ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

0

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଭାଙ୍ଗିବାକୁ ମଧ୍ୟ ପଛାଇ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖୁବ୍ ଶୀଘ୍ର ସ୍ବର୍ଗଦ୍ବାର ଚାରି ପାଖରୁ ପୁରୁଣା ଘର,ପାଚେରି,ପୁରୁଣା ଚିମିନି ସବୁ ଭଙ୍ଗା ଯାଇଥିଲା। ଏବେ ଲୋକମାନେ କିନ୍ତୁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି।ଶବଦାହ ପାଇଁ ଆସୁଥିବା ବହୁ ଦୂରଦୂରାନ୍ତରୁ ଲୋକମାନେ ସ୍ବର୍ଗଦ୍ବାରର ପ୍ରବେଶ ପଥରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଏହାର ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପ ଲୋକମାନଙ୍କୁ ଅଡୁଆରେ ପକାଇ ଦଉଛି।ସ୍ବର୍ଗଦ୍ବାର କାମ ଉଚ୍ଛେଦ ନାଁରେ ଅଧାରୁ ଅଧିକ ଜାଗାରେ ବାଡ ପଡିଛି। ସ୍ଥାନର ଅଭାବ ହେତୁ ଶବ ଧରି ଅପେକ୍ଷା କରିବାକୁ ପଡୁଛି। ପ୍ରବେଶ ଦ୍ବାର ସମୁଖ ପାଖ ଗହଳି ହେଉଥିବାରୁ ସାଧାରଣ ଲୋକଙ୍କର ଯାତାୟତରେ ଅସୁବିଧା ହେଉଛି। ସମୁଦ୍ରରୁ ସ୍ନାନ ସାରି କାର୍ଯ୍ୟ ପାଇଁ ଆସୁଥିବା ସ୍ବର୍ଗଦ୍ବାରର ପ୍ରବେଶ ପଥକୁବି ବନ୍ଦ କରିଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ତାର କାମ ଆରମ୍ଭ କରିଦେଇଥିଲା। ଶବଦାହରେ କୌଣସି ଅସୁବିଧା ହବନି ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲା। କିନ୍ତୁ ଆଜକୁ ପ୍ରାୟ ମାସେ ଉପର ହବ ପ୍ରଶାସନର କାର୍ଯ୍ୟଦକ୍ଷତା ନେଇ ଅସନ୍ତୋଷ ଦେଖାଦେଇଛି। ଫନିରେ ଭାଙ୍ଗି ଯାଇଥିବା ପୁରୁଣା ଟିଣସବୁର ମରାମତି କାର୍ଯ୍ୟ ହୋଇନାହିଁ। ଖରାରେ ‌ଲୋକମାନଙ୍କୁ ଠିଆ ହେବାକୁ ପଡୁଛି।ଏସଂର୍ପକରେ ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ କୁମାର ଦାଶ ସ୍ପଷ୍ଟ ମତ ନରଖିଥିଲେ ମଧ୍ୟ ଖୁବ୍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.