ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ସେଦିନ ସତ କହିଥିଲେ ଆମ୍ବେଦକର

0

ନୂଆଦିଲ୍ଲୀ: ଦେଶ ସ୍ବାଧୀନତା ଲାଭ କଲା। ପରବର୍ତୀ ସମୟରେ ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ଲାଭ କରିଛି ଓଡ଼ିଶା। ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଥିବା ଭାରତ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। କିନ୍ତୁ ଏହି ସମୟର କିଛି ସ୍ମୃତି ଏଭଳି ରହିଛି, ଯାହା ଉପରେ ନଜର ପକାଇଲେ ଆଜି ବି ସାରା ଭାରତର ଲୋକଙ୍କ ମନକୁ ତାଜା କରିଦିଏ।

ଏଇ ଯେମିତି, ୧୯୫୦ ଜାନୁଆରି ୨୪ ତାରିଖ ଦିନ ଦେଶର ସମ୍ବିଧାନ ହାତଲେଖା ଅବସ୍ଥାରେ ହିଁ ସମ୍ବିଧାନ ସଭା ମୋହର ଲଗାଇଥିଲା। ସମସ୍ତ ୩୦୮ ଜଣ ଯାକ ସଦସ୍ୟ ଏଥିରେ ଦସ୍ତଖତ କରିଥିଲେ। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ଏହି ସମ୍ବିଧାନ ଆଜି ବି ସଂସଦର ପାଠାଗାରରେ ରହିଛି। ଏହି ସମ୍ବିଧାନ ପ୍ରସ୍ତୁତ କରିବା ଲାଗି ୨ ବର୍ଷ ୧୧ମାସ ୧୮ ଦିନ ସମୟ ଲାଗିଥିଲା। ଡ. ବାବା ସାହେବ ଆମ୍ବେଦକରଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରସ୍ତୁତ କରିଥିବା ଏହି ସମ୍ବିଧାନ ୪୪୪ଟି ଧାରା ବିଶିଷ୍ଟ ଓ ୨୨ ଭାଗରେ ବିଭକ୍ତ। ଏଥିରେ ୧୨ଟି ପରିଶିଷ୍ଟ ରହିଛି। ଗତ ୭୧ ବର୍ଷ ମଧ୍ୟରେ ୧୧୮ ଥର ସମ୍ବିଧାନକୁ ସଂଶୋଧିତ କରାଯାଇଛି।

୧୯୫୦ ଜାନୁଆରି ୨୬ ତାରିଖ ଦିନ ବିଟ୍ରିସଙ୍କୁ ସବୁଦିନ ପାଇଁ ବେଦଖଲ କରିବା ବେଳେ ତତ୍କାଳୀନ ସମ୍ରାଟ ଷଷ୍ଠ ଜର୍ଜ ଭାରତକୁ ଶୁଭକାମନା ଜଣାଇଥିଲେ। ସେ ସମୟରେ କିନ୍ତୁ ଭାରତ ସୈନ୍ୟବାହିନୀର ପ୍ରଥମ ପ୍ରମୁଖ ଥିଲେ ଜେନେରାଲ ଫିଲ୍ଡ ମାର୍ଶଲ କରିଅପ୍ପା।ଦିଲ୍ଲୀର ଇରଵିନ୍ ଆମ୍ପିଥିଓଟରରେ ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଏବେ ଏହାକୁ ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଡାଡିୟନମ୍ କୁହାଯାଉଛି। ୧୯୫୦ ମସିହାରେ ପ୍ରଥମ ପରମବୀର ଚକ୍ର ଉପାଧିରେ ମେଜର ସୋମନାଥ ଶର୍ମାଙ୍କୁ ଦିଆଯାଇଥିଲା। ନାୟକ ଯଦୁନାଥ ସିଂହଙ୍କୁ ମରଣୋତ୍ତର ଭାବେ ଏହା ପ୍ରଦାନ କରାଯାଇଥିଲା। କ୍ୟାପଟେନ୍ ରାମ ରାଘୋବା ରାଣେ, ହାବିଲଦାର କରମ ସିଂହଙ୍କୁ ବ୍ୟକ୍ତିଗତ ଭାବେ ପରାମବୀର ଚକ୍ର ପ୍ରଦାନ କରାଯାଇଥିଲା।

୧୯୩୨ ମସିହାରେ ଭାରତର ବାୟୁସେନା ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହୋଇଥିଲା। ହେଲେ ୧୯୫୦ ସାଧାରଣତନ୍ତ୍ର ଦିବସ ଦିନ ବାୟୁସେନା ପୂର୍ବରୁ ରୟାଲ ଶଦ୍ଦକୁ ହଟାଇ ଦିଆଗଲା। ସେହିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରାୟ ୧୦୦ରୁ ଅଧିକ ବିମାନ ଉଡାଣ କରିଥିଲେ। ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋରଙ୍କ ବଙ୍ଗଳା ଲିଖିତ ଜନ ଗଣ ମନକୁ ଜାତୀୟ ସଙ୍ଗୀତର ମାନ୍ୟତା ମିଳିଲା। ପରେ ଏହାକୁ ହିନ୍ଦୀ ଭାଷାକୁ ରୂପାନ୍ତରିତ କରାଯାଇଥିଲା।

ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କର କିଛି କଥା ବି ଆଜି ବି ହୃଦୟ ସ୍ପର୍ଶ କରେ। ୧୯୪୯ ମସିହା ନଭେମ୍ବର ୨୫ ତାରିଖରେ ସେ କହିଥିଲେ, ମୋର ହୃଦବୋଧ ହେଉଛି ଯେ ସମ୍ବିଧାନ ଯେତେ ଭଲ ହେଇଥାଉନା କାହିଁକି, ତାର ଫଳାଫଳ ତାକୁ ପରିଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ନିର୍ଭର କରେ। ପରିଚାଳକ ଭଲ ହେଲେ ଦେଶବାସୀ ତାର ସୁଫଳ ପାଇବେ।ମନ୍ଦ ହେଲେ ଦେଶବାସୀ ସୁଫଳରୁ ବଞ୍ଚିତ ହେବେ ଓ ସମ୍ବିଧାନ ନିଶ୍ଚିତ ରୂପେ ମନ୍ଦ ପ୍ରମାଣିତ ହେବ। ସୁତରାଂ ସମ୍ବିଧାନ ଯେତେ ଖରାପ ହେଲେ ବି ଏହାକୁ ଚଳାଇବା ଲୋକ ଯଦି ଠିକ୍ ହୁଅନ୍ତି, ତେବେ ସମ୍ବିଧାନ ମଧ୍ୟ ଠିକ୍ ସାବ୍ୟସ୍ତ ହେବ। ଆମ୍ବେଦକରଙ୍କ ଏହି ଧାଡି ଧାଡି କଥା, ଭାରତର ବର୍ତମାନ ସ୍ଥିତିକୁ ସ୍ପଷ୍ଟ ସୂଚୀତ କରୁଛି। କେଉଁ ରାସ୍ତା ଦେଇ ଭାରତ ଆସିଛି ଓ କେତେ ଆଗକୁ ଆସିଛି, ନେତୃତ୍ବ କେତେ ସଫଳ ତାହା ବି ନିରୂପିତ ହେଉଛି ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।

Leave A Reply

Your email address will not be published.