ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପାଣ୍ଡିଆନଙ୍କ ସଙ୍କେତରୁ କିଏ କଣ ବୁଝିଲେ?

0
  • ଲୋକ ପ୍ରତିନିଧିଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ପଢାଇଲେ
  • ଅକଳରେ ସରକାରୀ ବାବୁ, ଗିଳିଲେ ଅଡୁଆ, କାଢିଲେ ବି ସମସ୍ୟା

ଭୁବନେଶ୍ବର: ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନାହାନ୍ତି। ବିଧାୟକଙ୍କ କଥା ମନ୍ତ୍ରୀ ଶୁଣୁନାହାନ୍ତି। କେଉଁଠି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ ପଡୁନି। ଜିଲ୍ଲାପାଳ ବୈଠକ ଡାକିଲେ, ଆସୁନାହାନ୍ତି। ଏସବୁ ପ୍ରସଙ୍ଗକୁ ନେଇ ବିଭିନ୍ନ ଜିଲ୍ଲାରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ବକ୍ତବ୍ୟ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ରଖି ପାଣ୍ଡିଆନ୍ ଯେଉଁ ସଙ୍କେତ ବୈଠକରେ ଦେଲେ, ତାକୁ ଅଫିସରମାନେ ଗିଳି ପାରୁନାହାନ୍ତି କି ଓଗାଳି ପାରୁନାହାନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବୈଠକରେ ଶ୍ରୀ ପାଣ୍ଡିଆନ୍ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ପ୍ରତିନିଧିଙ୍କୁ ସବୁଠାରୁ ବେଶୀ ସମ୍ମାନ ଦେଇଥାନ୍ତି। ଏମିିତି ଯେ ସେ ମନ୍ତ୍ରୀ ବା ବିଧାୟକମାନଙ୍କ ସହିତ ଆଲୋଚନା କଲାବେଳେ ଆଉ କେହି ବସୁ, ଏକଥା ଚାହାନ୍ତି ନାହିଁ। ଗୋଟିଏ ଦିନ ଜଣେ ପ୍ରମୁଖ ସଚିବ କମ୍ପ୍ୟୁଟର କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ଭରା ଚାହାଣୀ ତାଙ୍କୁ ସେ ପ୍ରକୋଷ୍ଠରେ କ୍ଷଣେ ମାତ୍ର ବସାଇ ଦେଇନଥିଲା। କେବଳ ସେତିକି ନୁହେଁ, କୌଣସି ଦେଶର ରାଷ୍ଟ୍ରଦୂତ ଯେବେ ଆସନ୍ତି, ସେବେ ମୁଖ୍ୟମନ୍ତ୍ରୀ ତାଙ୍କୁ କବାଟ ପାଖରୁ ସ୍ବାଗତ କରିବା ଲାଗି ଆଗ୍ରହ ଦେଖାନ୍ତି। ଏହାଦ୍ବାରା ସେ ବାର୍ତା ଦେବାକୁ ଚାହାନ୍ତି ଯେ ସଂପୃକ୍ତ ରାଷ୍ଟ୍ରଦୂତ କେତେ କୋଟିର ଗୋଟିଏ ରାଷ୍ଟ୍ର ବା ଦେଶକୁ ପ୍ରତିନିଧିତ୍ବ କରୁଛନ୍ତି। ଏହାକୁ ମର୍ଯ୍ୟାଦା ଦେବା ଦରକାର।

ଏସବୁ ଉଦାହରଣ ସହିତ ଶ୍ରୀ ପାଣ୍ଡିଆନ୍ ଅଧିକାରୀମାନଙ୍କୁ ପ୍ରବର୍ତାଇଥିଲେ ଯେ କୌଣସି ବି ପରିସ୍ଥିତିରେ ଲୋକପ୍ରତିନିଧିଙ୍କୁ ଅସମ୍ମାନ କରିବାର କାରଣ ନାହିଁ। ସେମାନଙ୍କ ଟେଲିଫୋନ୍ ତତ୍କାଳ ଧରିବା ଓ ସେମାନେ ଆସିବା ମାତ୍ରେ ସବୁ କାମକୁ ପଛ କରି ତାଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର।

