ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନସର ଚିକିତ୍ସା, ରାଜ୍ୟ ପାଣ୍ଠିରୁ ବହନ ହେବ ଖର୍ଚ୍ଚ

0

ଭୁବନେଶ୍ବର: ରାଜ୍ୟର କ୍ୟାନସର ରୋଗୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଏଣିକି ଆୟୁଷ୍ମାନ ଭାରତ କାର୍ଡ ମାଧ୍ୟମରେ କ୍ୟାନସର ଚିକିତ୍ସା ସୁବିଧା ମିଳିବ। ଏନେଇ ଶନିବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟରେ ‘ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନା’କୁ ସାମିଲ କରାଯାଇଛି। ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧୨୧ଟି ନୂତନ ପ୍ୟାକେଜ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ୟାକେଜଗୁଡ଼ିକ ମଧ୍ୟରେ କ୍ୟାନସର ଚିକିତ୍ସା ସମ୍ପର୍କିତ ବିଭିନ୍ନ ସୁବିଧା ମଧ୍ୟ ରହିଛି।
କ୍ୟାନସର ଚିକିତ୍ସା ବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା କ୍ୟାନସର ରୋଗୀମାନେ ଆର୍ଥିକ ଭାରରୁ ଅନେକାଂଶରେ ମୁକ୍ତି ପାଇବା ସହ ଉନ୍ନତ ଚିକିତ୍ସା ସେବାର ସୁବିଧା ଲାଭ କରିପାରିବେ।

Leave A Reply

Your email address will not be published.