ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ନବୀନଙ୍କ ହିଞ୍ଜିଳିରେ ପାଣ୍ଡିଆନ୍

0
  • ତାରା ତାରିଣୀ ମନ୍ଦିର ବିକାଶ ପାଇଁ ଆଲୋଚନା କଲେ
  • ହାଇସ୍କୁଲ ବୁଲି ଦେଖିଲେ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ବିକାଶ ଖସଡା ଇତିମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଯାଏ ଲମ୍ବିଥିଲା। ଆଜି ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ନଜର ଦକ୍ଷିଣ ଓଡ଼ିଶାରେ ପଡିଛି। ଆଜି ଭୋରରୁ ପ୍ରସିଦ୍ଧ ତାରା ତାରିଣୀ ମନ୍ଦିର ପରିଦର୍ଶନ କରି ତାର ଉନ୍ନତୀକରଣ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିରେ ମାରାଥନ୍ ପ୍ରକଳ୍ପ ବୁଲି ଦେଖିଛନ୍ତି। ଅନେକ ହାଇସ୍କୁଲ ବୁଲି ଦେଖିଛନ୍ତି, ସ୍କୁଲ କମିଟି ଓ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସହିତ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପୂର୍ବରୁ ଏଭଳି ଦେଖିବାକୁ ମିଳିନଥିଲା। କେବଳ ସେତିତି ନୁହେଁ, ଶ୍ରୀ ପାଣ୍ଡିଆନ୍ ହାଇସ୍କୁଲ ଶିକ୍ଷାର ବିକାଶ ଉପରେ ଫୋକସ ରଖିବା ସହିତ ପିଇବା ପାଣି, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ ଓ ଜଳସେଚନ ସଂପର୍କରେ ବିଶଦ ଆଲୋଚନା କରିଥିଲେ।

୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକୁ ପ୍ରତିନିଧିତ୍ବ କରୁଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟ ହୋଇଛି। ତଥାପି ଅବଶିଷ୍ଟ ୧୪୬ ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରଭାବିତ କରିବା ଭଳି କୌଣସି ଆକର୍ଷଣୀୟ କାର୍ଯ୍ୟକ୍ରମ ନବୀନ ନିଜ ନିର୍ବାଚନମଣ୍ଡଳୀରେ ଆରମ୍ଭ କରିପାରିନାହାନ୍ତି। କୌଣସି ଗୋଟିଏ କ୍ଷେତ୍ରରେ ବି ନବୀନଙ୍କ ହିଞ୍ଜିଳି ଅନ୍ୟ ନିର୍ବାଚନମଣ୍ଡଳୀଠାରୁ ଢେର୍ ଗୁଣା ଶ୍ରେଷ୍ଠ ଏକଥା କେହି କହିପାରିବେନି। ପଞ୍ଚମ ପାଳିରେ ବିକାଶ ମୁଡରେ ଥିିବା ନବୀନ, ହିଞ୍ଜିଳିରେ ନଜର ପକାଇଛନ୍ତି ଓ ଏହି କ୍ରମରେ ଆଜି ପାଣ୍ଡିଆନ୍ ଯାଇ ତନାଘନା କରିଛନ୍ତି। ଆଗକୁ ପାଣ୍ଡିଆନ୍ ଅନ୍ୟ ନିର୍ବାଚନମଣ୍ଡଳୀକୁ ଯାଇ ଏଭଳି ପଞ୍ଚାୟତ ପ୍ରତିନିଧିଙ୍କ ସହିତ କଥାବାର୍ତା ହେବେ କିମ୍ବା ଏହି କାର୍ଯ୍ୟକ୍ରମ କେବଳ ଏହି ନିର୍ବାଚନମଣ୍ଡଳୀରେ ସୀମିତ ରହିବ, ତାହା ଆଗକୁ ଦେଖିବା କଥା।

Leave A Reply

Your email address will not be published.