ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ନୂଆ ଯୋଜନା ଉପରେ ଲାଗିଲା ରୋକ୍

0
  • ଅର୍ଥନୀତି ଉପରେ ପଡ଼ିଲା କରୋନା ମାଡ଼, ଭୟଙ୍କ ବିପର୍ଯ୍ୟୟ ଆଡ଼କୁ ଗତି କଲାଣି
  • ଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବ କେନ୍ଦ୍ର
  • ରାଜସ୍ୱ ହ୍ରାସ ପାଇଛି, ଅଧିକ ଋଣ ମୁହାଁ କେନ୍ଦ୍ର ସରକାର, ୧୨ଲକ୍ଷ କୋଟି ଆଣିବେ
  • ପ୍ରଥମ ମାସରେ ଆନୁମାନିକ ଆର୍ଥିକ ନିଅଣ୍ଟ ଏକ ତୃତୀୟାଂଶରୁ ଅଧିକ ହେଲାଣି

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ତାଲା ଯୋଗୁଁ ଦେଶର ଅର୍ଥନୀତି ଭୟଙ୍କର ଭାବେ ବିପର୍ଯ୍ୟସ୍ତ ହୋଇଛି। ରାଜସ୍ବ ଗଭୀର ଭାବେ ହ୍ରାସ ପାଇଥିବା ବେଳେ ସରକାରଙ୍କ ଖର୍ଚ୍ଚରେ ବଡ଼ ଧରଣର ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତି ଏବେ କେବଳ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବା ଆରମ୍ଭ କରିଛି ତା ନୁହେଁ, ଚଳିତବର୍ଷର ବଜେଟ୍କୁ ପ୍ରଭାବିତ କଲାଣି। ସ୍ଥିତି ଭୟଙ୍କର ଆଡ଼କୁ ଯାଉଥିବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ନୂଆ ଯୋଜନା ପ୍ରଣୟନ ଉପରେ କେନ୍ଦ୍ର ରୋକ୍ ଲଗାଇଥିବା ସୂଚନା ମିଳିଛି।

ଆସନ୍ତା ୯ ମାସ ଅର୍ଥାତ୍ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରାଳୟ ଦ୍ବାରା ଅନୁମୋଦିତ ନୂଆ ଯୋଜନା ପ୍ରଣୟନ ହୋଇପାରିବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ ନିର୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ସେହି ଯୋଜନାଗୁଡିକ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ଯେଉଁଥିପାଇଁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ନୀତିଗତ ଅନୁମୋଦନ ଦେଇଛି।

ତେବେ ଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ଏଭଳି କଟକଣା ଲାଗୁ ହେବ ନାହିଁ। ସରକାର ଦେଇଥିବା ଆଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଭିନ୍ନ ମନ୍ତ୍ରାଳୟ ନୂତନ ଯୋଜନା ଆରମ୍ଭ କରିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କିମ୍ବା ଆତ୍ମ ​​ନିର୍ଭରଶୀଳ ଭାରତ ଅଭିୟନ ଅଧୀନରେ ଘୋଷିତ ଯୋଜନାଗୁଡିକ ଉପରେ କେବଳ ଧ୍ୟାନ ଦିଆଯିବା ଦରକାର।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ପ୍ରସ୍ତାବ (୫୦୦କୋଟିରୁ ଅଧିକ ଯୋଜନା) ଅନ୍ତର୍ଭୁକ୍ତ କରି ୨୦୨୦-୨୧ ଆର୍ଥିକ ବର୍ଷରେ ପୂର୍ବରୁ ଅନୁମୋଦିତ କିମ୍ବା ଅନୁମୋଦିତ ନୂତନ ଯୋଜନାଗୁଡିକର ପ୍ରବର୍ତ୍ତନ ଏକ ବର୍ଷ ପାଇଁ ସ୍ଥଗିତ ରହିବ। ସରକାର କମ୍ ରାଜସ୍ୱ ପାଉଥିବାରୁ କରୋନା ସଙ୍କଟ କାରଣରୁ ଅର୍ଥ ମନ୍ତ୍ରାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ ସହିତ ଉପଲବ୍ଧ ରିପୋର୍ଟରେ ଦର୍ଶାଯାଇଛି ଯେ ଏପ୍ରିଲ୍ ୨୦୨୦ ରେ ଆୟ ୨୭,୫୪୮ କୋଟି ଟଙ୍କା ଥିଲା, ଯାହା ବଜେଟ୍ ଆକଳନର ୧.୨%। ସରକାର ୩.୦୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏହା ବଜେଟର ଆନୁମାନିକର ୧୦ ପ୍ରତିଶତ ଥିଲା।

ଆର୍ଥିକ ସଙ୍କଟ ଯୋଗୁଁ ସରକାର ଅଧିକ ଋଣ ମଧ୍ୟ ନେବା ଆରମ୍ଭ କରିଛନ୍ତି। ସମ୍ପ୍ରତି ସରକାର ଘୋଷଣା କରିଛନ୍ତି ଯେ ବଜାରରୁ ଚଳିତ ଆର୍ଥିକ ବର୍ଷ ପାଇଁ ଋଣ ପରିମାଣ ବର୍ତ୍ତମାନର ୪.୨ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଆନୁମାନିକ ଋଣ ୭.୮୦ ଲକ୍ଷ କୋଟି ବଦଳରେ ୧୨ ଲକ୍ଷ କୋଟି ହେବ। କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଦର୍ଶାଉଛି ଯେ ଆର୍ଥିକ ବର୍ଷର ପ୍ରଥମ ମାସରେ ଆନୁମାନିକ ଆର୍ଥିକ ନିଅଣ୍ଟ ଏକ ତୃତୀୟାଂଶରୁ ଅଧିକ ହୋଇଛି।

Leave A Reply

Your email address will not be published.