ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଧର୍ମେନ୍ଦ୍ରଙ୍କ ଗୋଟିଏ ଟ୍ବିଟ୍ …

0

ଭୁବନେଶ୍ବର: ମଙ୍ଗଳବାର ରାତିରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ବିଟ୍ କରିଛନ୍ତି। ସେଥିରେ ତାଙ୍କର ପତ୍ନୀ ମୃଦଳା ପ୍ରଧାନ ଓ ଝିଅ ନୈମିଷା ମାସ୍କ ପ୍ରସ୍ତୁତ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ ମନ୍ତ୍ରୀ ତାଙ୍କର ଟ୍ବିଟ୍ ଯୋଗେ ଭଦ୍ରକର ଜଣେ ମହିଳାଙ୍କ ମାସ୍କ ପ୍ରସ୍ତୁତିର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ବିଶ୍ବ କରୋନାକୁ ନେଇ ଆତଙ୍କିତ ହୋଇପଡୁଥିବା ବେଳେ ମନ୍ତ୍ରୀଙ୍କର ଉଭୟ ଟ୍ବିଟ୍ ଆମ ମହିଳାମାନଙ୍କ ଦାୟିତ୍ବବୋଧ ପ୍ରତି ଇଙ୍ଗିତ କରୁଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ବ ବିଚାର କରୁଛନ୍ତି। ମୃଦଳା ପ୍ରଦାନ କିମ୍ବା ନୈମିଷା ମାସ୍କ ପ୍ରସ୍ତୁତ କରିବା ଯେତେ ଗୁରୁତ୍ବପୂର୍ଣ୍ଣ ନୁହେଁ, ସମାଜରେ ସେମାନଙ୍କ ଯୋଗଦାନ ପ୍ରତି ଦାୟିତ୍ବବାନ ଥିବା ଏକ ବଡ଼ ସଙ୍କେତ ଭାବେ ବିବେଚନା କରାଯାଉଛି। ମନ୍ତ୍ରୀଙ୍କ ଘରେ ସିଲାଇ ମେସିନ୍ ସୂଚାଉଛି ଯେ ତାହା ବିଭିନ୍ନ ସମୟରେ ନିଶ୍ଚିତ କାମରେ ଲାଗୁଥିବ। ଏହା କେଉଁଠି ନା କେଉଁଠି ଗାଁ ଗଣ୍ଡାର ସାଧାରଣ ମହିଳାଙ୍କ ପ୍ରତି ଏକ ବଡ଼ ବାର୍ତ୍ତା ରଖେ।

ଦେଶରେ ଆମେ ନେତାମାନେ ଅନେକ ଭାଷଣ ପ୍ରବଚନ ଦେଇଥାନ୍ତି, ଯାହାର କାର୍ଯ୍ୟାନ୍ବୟନ ନା କେବେ ତାଙ୍କ ଦ୍ବାରା କିମ୍ବା ତାଙ୍କ ଅନୁଗତମାନଙ୍କ ଦ୍ବାରା ହୋଇଥାଏ। ଏଭଳି ପ୍ରଗଳଭତା ସେମାନଙ୍କୁ କିଛି ସମୟ ପାଇଁ ବ୍ୟକ୍ତିଗତ ଭାବେ ଉଚ୍ଚାରେ ଥିବା ମନେ କରିବା ଲାଗୁ ସୁଯୋଗ ଆଣିଥାଇପାରେ, କିନ୍ତୁ ସାଧାରଣ ଲୋକ ସେମାନଙ୍କଠାରୁ ବହୁତ ସମୟରେ ଦୂରେଇ ଯାଇଥାନ୍ତି। ଏହି ଘଟଣାରେ ଶ୍ରୀ ପ୍ରଧାନଙ୍କ ପରିବାରର ସଙ୍କେତ ସୂଚାଉଛି ଯେ ସାଧାରଣ ଲୋକଙ୍କ ଭାବନା ଠାରୁ ମନ୍ତ୍ରୀ ଦୂରେଇ ନାହାନ୍ତି ବରଂ ଅଣଓଡ଼ିଆ ବୋହୂ ହୋଇଥିଲେ ବି ରାଜ୍ୟର ଗାଁ ଗଣ୍ଡାର ଚିତ୍ର କେଉଁଠି ନା କେଉଁଠି ତାଙ୍କୁ ଆକର୍ଷିତ କରିଛି। ଛୋଟ ଝିଅଟି ନୂଆଦିଲ୍ଲୀରେ ରହି କ୍ଷମତା ଅଳିନ୍ଦରେ ବଢି ଓଡ଼ିଶାର ପ୍ରତି ଘରର ଚିତ୍ରକୁ ସେଠାରେ ଅନୁଭବ କରିପାରୁଛି ଓ ତାହାର କାର୍ଯ୍ୟାନ୍ବୟନ ପାଇଁ ସାହସ ଜୁଟାଉଛି। ସମ୍ଭବତଃ ସେ ଚାହିଁଥିଲେ, ସେହି ସମୟ ଅନ୍ୟ କୌଣସି ବି କାମରେ ବ୍ୟବହାର କରିପାରିଥାନ୍ତା। ଏହା ସବୁ ବର୍ଗର ଛୋଟ ଛୋଟ ପିଲାମାନଙ୍କୁ ସମାଜ ଆଡକୁ ଢଳିବା ଲାଗି ଅଧିକ ଆଗ୍ରହୀ କରିପାରେ।

