ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

୧୩ରେ ଲଘୁଚାପ, ଭୀଷଣ ବାତ୍ୟା ରୂପ ନେବ!

0

ଭୁବନେଶ୍ବର: ଦକ୍ଷିଣ ଆଣ୍ଡମାନ ସାଗର ରେ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ ରେ ଗତି କରୁଛି। ଏହି କ୍ଷେତ୍ର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସମଗ୍ର ବଙ୍ଗୋପସାଗର ରେ ସମୁଦ୍ରର ତାପମାତ୍ରା ୩୦-୩୧ ଡିଗ୍ରି ସେଲସିୟସ ରହିଛି।

ଆସନ୍ତା ୩ ଦିନ ଯାଏ ଏମଜିଓ ଉତ୍ତର ଭାରତ ମହାସାଗର ଉପରେ ସକ୍ରିୟ ରହିବ ନାହିଁ ମାତ୍ର ଏହା ପରେ ଏମଜିଓର ପ୍ରଭାବ ବଙ୍ଗୋପସାଗର ଉପରେ ସକାରାତ୍ମକ ରହିବ ଯାହା କ୍ଷେତ୍ରକୁ ଶକ୍ତିଶାଳୀ କରାଇବାରେ ସହାୟକ ହୋଇପାରେ। ଅଧିକାଂଶ ମଡେଲଙ୍କ ଆକଳନ ଅନୁସାରେ ଏକ ଲଘୁଚାପ କ୍ଷେତ୍ର ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଓ ପରେ ଅଧିକ ଘନୀଭୂତ ହେବ।

ୟୁରୋପୀୟ ମଡେଲ୍ ଆକଳନ ଅନୁସାରେ ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ ବାତ୍ୟା ରୂପ ନେବ। ଆଇଏମଡି ଜିଏଫଏସ୍ ଆକଳନ ଅନୁସାରେ ଏହି କ୍ଷେତ୍ର ଉତ୍ତର ପୂର୍ବ ଆଡକୁ ଗତି କରି ଏକ ଭୀଷଣ ବାତ୍ୟାର ରୂପ ନେବ । ଆଉ ଏକ ଆକଳନ ଅନୁସାରେ ଏହି କ୍ଷେତ୍ର ଉତ୍ତର ଉତ୍ତର ପୂର୍ବରେ ଗତି କରି ଏକ ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ- ମିଆମାର ଆଡକୁ ଗତି କରିବ। ଜିପିପି ଆକଳନ ଅନୁସାରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ। ଯଦିଓ ମଡେଲମାନେ ସିଷ୍ଟମ୍ ସୃଷ୍ଟି ହେବ ବୋଲି ମତ ଦେଉଛନ୍ତି କିନ୍ତୁ କ୍ଷେତ୍ରର ବିକାଶ ଓ ଦିଗ ଏବେ ମଧ୍ୟ ଅସ୍ପଷ୍ଟ।

ତେଣୁ ଅଧିକାଂଶ ମଡେଲ ଙ୍କ ସଂକେତ ଅନୁସାରେ ଏହି କ୍ଷେତ୍ର ଉତ୍ତର ପୂର୍ବରେ ଗତି କରି ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡକୁ ଯିବା ପାଇଁ ଅନୁକୂଳ ପରିବେଶ ରହିଛି । ତଥାପି ଆହୁରି ୫ ଦିନ ଯାଏ ଏହି ଅଞ୍ଚଳ ଉପରେ ନଜର ରଖାଯାଇଛି ।

Leave A Reply

Your email address will not be published.