ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଡ଼ ଗୋଟି ଚଳାଇଲା ବିଜେପି

0
  • ସମୟର ଆହ୍ୱାନକୁ ସ୍ୱୀକାର କରି ଓଡିଶା ପ୍ରତ୍ୟାବର୍ତନ କରୁଥିବା ଭାଇଭଉଣୀମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ଯତ୍ନ ନିଅ
  • ଭାରତୀୟ ଜନତା ପାର୍ଟିର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ଭାବେ ଦାୟୀତ୍ୱ ସଂପାଦନା କରିବା ପାଇଁ ବିଶେଷ ଅନୁରୋଧ
  • ଆଗାମୀ କିଛି ସପ୍ତାହ ଧରି ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ସବୁ ସମୟ, ଶ୍ରଦ୍ଧା ଓ ସ୍ନେହ ସହ କଠିନ ପରିଶ୍ରମ କରିଲେ ଓଡିଆ ଏବଂ ଓଡିଆ ଜାତିକୁ ମହାମାରୀ କରୋନା କବଳରୁ ରକ୍ଷା କରାଯାଇପାରିବ

ଭୁବନେଶ୍ବର: ସରପଞ୍ଚ ନିର୍ବାଚନ ଦଳୀୟ ଭିତ୍ତିରେ ହୁଏନାହିଁ। କିନ୍ତୁ ଏକଥା କାହାକୁ ଅଛପା ନାହିଁ ଯେ ସରପଞ୍ଚ ଯେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ। ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଦୁଇ ନମ୍ବର ଆସନକୁ ଚାଲିଆସିଥିବା ଗେରୁଆ ଦଳ। ୨୦୧୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଗୋଟିଚାଳନା ଆରମ୍ଭ କରିଥିଲେ, ତାହା ୨୦୧୭ରେ ସାମ୍ନାକୁ ଆସିଥିଲା ଓ କଂଗ୍ରେସକୁ ଦଳ ବହୁ ପଛରେ ପକାଇ ବିଜେପି ସହିତ କାନ୍ଧ ମିଳାଇ ଲଢିଥିଲା।

୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ। ଏହାର ଅବ୍ୟବହିତ ପୂର୍ବରୁ ୨୦୨୦ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଗୋଟିଚାଳନା ଆରମ୍ଭ କରିଛନ୍ତି। କରୋନା ବିପର୍ଯ୍ୟୟ ସମୟରେ ପ୍ରତିଟି ଲୋକଙ୍କ ପାଖରେ ଦଳ ଯେମିତି ପହଞ୍ଚିବ,ସେ ନେଇ ସମରସଜ୍ଜା ଆରମ୍ଭ ହୋଇଛି। ଗୋଟିଏ ପଟେ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇ ହାଇକୋର୍ଟଙ୍କ ନିର୍ଦେଶ ଉପରେ ସ୍ଥଗିତାଦେଶ କରିବା, ଅନ୍ୟପଟରେ ଫେରୁଥିବା ପ୍ରବାସୀଙ୍କ ପାଖରେ କିଭଳି ବିଜେପି କର୍ମୀ ଠିଆହେବେ ଉଭୟ ଗୋଟିଚାଳନା କରାଯାଇଛି।

ରଜ୍ୟ ସରକାର କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ନେଇଛି। ଆଜି ବିଜେପି ଏହି ପ୍ରକ୍ରିୟାରେ ପାଦେ ଆଗକୁ ଯାଇ ଏକ ବଡ଼ ଗୋଟିଚାଳନା କରିଛି। ଗତ ପଞ୍ଚାୟତ ନିର୍ବାଚନରେ ଯେଉଁମାନେ ବିଜେପି ସମର୍ଥନରେ ସରପଞ୍ଚ, ସମିତି ସଭ୍ୟ, ଵାର୍ଡ ମେମ୍ବର, ଜିଲ୍ଲା ପରିଷଦ ଜିତିଥିଲେ ସେମାନଙ୍କୁ ଏକାଠି ଯୋଡିବାକୁ ଦଳ ଚେଷ୍ଟା କରିଛି।

ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମନେ ପକାଇ ଦେଇଛନ୍ତି ଯେ ଗତ ପଞ୍ଚାୟତ ନିର୍ବାଚନରେ ଓଡିଶାବାସୀ ଆମ ଉପରେ ଅତୁଟ ବିଶ୍ୱାସ ରଖି ଅଦ୍ଭୁତପୂର୍ବ ଜନସମର୍ଥନ ଦେଇଥିଲେ। ଏହି ବିଶ୍ୱାସକୁ ନିଷ୍ଠାର ସହ ପାଳନ କରି ଆମର ଉତ୍ତରଦାୟିତ୍ବ ପାଳନ କରିବାର ସମୟ ଆସିଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ଭାବେ ଦାୟିତ୍ୱ ସଂପାଦନ କରିବାକୁ ପଡିବ। ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ବୈଶ୍ୱିକ କରୋନା ମହାମାରୀ ସମୟରେ ଆମ ରାଜ୍ୟ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ କାମ କରିବାର ଉଦ୍ୟମ ଜାରି ରହିଛି ।

ଆମର ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବାର ଆରମ୍ଭ ହୋଇସାରିଛି ଏବଂ ଏହା ହିଁ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ପଂଚାୟତ ସ୍ତରରେ ସେମାନଙ୍କ କ୍ବାରାଣ୍ଟିନ୍ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ। ରାଜ୍ୟର ସମସ୍ତ ୬୭୯୮ ପଂଚାୟତର ନିର୍ବାଚିତ ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ସଭାପତି, ବ୍ଲକ ଅଧ୍ୟକ୍ଷ ଭାଇଭଉଣୀମାନଙ୍କୁ ନିଜ ମୁଣ୍ଡ ଉପରେ ଦାୟିତ୍ୱ ନେଇ ସୁଚାରୁ ରୂପେ କାମ କରିବାକୁ ପଡିବ। ସେମାନଙ୍କ ସୁପରିଚାଳନା ଓ ବାହାରୁ ଆସୁଥିବା ପ୍ରବାସୀ ଓଡିଆ ଭାଇଭଉଣୀଙ୍କ ଯତ୍ନ ହିଁ ସମୟର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ନିୟମ କାନୁନକୁ ପାଳନ କରି ଟେମ୍ପରାରି ମେଡିକାଲ ସେଂଟର (ଟିଏମସି)ରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

ବିଜେପି ସଭାପତିଙ୍କ ଏହି ସଙ୍କେତରୁ ଦୁଇଟି ବାସ୍ନା ବାହାରୁଛି। ଗୋଟିଏ ପକ୍ଷ ବିଚାର କରିପାରିବେ ଯେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ବିଜେପି ସାମ୍ନାକୁ ଆସିଛି। ଅନ୍ୟପଟରେ କିନ୍ତୁ ଏବେ ଗାଁ ଗଣ୍ଡାରେ ଥିବା ଦଳୀୟ କର୍ମୀ ଆଶ୍ବସ୍ତ ହୋଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ପଞ୍ଚାୟତକୁ ପଠାଉଥିବା ଅର୍ଥକୁ କିଭଳି ସଠିକ୍ ଢଙ୍ଗରେ ବିନିଯୋଗ କରାଯାଇପାରିବ, ଯାହା ଫଳରେ ଲୋକେ ବିଜେପି ସମର୍ଥିତ ନେତାଙ୍କ ଉପରେ ଭରସା ବଢାଇପାରିବେ, ବିଶେଷକରି ଫେରୁଥିବା ପ୍ରବାସୀ ଶ୍ରମିକ ବିଜେପି ଆଡକୁ ଢଳିବେ, ସେ ଲାଗି ସଭାପତି ସେମାନଙ୍କ ଲାଗି ବାଟ ଖୋଲି ଦେଇଛନ୍ତି। ଏହି ଆଳରେ ସବୁ ପଞ୍ଚାୟତରେ ସକ୍ରିୟ ହେବା ଲାଗି ବିଜେପିକୁ ରାସ୍ତା ଫିଟିଯାଇଛି।

Leave A Reply

Your email address will not be published.