ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ

0

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୁନିୟର କଲେଜଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୮୩୫ ଜଣ ନାମଲେଖା କରିଥିବା ବେଳେ ରାଜ୍ୟରେ ଏବେ ମଧ୍ୟ ୨ ଲକ୍ଷ ୧୮ ହଜାର ୨୬୪ଟି ଆସନ ଖାଲି ରହିଛି।

ସାମ୍ସ ପୋର୍ଟାଲର ତଥ୍ୟ ଅନୁଯାୟୀ, ରାଜ୍ୟର ୨୫୭୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୬,୦୧,୦୯୯ଟି ଆସନ ଉପଲବ୍ଧ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୩,୮୨,୮୩୫ଟି ଆସନ ପୂରଣ ହୋଇଥିବା ବେଳେ ବାକି ଆସନଗୁଡ଼ିକ ଖାଲି ରହିଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ କଳା ଶାଖାରେ ସର୍ବାଧିକ ୯୦,୪୦୨ଟି ଆସନ ଖାଲି ଥିବା ବେଳେ ବିଜ୍ଞାନରେ ୮୭,୧୬୭, ବାଣିଜ୍ୟରେ ୨୫,୯୪୩, ସଂସ୍କୃତରେ ୮,୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୩୩୦ଟି ଆସନ ଖାଲି ରହିଛି।

ପ୍ରଥମ ମେଧା ତାଲିକାରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଆସନ୍ତା ୨୩ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେହି ଦିନଠାରୁ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ।

ଅନ୍ୟପଟେ, ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟ ସରକାର ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନରେ କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତଥାପି କିଛି ଶିକ୍ଷାନୁଷ୍ଠାନ ଫି’ ଆଦାୟ କରୁଥିବା ଅଭିଯୋଗ ପରେ ଉଚ୍ଚଶିକ୍ଷା ବିଭାଗ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ମାଗଣା ନାମଲେଖା ପାଇଁ ସ୍ପଷ୍ଟ ନିୟମାବଳୀ ଜାରି କରିଛି। ହେଲେ +୨ ଶ୍ରେଣୀ ପାଇଁ ଏପର୍ଯ୍ୟନ୍ତ ବିସ୍ତୃତ ନିୟମାବଳୀ ପ୍ରକାଶ ପାଇନଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.