ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସେଦିନ ସତ କହିଥିଲେ ଆମ୍ବେଦକର

0

ନୂଆଦିଲ୍ଲୀ: ଦେଶ ସ୍ବାଧୀନତା ଲାଭ କଲା। ପରବର୍ତୀ ସମୟରେ ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ଲାଭ କରିଛି ଓଡ଼ିଶା। ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଥିବା ଭାରତ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। କିନ୍ତୁ ଏହି ସମୟର କିଛି ସ୍ମୃତି ଏଭଳି ରହିଛି, ଯାହା ଉପରେ ନଜର ପକାଇଲେ ଆଜି ବି ସାରା ଭାରତର ଲୋକଙ୍କ ମନକୁ ତାଜା କରିଦିଏ।

ଏଇ ଯେମିତି, ୧୯୫୦ ଜାନୁଆରି ୨୪ ତାରିଖ ଦିନ ଦେଶର ସମ୍ବିଧାନ ହାତଲେଖା ଅବସ୍ଥାରେ ହିଁ ସମ୍ବିଧାନ ସଭା ମୋହର ଲଗାଇଥିଲା। ସମସ୍ତ ୩୦୮ ଜଣ ଯାକ ସଦସ୍ୟ ଏଥିରେ ଦସ୍ତଖତ କରିଥିଲେ। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ଏହି ସମ୍ବିଧାନ ଆଜି ବି ସଂସଦର ପାଠାଗାରରେ ରହିଛି। ଏହି ସମ୍ବିଧାନ ପ୍ରସ୍ତୁତ କରିବା ଲାଗି ୨ ବର୍ଷ ୧୧ମାସ ୧୮ ଦିନ ସମୟ ଲାଗିଥିଲା। ଡ. ବାବା ସାହେବ ଆମ୍ବେଦକରଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରସ୍ତୁତ କରିଥିବା ଏହି ସମ୍ବିଧାନ ୪୪୪ଟି ଧାରା ବିଶିଷ୍ଟ ଓ ୨୨ ଭାଗରେ ବିଭକ୍ତ। ଏଥିରେ ୧୨ଟି ପରିଶିଷ୍ଟ ରହିଛି। ଗତ ୭୧ ବର୍ଷ ମଧ୍ୟରେ ୧୧୮ ଥର ସମ୍ବିଧାନକୁ ସଂଶୋଧିତ କରାଯାଇଛି।

୧୯୫୦ ଜାନୁଆରି ୨୬ ତାରିଖ ଦିନ ବିଟ୍ରିସଙ୍କୁ ସବୁଦିନ ପାଇଁ ବେଦଖଲ କରିବା ବେଳେ ତତ୍କାଳୀନ ସମ୍ରାଟ ଷଷ୍ଠ ଜର୍ଜ ଭାରତକୁ ଶୁଭକାମନା ଜଣାଇଥିଲେ। ସେ ସମୟରେ କିନ୍ତୁ ଭାରତ ସୈନ୍ୟବାହିନୀର ପ୍ରଥମ ପ୍ରମୁଖ ଥିଲେ ଜେନେରାଲ ଫିଲ୍ଡ ମାର୍ଶଲ କରିଅପ୍ପା।ଦିଲ୍ଲୀର ଇରଵିନ୍ ଆମ୍ପିଥିଓଟରରେ ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଏବେ ଏହାକୁ ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଡାଡିୟନମ୍ କୁହାଯାଉଛି। ୧୯୫୦ ମସିହାରେ ପ୍ରଥମ ପରମବୀର ଚକ୍ର ଉପାଧିରେ ମେଜର ସୋମନାଥ ଶର୍ମାଙ୍କୁ ଦିଆଯାଇଥିଲା। ନାୟକ ଯଦୁନାଥ ସିଂହଙ୍କୁ ମରଣୋତ୍ତର ଭାବେ ଏହା ପ୍ରଦାନ କରାଯାଇଥିଲା। କ୍ୟାପଟେନ୍ ରାମ ରାଘୋବା ରାଣେ, ହାବିଲଦାର କରମ ସିଂହଙ୍କୁ ବ୍ୟକ୍ତିଗତ ଭାବେ ପରାମବୀର ଚକ୍ର ପ୍ରଦାନ କରାଯାଇଥିଲା।

୧୯୩୨ ମସିହାରେ ଭାରତର ବାୟୁସେନା ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହୋଇଥିଲା। ହେଲେ ୧୯୫୦ ସାଧାରଣତନ୍ତ୍ର ଦିବସ ଦିନ ବାୟୁସେନା ପୂର୍ବରୁ ରୟାଲ ଶଦ୍ଦକୁ ହଟାଇ ଦିଆଗଲା। ସେହିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରାୟ ୧୦୦ରୁ ଅଧିକ ବିମାନ ଉଡାଣ କରିଥିଲେ। ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋରଙ୍କ ବଙ୍ଗଳା ଲିଖିତ ଜନ ଗଣ ମନକୁ ଜାତୀୟ ସଙ୍ଗୀତର ମାନ୍ୟତା ମିଳିଲା। ପରେ ଏହାକୁ ହିନ୍ଦୀ ଭାଷାକୁ ରୂପାନ୍ତରିତ କରାଯାଇଥିଲା।

ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କର କିଛି କଥା ବି ଆଜି ବି ହୃଦୟ ସ୍ପର୍ଶ କରେ। ୧୯୪୯ ମସିହା ନଭେମ୍ବର ୨୫ ତାରିଖରେ ସେ କହିଥିଲେ, ମୋର ହୃଦବୋଧ ହେଉଛି ଯେ ସମ୍ବିଧାନ ଯେତେ ଭଲ ହେଇଥାଉନା କାହିଁକି, ତାର ଫଳାଫଳ ତାକୁ ପରିଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ନିର୍ଭର କରେ। ପରିଚାଳକ ଭଲ ହେଲେ ଦେଶବାସୀ ତାର ସୁଫଳ ପାଇବେ।ମନ୍ଦ ହେଲେ ଦେଶବାସୀ ସୁଫଳରୁ ବଞ୍ଚିତ ହେବେ ଓ ସମ୍ବିଧାନ ନିଶ୍ଚିତ ରୂପେ ମନ୍ଦ ପ୍ରମାଣିତ ହେବ। ସୁତରାଂ ସମ୍ବିଧାନ ଯେତେ ଖରାପ ହେଲେ ବି ଏହାକୁ ଚଳାଇବା ଲୋକ ଯଦି ଠିକ୍ ହୁଅନ୍ତି, ତେବେ ସମ୍ବିଧାନ ମଧ୍ୟ ଠିକ୍ ସାବ୍ୟସ୍ତ ହେବ। ଆମ୍ବେଦକରଙ୍କ ଏହି ଧାଡି ଧାଡି କଥା, ଭାରତର ବର୍ତମାନ ସ୍ଥିତିକୁ ସ୍ପଷ୍ଟ ସୂଚୀତ କରୁଛି। କେଉଁ ରାସ୍ତା ଦେଇ ଭାରତ ଆସିଛି ଓ କେତେ ଆଗକୁ ଆସିଛି, ନେତୃତ୍ବ କେତେ ସଫଳ ତାହା ବି ନିରୂପିତ ହେଉଛି ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।

Leave A Reply

Your email address will not be published.