ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଗରିବଙ୍କ ପେଟ ଚିହ୍ନିଲେ ନବୀନ

0

ଭୁବନେଶ୍ବର: ଗୋଟିଏ ପଟେ କରୋନା ତୃତୀୟ ପର୍ଯ୍ୟାୟକୁ ଚାଲିଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ସରକାର ଲକ୍ ଡାଉନ୍ ବ୍ୟବସ୍ଥାକୁ ଅଧିକ କଡା଼କଡି କରିବା ଆରମ୍ବ କରିଛନ୍ତି। ଏହି କ୍ରମରେ ଗରିବଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରୁଛନ୍ତି। ଗତକାଲି ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଗରିବଙ୍କୁ ସ୍ବତନ୍ତ୍ର ସହାୟତା ଆଦି ସଂପର୍କରେ ସୂଚନା ଦେଇଥିବା ନବୀନ ଆଜି ଗାଁ ଗଣ୍ଡାରେ ଥିବା ଗରିବ ଲୋକଙ୍କୁ ଘରେ ରନ୍ଧା ଖାଦ୍ୟ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛନ୍ତି। କେବଳ ସେତିକି ନୁହେଁ, ଷ୍ଟ୍ରିଟ ଭେଣ୍ଡରଙ୍କ ଦୁଃଖ ମଧ୍ୟ ତାଙ୍କ କାନରେ ପଡିଛି। ସେମାନଙ୍କ ଲାଗି ପ୍ୟାକେଜ୍ ଘୋଷଣା ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନେ ଜାଣନ୍ତି ଯେ କରୋନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି। ଲୋକମାନଙ୍କୁ ଘର ବାହାରକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି। କେବଳ ଘରେ ରହିବା ଦ୍ବାରା ହିଁ ଏହି ସଂଗ୍ରାମକୁ ଆମେ ଜିତିପାରିବା। ଆମର ଏ ସଂଗ୍ରାମ ଗରିବ ଲୋକ, ମଜୁଦୁର ଭାଇ ଭଉଣୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି।

ଗତକାଲି ଗରିବ ଲୋକଙ୍କ ପାଇଁ କରାଯାଇଥିବା ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ସଂପର୍କରେ ମନେ ପକାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ପଞ୍ଚାୟତରେ ଶହେରୁ ଦୁଇଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହା କରାଯିବ ଓ ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇପାରିବେ। ଏହାଦ୍ବାରା ଦଶଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ୧୧୪ଟି ପୌରାଞ୍ଚଳର ଷ୍ଟିଟ୍ ଭେଣ୍ଡରଙ୍କ ପାଇଁ ମୁଁ ତିନି ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରୁଛି। ଏହାଦ୍ବାରା ରାଜ୍ୟରେ ରେଜିଷ୍ଟ୍ରିଭୁକ୍ତ ଥିବା ୬୫୦୦୦ ଷ୍ଟ୍ରିଟ୍ ଭେଣ୍ଡର ଉପକାର ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘରେ ରହିବା ସହିତ ସାବୁନରେ ହାତ ଧୁଅନ୍ତୁ ଓ କରୋନାକୁ ହରାନ୍ତୁ ବୋଲି ଆହ୍ବାନ ଦେଇଥିଲେ।

Leave A Reply

Your email address will not be published.