ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ଭଲ ବର୍ଷା!

0
  • ଆରବ ସାଗରରେ ଆସୁଥିବା ଭୀଷଣ ବାତ୍ୟା ମହାରାଷ୍ଟ୍ରରେ ସ୍ଥଳଭାଗ ଛୁଇଁବ
  • ଚଳିତବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ଅଧିକ ବୋଲି ପୂର୍ବାନୁମାନ
  • ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିବ, ୧୦ ପରେ ବଢିପାରେ ବର୍ଷା

ଭୁବନେଶ୍ବର (ସାର୍ଥକ ମିଶ୍ର): ଭାରତ ଭୂଖଣ୍ଡ ଛୁଇଁଲା ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ। ପୂର୍ବାନୁମାନ ମୁତାବକ ଜୁନ୍ ୧ ରେ ମୌସୁମୀ କେରଳ ଛୁଇଁଛି। କେରଳରେ ଗତ ୪୮ ଘଣ୍ଟା ଧରି ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟା ରେ ୭୦% ରୁ ଅଧିକ ଷ୍ଟେସନ୍ ରେ ୨.୫ ମିମି ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପବନର ଗତି ଦକ୍ଷିଣ ପଶ୍ଚିମ ଦିଗ ରୁ ରହିଛି।

ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ କେରଳ , ଗୋଆ, ମହାରାଷ୍ଟ୍ର , ଗୁଜରାଟ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି କ୍ଷେତ୍ର ଆସନ୍ତା ୩ ତାରିଖ ଅପରାହ୍ନ ରେ ଏହି କ୍ଷେତ୍ର ଭୀଷଣ ବାତ୍ୟା ର ରୂପ ନେଇ ମହାରାଷ୍ଟ୍ରରେ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବରେ ମହାରାଷ୍ଟ୍ର ଉପକୂଳ ରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ଓ ପବନ ୧୦୦କିମି ରୁ ଅଧିକ ହୋଇପାରେ।

ମୋୖସୁମୀ ଆସିବା ସହିତ ଆଜି ଠାରୁ ଭାରତ ରେ ବର୍ଷା ଋତୁ ଆରମ୍ଭ ହୋଇଛି । ଚଳିତ ବର୍ଷ ମୌସୁମୀ ଋତୁରେ (ଜୁନ୍ ୧ ରୁ ସେପ୍ଟେମ୍ବର ୩୦ ଯାଏ ) ହାରାହାରି ୧୦୨% ବର୍ଷା ହୋଇପାରେ ଏଥିରେ ୪% ବେଶୀ କିମ୍ବା କମ୍ ହୋଇପାରେ। ଦୁର୍ବଳ ଲାନିନୋ ର ପ୍ରଭାବ ରେ ଅଧିକ ବର୍ଷା ହୋଇପାରେ । ସେହିପରି ମୌସୁମୀ ଋତୁରେ ପଶ୍ଚିମ ଭାରତ ରେ ୧୦୭% ବର୍ଷା ହେବାକୁ ଥିବା ବେଳେ , କେନ୍ଦ୍ରୀୟ ଭାରତରେ ୧୦୩% , ଦକ୍ଷିଣ ଭାରତରେ ୧୦୨%, ଉତ୍ତର ପୂର୍ବ ଭାରତ ରେ ୯୬% ବର୍ଷା ହୋଇପାରେ। ଏଥିରେ ୮% କମ୍ ବା ବେଶୀ ହୋଇପାରେ ଯାହା ଅଧିକ ବର୍ଷା ର ସଂକେତ ଦେଉଛି।

ଜୁଲାଇ ମାସରେ ୧୦୩% ବର୍ଷା ହେବାକୁ ଥିବା ବେଳେ ଅଗଷ୍ଟ ରେ ୯୭% ବର୍ଷା ସମ୍ଭାବନା ରହିଛି, ଏଥିରେ ୯% କମ୍ ବା ବେଶୀ ହୋଇପାରେ। ଦେଶ ରେ ମୌସୁମୀ ଋତୁ ରେ ସ୍ଵାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା ୧୫% ଥିବା ବେଳେ , ସ୍ଵାଭାବିକ ବର୍ଷା ସମ୍ଭାବନା ୪୧%, ସ୍ଵାଭାବିକ ଠାରୁ ଅଧିକ ବର୍ଷା ୨୫% , ଅତ୍ୟଧିକ ବର୍ଷା ୧୪ % ରହିଛି । ତେବେ ଏଥିରୁ ଜଣାଯାଏ ଯେ, ଚଳିତ ବର୍ଷ ଦେଶ ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ ।

ତେବେ ଓଡ଼ିଶା ରେ ମୌସୁମୀ ପହଞ୍ଚିବା ସାମାନ୍ୟ ବିଳମ୍ବ ହୋଇପାରେ । ଆରବସାଗର ରେ ବିକଶିତ ବାତ୍ୟା କ୍ଷେତ୍ର ଯିବାପରେ ମୌସୁମୀର ଗତିଶୀଳତା ଧିମା ହେବାର ସମ୍ଭାବନା ଅଛି । କିନ୍ତୁ ଜୁନ୍ ୭ବେଳକୁ ମିଆଁମାର ଉପକୂଳ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଯାହା ପରବର୍ତ୍ତୀ ସମୟ ରେ ଘନୀଭୂତ ହୋଇ ଅବପାତ ରୂପ ନେଇ ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳ ରେ ପାହଞ୍ଚିପରେ ତେଣୁ ଓଡ଼ିଶା ରେ ୧୦ ତାରିଖ ପରେ ବର୍ଷା ବଢିପାରେ ।

Leave A Reply

Your email address will not be published.