ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଓଡ଼ିଶା ଛାଡିବେ ରୁପା

0

ଭୁବନେଶ୍ବର: ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ଓଡ଼ିଶା ଛାଡିବେ। ରୁପାଙ୍କ କେନ୍ଦ୍ରୀୟ ଡେପୁଟେସନ୍ ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ କାର୍ମିକ ମନ୍ତ୍ରାଳୟ ଆଜି ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ସେ ପାଞ୍ଚବର୍ଷ ପାଇଁ କେନ୍ଦ୍ରରେ ଦାୟିତ୍ବ ତୁଲାଇବେ। ତାଙ୍କୁ ଆଜି କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି। ତିନି ସପ୍ତାହ ମଧ୍ୟରେ ରୁପାଙ୍କୁ ବର୍ତମାନର ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଆସିଛି।

ନିକଟରେ ରୁପାଙ୍କୁ ରାଜ୍ୟ ସରକାର କମିସନର ପାହ୍ୟାକୁ ପଦୋନ୍ନତି ଦେଉଥିଲେ। ସ୍ବାଭାବିକ ଆଇଏଏସ୍ ଟପର ଏହି ଅଧକାରୀଙ୍କୁ ଏକ ନିର୍ଦିଷ୍ଟ ବିଭାଗର ସଚିବ ଭାବେ ଦେଖିବା ଲାଗି ଆଗ୍ରହ ରଖିଥିଲେ। ମାତ୍ର ଏହା ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ତାଙ୍କୁ ‌‌େରାକିବା ଲାଗି ଚାହିଁନଥିଲେ। ଶେଷରେ ତାଙ୍କୁ ସେହି ପାନୀୟ ଜଳ ଓ ପରିମଳ ଦାୟିତ୍ବ ମିଳିଛି, ଯେଉଁ ଦାୟିତ୍ବ ଏବେ ସେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧୀନରେ ରହି ତୁଲାଉଛନ୍ତି।

Leave A Reply

Your email address will not be published.