ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

କିଏ ପାଇଲେ ଓଡ଼ିଶାରୁ ପଦ୍ମ, ଜାଣନ୍ତୁ

0
  • ବାଗ୍ମୀ ମନୋଜ ଦାସଙ୍କୁ ପଦ୍ମଭୂଷଣ
  • ପଦ୍ମ ପୁରସ୍କାର ପାଇବାରେ ରେକର୍ଡ
  • ପୁଣି ଓଡ଼ିଶା ମନସ୍କ ହେଲା କେନ୍ଦ୍ର

ଭୁବନେଶ୍ବର: ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବାଗ୍ମୀ ମନାେଜ ଦାସଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯିବ। ସମାନ କ୍ଷେତ୍ର ପାଇଁ ବାରିପଦାର ଡ. ଦମୟନ୍ତୀ ବେହେରାଙ୍କୁ ପଦ୍ମଶୀ ମିଳିଛି। କେବଳ ଦମୟନ୍ତୀ ନୁହେଁ, ଓଡ଼ିଶାର ୧୦ ଜଣ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶା ଇତିହାସରେ ଏହା ଏକ ରେକର୍ଡ। ପୂର୍ବରୁ ଏତେ ସଂଖ୍ୟକ ଓଡ଼ିଆ କେବେ ବି ଏଭଳି ରେକର୍ଡର ଅଧିକାରୀ ହୋଇନଥିଲେ। ଏହି ଖବର ପ୍ରକାଶ ପରେ ହଠାତ୍ କେନ୍ଦ୍ର ସରକାରଙ୍କ ଓଡ଼ିଶା ମନସ୍କ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ଏହି ତାଲିକା ଘୋଷଣା କରାଯାଇଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କଳା କ୍ଷେତ୍ରରେ ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ନିକଟରେ ପରଲୋକଗମନ କରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ର, ସାହିତ୍ୟ ଓ ଶିକ୍ଷା ପାଇଁ ବୀଣାପାଣି ମହାନ୍ତି, ଜୈବିକ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ପ୍ରଫେସର ରାଧାମୋହନ ମହାପାତ୍ର ଓ ତାଙ୍କ ଝିଅ ସାବରମତୀ (ଯୁଗ୍ମ), ପଶୁସଂପଦ କ୍ଷେତ୍ର ପାଇଁ ବଟକୃଷ୍ଣ ସାହୁ, ଆମେରିକାରେ ରହୁଥିବା ଓଡ଼ିଆ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ (ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର ଦିଗମ୍ବର ବେହେରାଙ୍କୁ (ମେଡିସିନ୍) ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

Leave A Reply

Your email address will not be published.