ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଧାନ ତଳି ସୁରକ୍ଷା ପାଇଁ ଲଗାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

0

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଧାନ ତଳିକୁ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଲଗାଯାଇଥିବା ବିଦ୍ୟୁତ ଫାନ୍ଦ ଶେଷରେ ଦୁଇ ଜଣଙ୍କ ଜୀବନ ନେଇଛି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ଚନ୍ଦ୍ରପଡ଼ା ଗ୍ରାମର ମହେଶ୍ୱର ଦାସ (୫୫) ଦକ୍ଷିଣ ଅଡା ମଇଁଷାମୁଣ୍ଡା ଅଞ୍ଚଳରେ ଥିବା ନିଜ ଚାଷ ଜମିର ଧାନ ତଳିକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ଝଟକା ମେସିନ ଲଗାଇଥିଲେ। ଶନିବାର ସକାଳେ ସେ ମେସିନଟିକୁ ବନ୍ଦ କରିବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।

ଏହି ସମୟରେ ନିକଟରେ ଥିବା ବିରା ମୁଣ୍ଡା ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଦୁହେଁଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପୁଣିଥରେ ଚାଷ ଜମିରେ ବେଆଇନ ଭାବେ ବିଦ୍ୟୁତ ଫାନ୍ଦ ବ୍ୟବହାରର ବିପଦକୁ ସାମ୍ନାକୁ ଆଣିଛି।

Leave A Reply

Your email address will not be published.