ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ପରିବର୍ତନ ହେବ ଗାଡ଼ି ଲାଇସେନ୍ସ ଓ ପଞ୍ଜୀକରଣ ନିୟମ!

0

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଏବଂ ନୂତନ ଯାନର ପଞ୍ଜୀକରଣ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହୋଇପାରେ। ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ସଂଶୋଧନ ପ୍ରକ୍ରିୟା ଶେଷ ହେବ ବୋଲି ସରକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଯଦି କୌଣସି ଗାଡ଼ିରେ ତ୍ରୁଟି ଥାଏ,ତେବେ ଗାଡି ତିଆରି କରୁଥିବା କମ୍ପାନି ଉପରେ ଜରିମାନା ବୃଦ୍ଧି କରାଯାଇପାରିବ। ଏହି ଜରିମାନାକୁ ପରିମାଣ ୧୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ଜରିମାନା ପରିମାଣ ଯାନର ପ୍ରକାର ଏବଂ ତ୍ରୁଟିପୂର୍ଣ୍ଣ ଯାନ ସଂଖ୍ୟା ଉପରେ ନିର୍ଭର କରିବ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ମୋଟର ଯାନ ନିୟମାବଳୀ ସଂଶୋଧନ ପାଇଁ ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ପୁନର୍ବାର ସମସ୍ତ ହିତାଧିକାରୀଙ୍କ ମତାମତ ଏବଂ ମନ୍ତବ୍ୟ ମାଗିଛି। ନୂତନ ଯାନର ପଞ୍ଜୀକରଣ, ଏବଂ ଡ୍ରାଇଭିଂ ଲାଇସେନ୍ସ ପରିବର୍ତ୍ତନ ଉପରେ ପରାମର୍ଶ ମାଗିଛି। ୬୦ ଦିନ ମଧ୍ୟରେ ଜନସାଧାରଣ ସେମାନଙ୍କ ମତାମତ ଦେବେ।

ପୂର୍ବରୁ ସରକାର ମାର୍ଚ୍ଚ ୧୮ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଅର୍ଥାତ୍ ତିନି ମାସ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।

Leave A Reply

Your email address will not be published.