ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଚାଷୀ ଆତ୍ମହତ୍ୟାକୁ ନେଇ କାହିଁକି ଚିନ୍ତା ପ୍ରକାଶ କଲେ ରାଜ୍ୟପାଳ

0

ଭୁବନେଶ୍ବର: ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରୁନାହାନ୍ତି। ହେଲେ ଚାଷୀ ଆତ୍ମହତ୍ୟା ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ‘କୃଷି ଓଡ଼ିଶା’ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ରୋକ୍‌ଠୋକ୍‌ କହିଥିଲେ, ଜୀବଜଗତରେ ପଶୁ ପକ୍ଷୀ ଆତ୍ମହତ୍ୟା କରୁନଥିବାବେଳେ ମଣିଷକୁ ଅନ୍ନ େଯାଗାଉଥିବା କୃଷକର ଆତ୍ମହତ୍ୟାର ଖବର ନିଶ୍ଚିତ ରୂେପ ଚିନ୍ତାର ବିଷ।। ଚାଷୀର ନିଷ୍ଠା ଓ ନିସ୍ୱାର୍ଥ ପର ଏବଂ କଠିନ ପରିଶ୍ରମ ଫଳରେ ମଣିଷର ଜୀବନଧାରଣ ପାଇଁ ଅନ୍ନ ଉତ୍ପନ୍ନ ହେଉଛି। ସେହି କୃଷକ କିଭଳି ଶାନ୍ତିରେ ରହିବ, ଆଦୌ ଚାପଗ୍ରସ୍ତ ହେବ ନାହିଁ, ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରିବା ଦରକାର।

ରାଜ୍ୟପାଳ ଆହୁରି କହିଥିଲେ, ପଞ୍ଚଭୂତରେ ଗଢ଼ା ହୋଇଛି ପୃଥିବୀ। ମାତ୍ର ମନୁଷ୍ୟକୃତ କାରଣ ଯୋଗୁ ଏହି ପଞ୍ଚଭୂତ ଆଜି ବ୍ୟାପକ ଭାବରେ ପ୍ରଦୂଷିତ ହେଉଛି। ମଣିଷକୁ ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାର ପ୍ରଭାବ କୃଷି କ୍ଷେତ୍ର ଉପରେ ପଡ଼ୁଛି। ଜୈବିକ କୃଷି ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

କୃଷି ଓ ଗୋ ପାଳନ ଭାରତର ଅର୍ଥନୀତି ଓ ସଂସ୍କୃତିର ଆଧାର ବୋଲି ସୂଚାଇ ରାଜ୍ୟପାଳ ଆହୁରି କହିଥିଲେ, କୃଷି ଓ କୃଷକର ବିକାଶ ହିଁ ଦେଶର ତଥା ରାଜ୍ୟର ବିକାଶ। ଏଣୁ ଏହି କ୍ଷେତ୍ର ଅଗ୍ରାଧିକାର ପାଇବା ଦରକାର। ସୁଖର କଥା କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ଅନେକଗୁଡ଼ିଏ ସକାରାତ୍ମକ ପଦକ୍ଷେପ ନେଇଛନ୍ତି। ତା’ର ସୁଫଳ ଅନୁଭୂତ ହେଉଛି।ବିଧାନସଭା ପୂର୍ବରୁ ରାଜ୍ୟପାଳଙ୍କର ଚାଷୀ ଓ ଚାଷ ପ୍ରସଙ୍ଗରେ ଏଭଳି ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ପାଇଁ ଏବେ ଅନେକ ପ୍ରଶ୍ନ ଛିଡା କରିଛି। ଆଜି ଜନତା ମଇଦାନରେ ପାଞ୍ଚଦିନ ବ୍ୟାପୀ ଚାଲିଥିବା କୃଷି ଓଡ଼ିଶା-୨୦୨୦ର ଉଦ୍‌ଯାପନୀ ଉତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ, କୃଷିର ଉନ୍ନତି କରି କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଉନ୍ନତ |ଜ୍ଞାନକୌଶଳ ଓ କୃଷି ପଦ୍ଧତିର ବ୍ୟବହାର ଏବଂ ଫସଲର ବିବିଧତା ଆଣିବା ଆବଶ୍ୟକ। ଓଡ଼ିଶା ମିଲେଟ୍‌ ମିଶନରେ ମାଣ୍ଡିଆ ଚାଷର ସଫଳତା ସାରା ଭାରତକୁ ଦିଗ୍‌ଦର୍ଶନ ଦେଇପାରିଛି । ସଂପ୍ରତି ଉଚ୍ଚଶିକ୍ଷିତ ଯୁବକମାନେ ଚାଷ ଓ କୃଷି ଉଦ୍ୟୋଗ ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ରୁପେ ଶୁଭଙ୍କର।ଉତ୍ସବରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳ ପତି ଡ. ପବନ କୁମାର ଅଗ୍ରଵାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥି‌ଲେ।

Leave A Reply

Your email address will not be published.