ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କିଏ ପାଇଲେ ଓଡ଼ିଶାରୁ ପଦ୍ମ, ଜାଣନ୍ତୁ

0
  • ବାଗ୍ମୀ ମନୋଜ ଦାସଙ୍କୁ ପଦ୍ମଭୂଷଣ
  • ପଦ୍ମ ପୁରସ୍କାର ପାଇବାରେ ରେକର୍ଡ
  • ପୁଣି ଓଡ଼ିଶା ମନସ୍କ ହେଲା କେନ୍ଦ୍ର

ଭୁବନେଶ୍ବର: ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବାଗ୍ମୀ ମନାେଜ ଦାସଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯିବ। ସମାନ କ୍ଷେତ୍ର ପାଇଁ ବାରିପଦାର ଡ. ଦମୟନ୍ତୀ ବେହେରାଙ୍କୁ ପଦ୍ମଶୀ ମିଳିଛି। କେବଳ ଦମୟନ୍ତୀ ନୁହେଁ, ଓଡ଼ିଶାର ୧୦ ଜଣ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶା ଇତିହାସରେ ଏହା ଏକ ରେକର୍ଡ। ପୂର୍ବରୁ ଏତେ ସଂଖ୍ୟକ ଓଡ଼ିଆ କେବେ ବି ଏଭଳି ରେକର୍ଡର ଅଧିକାରୀ ହୋଇନଥିଲେ। ଏହି ଖବର ପ୍ରକାଶ ପରେ ହଠାତ୍ କେନ୍ଦ୍ର ସରକାରଙ୍କ ଓଡ଼ିଶା ମନସ୍କ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ଏହି ତାଲିକା ଘୋଷଣା କରାଯାଇଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କଳା କ୍ଷେତ୍ରରେ ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ନିକଟରେ ପରଲୋକଗମନ କରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ର, ସାହିତ୍ୟ ଓ ଶିକ୍ଷା ପାଇଁ ବୀଣାପାଣି ମହାନ୍ତି, ଜୈବିକ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ପ୍ରଫେସର ରାଧାମୋହନ ମହାପାତ୍ର ଓ ତାଙ୍କ ଝିଅ ସାବରମତୀ (ଯୁଗ୍ମ), ପଶୁସଂପଦ କ୍ଷେତ୍ର ପାଇଁ ବଟକୃଷ୍ଣ ସାହୁ, ଆମେରିକାରେ ରହୁଥିବା ଓଡ଼ିଆ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ (ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର ଦିଗମ୍ବର ବେହେରାଙ୍କୁ (ମେଡିସିନ୍) ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

Leave A Reply

Your email address will not be published.