ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?

0

ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପୁରୀ ଗସ୍ତ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ରକ୍ତ ପଡିଲା ପୁରୀ କଂଗ୍ରେସ କାର୍ଯ୍ୟାଳୟରେ। ୨ଟା ଦିନ ବିତିନି, ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିପର୍ଯ୍ୟୟ ସାମ୍ନା କରୁଥିବା କଂଗ୍ରେସ କିଛି ଶିଖିବା ବଦଳରେ ଏଭଳି ବିଗିଡିବା ଆରମ୍ଭ କରିଛି। ଭଲ କଥା କମ୍, ଭୁଲ କାର୍ଯ୍ୟରେ ଅଧିକ ଚର୍ଚ୍ଚାକୁ ଆସୁଛି ଦଳ।

ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ଲାଗି ଗୋଟିଏ ଗୋଷ୍ଠୀ ଅଣ୍ଟା ଭିଡିଥିଲେ। ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଏକାଧିକ ବୈଠକ ହେଲା। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଲେ ଯେ ଏବେ ସଭାପତି ପରିବର୍ତନ ହେବ ନାହିଁ। ଏହା ପରେ ଏହି ପ୍ରସଙ୍ଗଟି ଶିଥିଳ ପଡିଲା। କିନ୍ତୁ ଚର୍ଚ୍ଚାକୁ ଆସିଲା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ। ଏଇଥିପାଇଁ ଯେ କର୍ମୀଙ୍କ ବଦଳରେ ବାଉନସର ଛିଡା ହେଲେ କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ। କିଏ ଏହି ବାଉନସର୍ ପଠାଇଥିଲା, ତାକୁ ନେଇ ବି ଢେର୍ ତମ୍ବିତୋଫାନ ହେଲା। କିନ୍ତୁ ସତ ପଦାକୁ ଆସିପାରିଲା ନାହିଁ।

କେବଳ ଏତିକିରେ କଂଗ୍ରେସର ଚର୍ଚ୍ଚିତ କାହାଣୀ ସୀମିତ ରହିନାହିଁ। ବିଧାନସଭାରେ ବି ମାତ୍ର ୯ ଜଣ ବିଧାୟକ ଥିଲେ ବି ସେମାନଙ୍କ ଭିତରେ ଯେ ଆଦୌ ସମନ୍ବୟ ନାହିଁ, ଏକଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ନିକଟରେ ଏକ ଟେଲିଭିଜନକୁ ସାକ୍ଷାତକାର ଦେବା ବେଳେ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସର ଗୋଟିଏ ଗୋଷ୍ଠୀକୁ ବିଜେଡିର ବି ଟିମ୍ ବୋଲି ଆକ୍ଷେପ କରିବା ସହିତ ସେମାନଙ୍କ ଲାଗି ଦଳର ସଭ୍ୟପଦ ବିଧାନସଭାରେ ୯୦ରୁ ୯କୁ ଖସିଲା ଜୋର ଦେଇଥିଲେ। କୌତୂହଳର କଥା ହେଲା, ସାଲୁଜାଙ୍କର ଏଭଳି ମନ୍ତବ୍ୟକୁ ପିସିସି ସଭାପତି ଏଯାଏ ଅସ୍ବୀକାର କରିନାହାନ୍ତି କିମ୍ବା ଏହା ଠିକ୍ ମନ୍ତବ୍ୟ ନୁହେଁ, ଏହା ବି କୁହାଯାଇନାହିଁ।

ଅପରପକ୍ଷରେ ଗତ ଅଧିବେଶନରେ ନିଜକୁ ନବରତ୍ନ ବୋଲି ଚିତ୍ରିତ କରି ରାଜ୍ୟ କଂଗ୍ରେସ ନେତାମାନେ ବିଧାନସଭାରେ ଯେଉଁ ଭୂମିକା ଗ୍ରହଣ କରୁଥିଲେ, ଏଥର ତାହା ଦେଖିବାକୁ ମିଳୁନାହିଁ। କୌଣସି ଗୋଟିଏ ବି ପ୍ରସଙ୍ଗ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ଶିରୋନାମାକୁ ଆଣିବାରେ ସେମାନେ ସକ୍ଷମ ହୋଇପାରିନାହାନ୍ତି। ବରଂ ଓଡ଼ିଆ ଭାଷାକୁ କେନ୍ଦ୍ରୀୟ ଅନୁଦାନ ନେଇ ମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ। ମନ୍ତ୍ରୀଙ୍କ ବିବୃତି ବେଦ ବୋଲି କହି ତତ୍କାଳ ବିଧାୟକ ଶ୍ରୀ ସାଲୁଜା ବିଧାନସଭା କାର୍ଯ୍ୟବିଧି ପରିଚାଳନା ଆଇନ ସଂପର୍କରେ ବାଚସ୍ପତିଙ୍କ ସାମ୍ନାରେ କଥା ଥୋଇବା ସୂଚାଇ ଦେଉଛି ଯେ ରାଜ୍ୟ କଂଗ୍ରେସ ଭଳି ବିଧାୟକ ଦଳ ବି ପୂର୍ବଭଳି ଏକାଠି ନାହାନ୍ତି। ଅନ୍ୟଥା ବିଧାନସଭାରେ ଦୁଇ ଜଣ ବିଧାୟକ ପରସ୍ପର ବିରୋଧୀ ଭୂମିକା ଗ୍ରହଣ କରିନଥାନ୍ତେ।

ପିସିିସି ସଭାପତି ପଦ ଏବେ ପରିବର୍ତନ ହେବନାହିଁ, ଏକଥା ଜିତେନ୍ଦ୍ର ସିଂହ କହିବା ପରେ ବି ନିରଞ୍ଜନ ପଟ୍ଟନାୟକ ଦଳକୁ ଆଗକୁ ନେବା ଲାଗି କୌଣସି ରଣନୀତି ପ୍ରସ୍ତୁତ ନ କରିବା ମଧ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ବିସ୍ମିତ କରୁଛି। ନିକଟ ଅତୀତରେ ଦଳ କୌଣସି ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇନାହିଁ, ଯାହାର ପ୍ରଭାବ ୧୪୭ ନିର୍ବାଚନମଣ୍ଡଳୀରେ ପଡିଥିବ। ଦଳୀୟ କାର୍ଯ୍ୟାଳୟରେ ସେଭଳି କୌଣସି ବଡ ସଭା ହୋଇନାହିଁ, ଯେଉଁଥିରେ ରାଜ୍ୟର ସବୁ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ ବା ସାଂସଦ ନିଜର ଛାମୁଆ ସଂଗଠନ ଧରି ହାଜର ହୋଇଥିବେ। ଏତେ ପର୍ଯ୍ୟାପ୍ତ ସୁଯୋଗ ଥିବା ବେଳେ ଦଳର ନେତାମାନେ କୌଣସି ବଡ଼ ପ୍ରସଙ୍ଗ ତିଆରି କରିପାରିନାହାନ୍ତି କିମ୍ବା ଗଣମାଧ୍ୟମର ପ୍ରସଙ୍ଗକୁ ଜାତୀୟସ୍ତର ପର୍ଯ୍ୟନ୍ତ ଟାଣିନେବାର ସ୍ଥିତିରେ ନାହାନ୍ତି। କଂଗ୍ରେସର ଏଭଳି ଦୁର୍ବଳ ଚେହେରା ଅନ୍ୟ ମାନଙ୍କ ଭଳି ନିଜର ଦଳର ନେତାଙ୍କୁ ବି ଘାରିଛି। କିନ୍ତୁ ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?

Leave A Reply

Your email address will not be published.