ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଇଏ କେମିତିକା କୌଶଳ; ଜଣେ ସନ୍ତୁଷ୍ଟ, ଆଉ…

0

ଭୁବନେଶ୍ବର: ପରାଜିଚ ନେତାମାନଙ୍କୁ ପଦ ପଦବି ମନା। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳକୁ ବଢାଇବେ। ଏମିତିରେ ବି ବାର୍ତା ଯିବ ଲୋକେ ଯାହାକୁ ନେତୃତ୍ବ ଦେଇନାହାନ୍ତି, ସେ ଜନମତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଦେଇଛନ୍ତି। ଏଭଳି ଏକ ବିଚାର ରଖି ବିଜେଡି ମୁଖିଆ ପଞ୍ଚମ ପାଳିର ୯ମାସ ସମୟ ବିତାଇ ଦେଇଥିଲେ। ଏହାଦ୍ବାରା ଆଉ କିଛି ହେଉ ନ ହେଉ, ନୂଆ ପିଢୀଙ୍କୁ କ୍ଷମତା ମିଳିଥିଲା। ଯେଉଁ ବଳକୁ ନେଇ ବିଜେପି ଆଗକୁ ବଢିଥାନ୍ତା, ତାକୁ ନିଜ ପାଖରେ ରଖିପାରିଥିଲେ ନବୀନ।

ହେଲେ କୌଣସି ଅଜଣା କାରଣରୁ ବିଜେଡିର ଶୀର୍ଷ ନେତୃତ୍ବ ନିଜ ନିଷ୍ପତ୍ତିରେ ପରିବର୍ତନ ଆଣିଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଂଜୟ ଦାସବର୍ମାଙ୍କୁ ନିଯୁକ୍ତି ଦିଆଯାଇଛି। ସଂଜୟ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ଟିକେଟ୍ ବି ଯାଚୁଥିଲେ, ହେଲେ ସେ ରାଜ୍ୟ ସଂଗଠନ କଥା ବୁଝିବାକୁ ଯୋଜନା ବୋର୍ଡ ଦାୟିତ୍ବ ନେଇଛନ୍ତି। ସଂଜୟଙ୍କ ନିଯୁକ୍ତି ଓ ତାଙ୍କ ମନ୍ତବ୍ୟ ଏବେ ବିଜେଡି ଓ ସରକାରକୁ କାଠଗଡାକୁ ଟାଣିଆଣିଛି। ନିଜେ ସରକାର ଓ ବିଜେଡି ଏଭଳି ବିପଜ୍ଜନକ ପରିସ୍ଥିତିକୁ ଆମନ୍ତ୍ରଣ କରିଛନ୍ତି।

ଏଇଥିପାଇଁ ଯେ ନିଜେ ଯୋଜନ ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ନିକଟରେ ଗଣମାଧ୍ୟମକୁ କହିଥିଲେ ଯେ ନିତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜନେତା ନୁହେଁ, ବିଶେଷଜ୍ଞଙ୍କୁ ନେଇ ଯୋଜନା ବୋର୍ଡର ନବକଳେବର ହେବ ବୋଲି ରାଜ୍ୟବାସୀଙ୍କ ସାମ୍ନାରେ ଏକ ମିଛ କଥା ରଖାଯାଇଥିଲା, ତାହା ପ୍ରମାଣିତ ହୋଇଛି। ମନ୍ତ୍ରୀ ନିଜେ ମିଛୁଆ ହୋଇଯାଇଛନ୍ତି। ପୂର୍ବରୁ ଏହି ଧାରାରେ ଯୋଜନା ବୋର୍ଡ ଚାଲିଥିଲା ଓ ଏହା ଏକ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଯାଇଛି। ପଞ୍ଚମ ପାଳିରେ ମୋ ସରକାର ବ୍ୟବସ୍ଥାର ବି ବ୍ୟବସ୍ଥାରେ ଥିବା ଏଭଳି ସାଂଘାତିକ ଘଳିଆକୁ ନିଜେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ସ୍ବୀକୃତି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦ୍ବିତୀୟତଃ, ସଂଜୟଙ୍କ ନିଯୁକ୍ତି ପରେ ନିର୍ବାଚନରେ ପରାଜିତ ହୋଇଥିବା ଦଳର ବହୁ ଟାଣୁଆ ନେତା ଯେମିତି ମହେଶ୍ବର ମହାନ୍ତି,ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର କୁମାର ଜେନା, କଳିକେଶ ସିଂହଦେଓ, ରବି ନାରାୟଣ ନନ୍ଦଙ୍କ ଠାରୁ ଆରମ୍ଭ କରି ନଳିନୀ ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ପୁଣି ଆଶା ବାନ୍ଧିଲେଣି। ତାଙ୍କୁ ସରକାରରେ ନବୀନ କେଉଁଠି ନା କେଉଁଠି ନିଶ୍ଚିତ ଭାବେ ଥଇଥାନ କରିବେ। ଅନ୍ୟଥା ଏସବୁ ନେତା ଅସନ୍ତୁଷ୍ଟ ହେବା ସ୍ବାଭାବିକ। ଯେଉଁ ମାପକାଠିରେ ସଂଜୟଙ୍କ ନିଯୁକ୍ତି ଉପରେ ସୁପ୍ରିମୋ ମୋହର ଲଗାଇଲେ, ସେ ଆଧାରରେ ଏମାନଙ୍କୁ କାହିଁକି ନିଯୁକ୍ତି ମିଳିବନି, ଏ ଯୁକ୍ତିରେ ବି କୌଣସି ଅପ୍ରାସଙ୍ଗକିତା ନାହିଁ।

