ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା

0

ନ୍ୟୁଜ୍ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଇଛି। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି। ପୀତବାସଙ୍କ ପତ୍ନୀଙ୍କ ପ୍ରେସମିଟ୍‌ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି।

ପୀତବାସ ପଣ୍ଡାଙ୍କ ପତ୍ନୀ ସୁସ୍ମିତା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାମଲା ପ୍ରତ୍ୟାହାର ପାଇଁ ତାଙ୍କ ପୁଅ ସୌରଭଙ୍କ ପାଖକୁ ଅଜଣା ନମ୍ବରରୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି। ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି।

ଏହାପରେ ପୀତବାସଙ୍କ ଭାଇ ପୂର୍ଣ୍ଣ ପଣ୍ଡା ବୈଦନାଥପୁର ଥାନାରେ ଏତଲା ଦେଇଥିଲେ। ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିଥିଲା ପୀତବାସଙ୍କ ପରିବାର। ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବାବେଳେ ଉକ୍ତ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ନ କରିବାକୁ ପୀତବାସ ପଣ୍ଡାଙ୍କ ପତ୍ନୀ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.