ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

କେଉଁ ୬ଟି ଜିଲ୍ଲାରେ ବର୍ଷା ହେବ, ଜାଣନ୍ତୁ

0

ଭୁବନେଶ୍ବର: ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା , ପୁରୀ , ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ଅଞ୍ଚଳରେ ଘଡଘଡି ଓ ବଜ୍ରପାତ ସହିତ ଅଳ୍ପରୁ ମଧ୍ୟମ ଧାରଣ ର ବର୍ଷା ସମ୍ଭାବନା ଅଛି।

ପାଣିପାଗ ସ୍ଥିତି ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି, ପରବର୍ତୀ ୨୪ ଘଣ୍ଟା ରେ ଉତ୍ତର-ଅଭ୍ୟନ୍ତର ଓ ଦକ୍ଷିଣ ଓଡିଶା ର କିଛି ଅଞ୍ଚଳରେ ଘଡଘଡି ବଜ୍ରପାତ ସହ ବର୍ଷା ଓ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କମି ରହିପାରେ। ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ରେ ବଡଧରଣ ର ପରିବର୍ତନ ହେବ ନାହିଁ। କିନ୍ତୁ କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ସମ୍ଭାବନା ଅଧିକ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳ ରେ ସମୁଦ୍ର ଅଶାନ୍ତ ଯୋଗୁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ। ତେଣୁ ଆଗାମୀ ୨୪ ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଉଛି।

Leave A Reply

Your email address will not be published.