ରାଜନୈତିକ ମହଲ କିନ୍ତୁ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରିବା ଆରମ୍ଭ କଲେଣି। ଏହି ମହଲର ମତ ହେଉଛି, ଯାହା ପୂର୍ବାନୁମାନ କରାଯାଉଥିଲା ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ପୂର୍ବରୁ ମାର୍ଚ୍ଚ ପରେ ଓଡ଼ିଶା ରାଜନୀତିର ଗତି କୁଆଡେ ଯିବ ତାହା ନିର୍ଣ୍ଣୟ କରିହେବ ବୋଲି କୁହାଯାଇଥିଲା। ଏଣୁ ମାର୍ଚ୍ଚକୁ ଓଡ଼ିଶା ରାଜନୀତିର ଆଖି ବୋଲି ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କାରଣ ଏହି ମାସରେ ବିଜେଡି ସାଂଗଠନିକ ନିର୍ବାଚନ, କାର୍ଯ୍ୟକାରିଣୀ, ରାଜ୍ୟସଭା ନିଯୁକ୍ତି ଆଦି ପୂର୍ବ ନିର୍ଧାରିତ ଥିଲା। ଗୋଟିଏ ପଟେ ମନ୍ତ୍ରିମଣ୍ଡଳ ଚୟନ ପ୍ରକ୍ରିୟାରେ ବହୁ ଟାଣୁଆ ନେତାଙ୍କୁ ବାଦ୍ ଦିଆଯାଇଛି।

ଦ୍ବିତୀୟରେ ବହୁ ନେତାଙ୍କୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। ଏହାକୁ ନେଇ ପୂର୍ବରୁ ଅସନ୍ତୋଷ ଥିଲା। ପାଖାପାଖି ୬୩ ଜଣ ବିଜେଡି ବିଧାୟକ ଖୁସିନଥିବା କଥା ଗୁଇନ୍ଦା ରିପୋର୍ଟରୁ ସରକାରଙ୍କ ପାଖରେ ଖବର ପହଞ୍ଚିଥିଲା। ଏହା ସତ୍ତ୍ବେ ଦଳୀୟ ଶୃଙ୍ଖଳାରେ ଅସନ୍ତୋଷର ନିଆଁ ଲଗାଇଛନ୍ତି ପ୍ରମୁଖ ନେତାମାନେ। ଏବେ ସବୁ ନେତାମାନେ କିଛି ନା କିଛି ପଦବି ପାଇଁ ଆଖେଇଥିବା ବେଳେ ନବୀନ କାହାକୁ ନିଯୁକ୍ତି ଦେବେ, କାହାକୁ ବାଦ୍ ଦେବେ। ବାଦ୍ ପଡିଥିବା ନେତାଙ୍କୁ କିଭଳି ମନାଇବେ ତାହା ବଡ଼ ପ୍ରଶ୍ନଭାବେ ଉଭା ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ନେତାଙ୍କ ପ୍ରତିକ୍ରିୟା ନିଶ୍ଚିତ ସୁପ୍ରିମୋଙ୍କ କାନରେ ପଡିସାରିବଣି।

Leave A Reply

Your email address will not be published.