ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କୋଭିଡ଼କୁ ପ୍ରସଙ୍ଗ କଲା ରାଜ୍ୟ ବିଜେପି!

0
  • କଟକରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଲେ ନେତା
  • ୪ଦଫା ଦାବି ରଖି ପୂରଣ ପାଇଁ ଜିଦ୍ ଧରିଲା ବିଜେପି

ଭୁବନେଶ୍ବର: କୋଭିଡ଼ ଅନିୟମିତତା ଅଭିଯୋଗକୁ ବଡ଼ ପ୍ରସଙ୍ଗ କରିବା ଲାଗି ବିଜେପି ପାଗ ଭିଡ଼ିଛି। ଆଜି କଟକ ଜିଲ୍ଲାପାଳଙ୍କୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି। ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି।

ସ୍ମାରକ ପତ୍ରରେ ବିଜେପି କହିଛି, କଟକ ଜିଲ୍ଲାରେ କଟକ ଜିଲ୍ଲାରେ କୋଭିଡ-୧୯ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଛି। ସରକାରଙ୍କ ସୂଚନା ଅନୁଯାୟୀ ୬୧୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୨୨୦୦ରୁ ଉର୍ଦ୍ଧ୍ୱ ଶଯ୍ୟା ବ୍ୟସ୍ଥା କରାଯାଇଅଛି।ଅନ୍ୟପକ୍ଷରେ କଟକ ଜିଲ୍ଲାରେ ୫୯,‍‌‍୩୧୫ ପ୍ରବାସୀଙ୍କ ନାମ ରେଜିଷ୍ଟ୍ରେସନ ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ୧୩,୨୩୩ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି। ତନ୍ମଧ୍ୟରୁ ୭୨୪ ଜଣଙ୍କର ୨୧ଦିନ ଅବଧି ଶେଷ ହୋଇଛି.ଜିଲ୍ଲାରେ ୨୨୦୦୦ ରୁ ଉର୍ଦ୍ଧ୍ବ ଶଯ୍ୟାର ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ କହୁଥିବା ବେଳେ ୧୪ଦିନ ଅବଧି ପୂର୍ବରୁ ଅନେକ କେନ୍ଦ୍ରରୁ ପ୍ରବାସୀଙ୍କୁ ବାଧ୍ୟତାମୂଳକ ଭାବେ ବିଦାୟ କରି ଦିଆଯାଇଛି ଏପରିକି ସ୍ୱାବ ପରୀକ୍ଷା ମଧ୍ୟ କରାଯାଇନାହିଁ।

ଏହା ଦ୍ୱାରା ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ହେବା ପାଇଁ ରାସ୍ତା ତିଆରି କରୁଛନ୍ତି ଖୋଦ ସରକାର ବୋଲି ଦଳ ଅଭିଯୋଗ କରି ନରସିଂହପୁର ଅଞ୍ଚଳର ଏକ ଘଟଣାକୁ ଉଦାହରଣ ଭାବେ ନେଇଛି। ଏଥିସହିତ ଜିଲ୍ଲାପାଳଙ୍କ ନିକଟରେ ଦଳ ପକ୍ଷରୁ ଚାରି ଦଫା ଦାବି ରଖାଯାଇଛି। ଏଥିରେ କୁହାଯାଇଛି, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ସମସ୍ତ ପ୍ରବାସୀଙ୍କ ସ୍ୱାବ ପରୀକ୍ଷାକୁ ନିଶ୍ଚିତ କରାଯାଉ.ଟେଷ୍ଟିଙ୍ଗ ରିପୋର୍ଟ ନଆସିବା ଯାଏ ସେମାନଙ୍କୁ କେନ୍ଦ୍ରରେ ରଖାଯାଉ। କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀଙ୍କୁ ଅନ୍ୟୂନ ୧୪ଦିନ ପର୍ଯ୍ୟନ୍ତ ସୁରକ୍ଷାର ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଉ ୧୪ ଦିନ ପୂର୍ବରୁ ଯେଉଁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ତାହାକୁ ନିଷିଦ୍ଧ କରାଯାଉ। ସରକାରଙ୍କ ପୂର୍ବ ଘୋଷଣା ମୁତାବକ ୨୦୦୦ଟଙ୍କା ଚିକିତ୍ସା ଖର୍ଚ୍ଚ କେନ୍ଦ୍ରରେ ରହିଥିବା ପ୍ରତ୍ୟେକ ପ୍ରବାସୀଙ୍କୁ ପ୍ରଦାନ କରାଯାଉ। ଏହାବ୍ୟତୀତ ଯେଉଁ ପ୍ରବାସୀଙ୍କର ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା ନାହିଁ ଅର୍ଥାତ ଯାହାର ଆବଶ୍ୟକ ଘର ନାହିଁ ସେ କ୍ଷେତ୍ରରେ ହୋମ୍ କ୍ୱାରେଣ୍ଟାଇନ ଅବଧିକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବାକୁ ସୁଯୋଗ ଦିଆଯାଉ।

ବିଜେପି ସଭାପତି ପ୍ରକାଶ ବେହେରା, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ରାଜ୍ୟ ଉପସଭାପତି ନୟନ ମହାନ୍ତି, ରାଜ୍ୟ ସଂପାଦକ ଦିଲ୍ଲୀପ ମହାନ୍ତି, ଶାରଦା ପ୍ରଧାନ, ବ୍ରଜେନ୍ଦ୍ର ରାୟ, ବିଜୟ ଦଳବେହେରା, ଶୁଭ୍ରାଂଶୁ ପାଢୀ ଓ ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଥିଲେ।

Leave A Reply

Your email address will not be published.