ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ମୀଛଡା ବନ ଓ ପରିବହନ ବିଭାଗ!

0
  • ଟ୍ରକ୍ ଚକା ତଳେ ଗଲା ଗଜରାଜର ଜୀବନ
  • ଆଉ ଗୋଟିଏ ହାତୀର ଦାନ୍ତ ଭାଙ୍ଗିଯାଇଛି
  • ଢେଙ୍କାନାଳରେ ଘଟିଛି ଏମିତି ଏକ ଦୁର୍ଘଟଣା

ଭୁବନେଶ୍ବର: ରାସ୍ତା କଡରେ ବଡ ବଡ ଅକ୍ଷରରେ ଲେଖାଥିଲା ଯେ ଏହା ହାତୀ ଚଳାଚଳ ରାସ୍ତା। ଦ୍ରୁତଗତିରେ ଗାଡି ଚଲାନ୍ତୁ ନାହିଁ। ମାତ୍ର ଏହାର କିଛି ବି ପ୍ରଭାବ ପଡିଲାନି। ଗୋଟିଏ ଟ୍ରକ୍ ଅତି ଦ୍ରୁତବେଗରେ ଆସି ଦଳିଦେଲା ସେହି ବାଟ ଦେଇ ଯାଉଥିବା ହାତୀକୁ। ଘଟଣାସ୍ଥଳରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଉ ଗୋଟିଏ ହାତୀର ଦାନ୍ତଟି ଖଣ୍ଡେ ଭାଙ୍ଗିଯାଇ ନିକଟରେ ପଡିଛି।

ଆଜି ଭୋରରୁ ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି। ସବୁଠାରୁ ବଡ କଥା ହେଲା, ବିଶାଳ ହାତୀଟି ମୋଡି ମକଚି ହୋଇ ରହିଯାଇଛି ଟ୍ରକ୍ ତଳେ। ଏହା ହିଁ ସୂଚାଇ ଦେଇଛି ଯେ ଟ୍ରକଟି କେତେ ଦ୍ରୁତ ବେଗରେ ଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ସେ ସ୍ଥାନ ଛାଡି ଚମ୍ପଟ ମାରିଛି।

ଅନ୍ୟପଟରେ ପ୍ରାଣ ହରାଇଥିବା ହାତୀଟି କିଛି ସମୟ ଗର୍ଜନ ତର୍ଜନ କରିବା ପରେ ତାର ପ୍ରାଣବାୟୁ ଉଡିଯାଇଥିଲା। ଅନ୍ୟ ହାତୀଟି ମଧ୍ୟ ବେଶ୍ ଗର୍ଜନ କରିଥିବା ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହେଲେ ପରେ ଭୟଭୀତ ହୋଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ସେହି ହାତୀଟି କିଭଳି ରହିଛି, ଗୁରତର ଅବସ୍ଥାରେ କି ସାମାନ୍ୟ ଆଘାତ ଲାଗିଛି, ତାହା ଏଯାଏ ଜଣାପଡିନାହିଁ।

ହାତୀକୁ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଏ। ତାର ମୃ୍ତ୍ୟୁକୁ ଓଡ଼ିଶାରେ କେହି ଭଲ ଭାବରେ ଗ୍ରହଣ କରନ୍ତି ନାହିଁ। ଲକ୍ଷ୍ମୀଛଡା ହୋଇଯାଆନ୍ତି ବୋଲି ଗାଁ ଗଣ୍ଡଳିରେ ବୟସ୍କମାନେ ଚର୍ଚ୍ଚା କରିଥାନ୍ତି। ହେଲେ ହାତୀ ସୁରକ୍ଷା ପାଇଁ ବନ ବିଭାଗ କିମ୍ବା ପରିବହନ ବିଭାଗ ସେଭଳି ଯତ୍ନବାନ ନୁହଁନ୍ତି, ଯେଭଳି ହେବା କଥା।

ଆଜିର ଘଟଣା ପରିବେଶବିତ୍ ଓ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବେଶ୍ ବ୍ୟଥିତ କରିଛି। ଗତକାଲି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଏହାର ୨୪ ଘଣ୍ଟା ନ ପୂରୁଣୁ ପୁଣି ସଡକ ଦୁର୍ଘଟଣାରେ ଗଜରାଜର ମୃତ୍ୟୁ ହେବା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ସଡକ ସୁରକ୍ଷା ବ୍ୟବସ୍ଥା ହୁଗୁଳି ଯାଇଛି। ସେହିଭଳି ତୁଚ୍ଛାଟାରେ ହାତୀ ମୃତ୍ୟୁ ଘଟଣା ବନ ବିଭାଗର କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଆଙ୍କିଲାଣି।

Leave A Reply

Your email address will not be published.