ଉଲ୍ଲେଖଯୋଗ୍ୟ, ଆଜି ବି ଓଡ଼ିଶାରେ ୫୦ହଜାରରୁ ଅଧିକ ରାଜନେତା ସକ୍ରିୟ ଅଛନ୍ତି। କିଏ ବିଧାୟକ ବା ପୂର୍ବତନ ବିଧାୟକ ଭାବେ ଲୋକଙ୍କ ସହ ଯୋଡି ହୋଇଛନ୍ତି ଆଉ କିଏ ପୂର୍ବତନ ସାଂସଦ ବା ସାଂସଦ ଅଥବା ସରପଞ୍ଚ ଆଦି ଭାବେ ଦାୟିତ୍ବ ତୁଲାଇଥିବେ। ଏତିକି ଲୋକ ଯଦି ସାମ୍ନାକୁ ଆସି ଆଉ କିଛି ନ ହେଲେ ନାହିଁ, ନିଜ ନିଜସ୍ତରରେ କେବଳ ସାମାଜିକ ଦୂରତ୍ବର କଥା ଶିଖାନ୍ତେ, ଜଣେ ଜଣେ ବ୍ୟକ୍ତି ଦଶ ଦଶ ଜଣଙ୍କର ଭଲ ମନ୍ଦ ବୁଝିପାରନ୍ତେ, ତେବେ କରୋନା ମୁକାବିଲା ପ୍ରକ୍ରିୟା ଆହୁରି ସହଜ ହୋଇଯାନ୍ତା।

ନେତୃତ୍ବର ସଙ୍କଟ ଓଡ଼ିଶାରେ ଜଳ ଜଳ ହୋଇଥିବା ବେଳେ ମନ୍ତ୍ରୀଙ୍କ ଘରର ଏହି ଚିତ୍ର ଅତିକମରେ ବିଜେପି କର୍ମୀଙ୍କୁ ପ୍ରଭାବିତ କଲେ, କରୋନା ବିପର୍ଯ୍ୟୟକୁ ଦମନ କରିବା ଆହୁରି ସହଜ ହୋଇଯାଆନ୍ତା। ପ୍ରକାଶଥାଉକି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମୁକାବିଲା ନେଇ ଇତିମଧ୍ୟରେ ଡଜନେ ସରିକି ବାର୍ତା ଦେଇସାରିଲେଣି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ତାଙ୍କ ବିଭାଗର ଯୋଗଦାନ ସବୁଠାରୁ ଅଧିକ ବୋଲି ବିଚାର କରାଯାଉଛି।

Leave A Reply

Your email address will not be published.