ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ

0

ଭୁବନେଶ୍ୱର: ନର୍ସିଂ ଏଭଳି ଏକ ମହାନ ବୃତି ଯେଉଁଥିରେ କି ବିଶ୍ୱରେ କଷ୍ଟ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ମାନବିକ ସ୍ପର୍ଶ ବଳରେ ସେମାନଙ୍କର ଯନ୍ତ୍ରଣା ଲାଘବ କରିବାର ସୁଯୋଗ ମିଳିଥାଏ ବୋଲି ଶୁକ୍ରବାର କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। କୋଭିଡ-୧୯ ସମୟରେ ନର୍ସମାନଙ୍କର ମହାନ ବୃତି। ସେମାନଙ୍କ ସେବା ସାରା ବିଶ୍ୱ ଅନୁଭବ କରିଛି ବୋଲି ସୋଆ ପରିଚାଳିତ ସମ ନର୍ସିଂ କଲେଜ -୧ ର ନୂତନ ନର୍ସିଂ ଛାତ୍ରଛାତ୍ରୀଙ୍କର ଓରିଏଂଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଛନ୍ତି। ଜେନେରାଲ ନର୍ସିଂ ଆଣ୍ଡ ମିଡ୍‌ୱାଇଫ୍ରି (ଜିଏନ୍‌ଏମ୍‌), ବିଏସ୍‌ସି (ନର୍ସିଂ), ପୋଷ୍ଟ ବେସିକ୍ ବିଏସ୍‌ସି (ନର୍ସିଂ) ଓ ଏମ୍‌ଏସ୍‌ସି (ନର୍ସିଂ) ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୋଆ ପରିଚାଳିତ ଏହି ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କୁଳପତି କହିଥିଲେ ଯେ ସେମାନେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନ୍‌ାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଯାହା ଅଧିନରେ କି ଅନେକ ବଡ଼ ବଡ଼ ହସ୍ପିଟାଲ୍ ପରିଚାଳିତ ହେଉଛି ସେଠାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି।

ଆମ ଅନୁଷ୍ଠାନ ଏକ ଗବେଷଣାମନସ୍କ ବିଶ୍ୱବିଦ୍ୟାଳୟ ଏବଂ ତୁମ୍ଭେମାନେ ଗବେଷଣା ପାଇଁ ଅନେକ ସୁଯୋଗ ପାଇପାରିବ। ଆମେ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବା ସହ ଜ୍ଞାନ ଆହରଣ ପାଇଁ ଅନେକ ସୁଯୋଗ ଦେଇଥାଉ ବୋଲି ପ୍ରଫେସର ନନ୍ଦ କହିଛନ୍ତି। କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-୧ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସିଂ ବୃତି ଆଡ଼କୁ ଏବେ ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେଉଥିବା ସେ କହିଛନ୍ତି।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସିଂ ବୃତି ଖୁବ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ରୋଗୀଙ୍କୁ ବୁଝାଇବା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କାର୍ଯ୍ୟ ତୁଲାଇଥାନ୍ତି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସମ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଏସ୍‌ଏନ୍‌ସି-୧ର ଡିନ୍ ପ୍ରଫେସର ସସ୍ମିତା ଦାସ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ତପତି ଶାହା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରି ନଥିବାରୁ ନିଜର ଶୁଭେଚ୍ଛା ବାର୍ତା ପ୍ରେରଣ କରିଥିଲେ। ଶେଷରେ ଆସୋସିଏଟ ପ୍ରଫେସର ମମତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.