାଜ୍ୟ ନା କେନ୍ଦ୍ର ସରକାର ଆଗକୁ ଆସି ସଂଗଠନର ଦାବିକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବେ, ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହେଲାଣି।

Leave A Reply

Your email address will not be published.