ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ନବୀନଙ୍କ ହିଞ୍ଜିଳିରେ ପାଣ୍ଡିଆନ୍

0
  • ତାରା ତାରିଣୀ ମନ୍ଦିର ବିକାଶ ପାଇଁ ଆଲୋଚନା କଲେ
  • ହାଇସ୍କୁଲ ବୁଲି ଦେଖିଲେ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ବିକାଶ ଖସଡା ଇତିମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଯାଏ ଲମ୍ବିଥିଲା। ଆଜି ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ନଜର ଦକ୍ଷିଣ ଓଡ଼ିଶାରେ ପଡିଛି। ଆଜି ଭୋରରୁ ପ୍ରସିଦ୍ଧ ତାରା ତାରିଣୀ ମନ୍ଦିର ପରିଦର୍ଶନ କରି ତାର ଉନ୍ନତୀକରଣ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିରେ ମାରାଥନ୍ ପ୍ରକଳ୍ପ ବୁଲି ଦେଖିଛନ୍ତି। ଅନେକ ହାଇସ୍କୁଲ ବୁଲି ଦେଖିଛନ୍ତି, ସ୍କୁଲ କମିଟି ଓ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସହିତ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପୂର୍ବରୁ ଏଭଳି ଦେଖିବାକୁ ମିଳିନଥିଲା। କେବଳ ସେତିତି ନୁହେଁ, ଶ୍ରୀ ପାଣ୍ଡିଆନ୍ ହାଇସ୍କୁଲ ଶିକ୍ଷାର ବିକାଶ ଉପରେ ଫୋକସ ରଖିବା ସହିତ ପିଇବା ପାଣି, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ ଓ ଜଳସେଚନ ସଂପର୍କରେ ବିଶଦ ଆଲୋଚନା କରିଥିଲେ।

୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକୁ ପ୍ରତିନିଧିତ୍ବ କରୁଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟ ହୋଇଛି। ତଥାପି ଅବଶିଷ୍ଟ ୧୪୬ ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରଭାବିତ କରିବା ଭଳି କୌଣସି ଆକର୍ଷଣୀୟ କାର୍ଯ୍ୟକ୍ରମ ନବୀନ ନିଜ ନିର୍ବାଚନମଣ୍ଡଳୀରେ ଆରମ୍ଭ କରିପାରିନାହାନ୍ତି। କୌଣସି ଗୋଟିଏ କ୍ଷେତ୍ରରେ ବି ନବୀନଙ୍କ ହିଞ୍ଜିଳି ଅନ୍ୟ ନିର୍ବାଚନମଣ୍ଡଳୀଠାରୁ ଢେର୍ ଗୁଣା ଶ୍ରେଷ୍ଠ ଏକଥା କେହି କହିପାରିବେନି। ପଞ୍ଚମ ପାଳିରେ ବିକାଶ ମୁଡରେ ଥିିବା ନବୀନ, ହିଞ୍ଜିଳିରେ ନଜର ପକାଇଛନ୍ତି ଓ ଏହି କ୍ରମରେ ଆଜି ପାଣ୍ଡିଆନ୍ ଯାଇ ତନାଘନା କରିଛନ୍ତି। ଆଗକୁ ପାଣ୍ଡିଆନ୍ ଅନ୍ୟ ନିର୍ବାଚନମଣ୍ଡଳୀକୁ ଯାଇ ଏଭଳି ପଞ୍ଚାୟତ ପ୍ରତିନିଧିଙ୍କ ସହିତ କଥାବାର୍ତା ହେବେ କିମ୍ବା ଏହି କାର୍ଯ୍ୟକ୍ରମ କେବଳ ଏହି ନିର୍ବାଚନମଣ୍ଡଳୀରେ ସୀମିତ ରହିବ, ତାହା ଆଗକୁ ଦେଖିବା କଥା।

Leave A Reply

Your email address will not be published.