ଶ୍ରୀ ପାଣ୍ଡିଆନଙ୍କ ଏଭଳି ବକ୍ତବ୍ୟ ଲୋକପ୍ରତିନିଧିଙ୍କୁ ଆଶ୍ବସ୍ତ କରିଛି। ଏହି ଧାରା ଜାରି ରହିଲେ, ଗଣତନ୍ତ୍ର ମଜବୁତ ହେବ ବୋଲି ଜଣେ ବିଧାୟକ ନିଜ ନାମ ଗୋପନ ସର୍ତରେ କହିଛନ୍ତି। କିନ୍ତୁ ଅଧିକାରୀମାନେ ଅକଳରେ ପଡିଯାଇଛନ୍ତି। ବିଧାନସଭାର ପ୍ରାୟ ପ୍ରତି ଅଧିବେଶନରେ ରୁଲ୍-୪୭କୁ ନେଇ ଢେର୍ ବିତର୍କ ରହେ। କେଉଁ ପ୍ରତିନିଧି ଅଫିସର ତାଙ୍କ ଚିଠିର ଉତ୍ତର ଦେଉନାହିଁ ବୋଲି ଅଭିଯୋଗ ଆଣନ୍ତି ତ ଆଉ କିଏ ଜିଲ୍ଲା ପ୍ରଶାସନର କାର୍ଯ୍ୟର ଖୋଲା ସମାଲୋଚନା କରିଥାନ୍ତି।

ପରିସ୍ଥଳେ ପାଣ୍ଡିଆନଙ୍କ ମନ୍ତ୍ର ଏକ ମହୌଷଧି ଭାବେ କାର୍ଯ୍ୟ କରିବା କଥା। ମାତ୍ର ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି ଆସୁଥିବା ଅଧିକାରୀମାନେ ପରିବର୍ତନ ହେବେ? ନା ମୋ ସରକାର ଭଳି ଏ କ୍ଷେତ୍ରରେ ବି ତୃତୀୟ ମହଲାକୁ କିଛିଟା କଠୋର ପଦକ୍ଷେପ ନେବାକୁ ପଡିବ? କିଛି ଜିଲ୍ଲାପାଳ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏସପି ତାଙ୍କ କଥା ଶୁଣୁନଥିବା ଓ ବୈଠକରେ ଅନୁପସ୍ଥିତି କଥା ଉଠାଇ ହସ୍ତକ୍ଷେପ ଲୋଡିଥିଲେ। ଯଦି ଏସପି ସେମାନଙ୍କ କଥା ଶୁଣୁନାହାନ୍ତି ବୋଲି ସେମାନେ ଏତେ ବ୍ୟସ୍ତ, ତେବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ପ୍ରତିନିଧିଙ୍କୁ ସେମାନେ ନ ଶୁଣିଲେ କି ବିଷମ ସ୍ଥତି ଉପୁଜିବ, ଏକଥା ସେମାନେ ବୁଝିବା କଥା।

ଜଣେ ପୂର୍ବତନ ପ୍ରଶାସକ କହିଛନ୍ତି, ଜିଲ୍ଲାପାଳ ପଦବିରେ ରହି ଅଧିକାଂଶ ବାବୁ ଅହଂକାରୀ ହେବାର ନଜିର ରହିଛି। ଯେଉଁ ଅଧିକାରୀ ଜିଲ୍ଲାପାଳ ବା ଏସପି ସ୍ତରରେ ଯେତେ ଅଧିକ ଲୋକପ୍ରିୟ, କ୍ୟାରିଅରର ବାକି ସମୟରେ ତାହାର ଏକ ସକାରାତ୍ମକ ପ୍ରଭାବ ପଡେ। ପରବର୍ତୀ ସମୟର ଅନେକ ଭୁଲ ତ୍ରୁଟିକୁ ବି ଲୋକେ ଅତି ସହଜରେ କ୍ଷମା ଦେଇଥାନ୍ତି। ହେଲେ ବାବୁମାନେ କ୍ଷମତା ନିଶାରେ ଏସବୁ ଭୁଲିଯିବା କାରଣରୁ ସରକାର ତ ବଦନାମ ହୁଅନ୍ତି, ସଂପୃକ୍ତ ଅଧିକାରୀ ଲୋକଙ୍କ ମନ ଭିତରେ ରହିପାରନ୍ତି ନାହିଁ, ଚାହିଁକି ସେ ଯେତେ ସଚ୍ଚୋଟ ବା କ୍ଷମତାଶାଳୀ ଅଥବା ପ୍ରଭାବୀ ହୁଅନ୍ତୁ ନା କାହିଁକି। ଏବେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଫର୍ମୁଲା ବାବୁଙ୍କୁ ଧରାଇଛନ୍ତି, ତାହାର କେତେ ପ୍ରଭାବ ପଡୁଛି, ଆସନ୍ତା ବିଧାନସଭା ଅଧିବେଶନ ସମୟରେ ସାମ୍ନାକୁ ଆସିବ। ଅନ୍ୟଥା ଜିଲ୍ଲାପାଳ ସମ୍ମିଳନୀ ପ୍ରଭାବହୀନ ବୋଲି କୁହାଯାଇପାରେ।

Leave A Reply

Your email address will not be published.