ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ

0
  • ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତ
  • ସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ ବଳଦେବଜୀଉ, ବାରିପଦା ଶ୍ରୀଜଗନ୍ନାଥ କ୍ଷେତ୍ର, ମାଆ ସମଲେଶ୍ବରୀଙ୍କ ପର୍ଯ୍ୟନ୍ତ ଦେବାଦେବୀଙ୍କ ପୀଠର ବିକାଶ କରିବା ପରେ ସରକାର ଆଜିଠାରୁ କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ଅନୁଷ୍ଠାନରେ ପରିଣତ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଆଜି ସରକାରଙ୍କ ଲୋକଙ୍କୁ ପୁଣି ନୂଆ ଦିଗକୁ ଟାଣିନେବାକୁ ଉଦ୍ୟମ କରିଛନ୍ତି। ଦେବଦେବୀ ଓ ଡାକ୍ତରଖାନାର ବିକାଶ ଭିତରେ ସରକାର ସୀମିତ ନାହାନ୍ତି, ବରଂ ପୂୁଜ୍ୟପୂଜାକୁ ବି ଗୁରୁତ୍ବ ମିଳିବ, ଏ ସଙ୍କେତ ଆଜି ଦିଆଯାଇଛି।

ସରକାରଙ୍କ ନଜର ପଡିଛି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଉପରେ। ଆଜି ହଠାତ୍ ଅପରାହ୍ନରେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରି ସ୍ଥିତି ଯାଞ୍ଚ କରିଛନ୍ତି। ଆସନ୍ତାକାଲି କିମ୍ବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋର ବିକାଶ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରିବେ। ଗୋପବନ୍ଧୁଙ୍କ ଠାରୁ ସରକାର ଓଡ଼ିଶାର ମହାମନିଷୀଙ୍କୁ ନେଇ ଦ୍ବିତୀୟ ପର୍ଯ୍ୟାୟ ବିକାଶ ପ୍ରକ୍ରିୟା ଆରମ୍ଭ କରିବା ଲାଗି ପାଦ କାଢିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୁଆଣ୍ଡୋକୁ ପଟ୍ଟନାୟିକା ଛକରୁ ଯାଇଥିବା ରାସ୍ତାର ଉନ୍ନତିକରଣ କରାଯିବ। ସୁଆଣ୍ଡୋକୁ ପର୍ଯ୍ୟଟକ, ଗବେଷକ ଯିବା ଲାଗି ସବୁ ରାସ୍ତା ଖୋଲିବେ ସରକାର। ଏ ସଂକ୍ରାନ୍ତ ନକ୍ସା ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଷଠୀଘରକୁ ସ୍ମାରକୀ ଭାବେ ସରକାର ଘୋଷଣା କରିପାରନ୍ତି। ଲାଇଟ୍ ଆଣ୍ଡ ସାଉଣ୍ଡ ପ୍ରକଳ୍ପ, ଅଡିଟୋରିୟମ୍ ଆଦି ସଂପର୍କରେ ସରକାର ଚିନ୍ତା କରୁଥିବା ସୂଚନା ମିଳୁଛି।

Leave A Reply

Your email address will not be published.