ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

କେମିତି ହୁଏ ଗଜାନନ ବେଶର ନିର୍ମାଣ

0

ପୁରୀ: ଚତୁର୍ଧାମୂର୍ତିଙ୍କର ଗଜାନନ ବେଶ ଆରମ୍ଭ ହୋଇଛି। ରତ୍ନବେଦୀରେ ମହାପ୍ରଭୁ ଆଜି ଏଭଳି ଏକ ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ହେଲେ ଏହି ବେଶ ନିର୍ମାଣ ପଛର ରହସ୍ୟ ବି ବେଶ ରୋଚକ।

ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବିଶ୍ୱ ସାମ୍ନାରେ ଉପସ୍ଥାପନା ଦାୟିତ୍ୱ ସାଧୁ ସନ୍ଥଙ୍କ ହାତରେ ନିହିତ ଥିଲା । ଏ କ୍ଷେତ୍ରରେ ମଠମାନଙ୍କ ଭୂମିକାକୁ ଏଡାଇ ଦିଆଯାଇପାରିବ ନାହିଁ । ଏଇ ଯେମିତି ସ୍ନାନ ଯାତ୍ରାରେ ମହାପ୍ରଭୁଙ୍କ ଗଜାନନ ବେଶ ପ୍ରସ୍ତୁତିରେ ଦୁଇଟି ମଠର ବଡ଼ ଭୂମିକା ରହିଛି । ଗୋଟିଏ ହେଲା ରାଘବ ଦାସ ମଠ, ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ।

ଅକ୍ଷୟତୃତୀୟା ଦିନ କେବଳ ମହାପ୍ରଭୁଙ୍କର ରଥର ଅନୁକୂଳ ହୋଇଥାଏ ବା ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ, ତା ନୁହେଁ ; ସେଦିନ ମହାପ୍ରଭୁଙ୍କର ହାତୀ ବେଶ ନିର୍ମାଣ କାମ ଆରମ୍ଭ କରିଥାନ୍ତି ରାଘବ ଦାସ ଓ ଗୋପାଳ ତୀର୍ଥ ମଠ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରମ୍ପରା ସହିତ ଯୋଡି ହୋଇ ରହିଥିବା ଦରଜି, ଚିତ୍ରକର,କାରିଗର ପ୍ରମୁଖ ଏହି ନିର୍ମାଣ କରିଥାନ୍ତି । ସେବେଠାରୁ ସେମାନେ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି ।

ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ନିର୍ମାଣ ଦାୟିତ୍ୱ ରାଘବ ଦାସ ମଠ ଉପରେ ନିହିତ ରହିଛି । ଶ୍ରୀ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ଯୋଗାଇଥାନ୍ତି ଗୋପାଳତୀର୍ଥ ମଠ । କୌତୂହଳର କଥା ହେଲା, ଏହି ବେଶ ପାଇଁ ପୁରୀ ଛଇତନାରୁ ତାଟ ଆସୁଥିଲା । ଏବେ କିନ୍ତୁ ମଠ ନିଜେ ଏହାକୁ ପ୍ରସ୍ତୁତ କରୁଛନ୍ତି ।

ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ୩ ଗୋଛା ଆସିଥାଏ । ମହାପ୍ରଭୁଙ୍କୁ ଲାଗି ପୂର୍ବରୁ ପ୍ରଥମେ ବେଶକୁ ସଂସ୍କାର କରି ପଣା ଭୋଗ କରାଯାଇଥାଏ । ଏହାପରେ କାହାଳି, ଘଣ୍ଟ, ଘସା ବାଦ୍ୟ ସହିତ ସ୍ୱତନ୍ତ୍ର ଯାତ୍ରାରେ ଏହାଙ୍କୁ ଶ୍ରୀମନ୍ଦିରକୁ ଅଣାଯାଇଥାଏ । ଭିତରଚ୍ଛ, ତଳୁଚ୍ଛ, ପୁଷ୍ପାଳକ, ଦଇତା, ଖୁଣ୍ଟିଆ ପ୍ରଭୁଙ୍କର ଗଜାନନ ବେଶ କରାଇଥାନ୍ତି । ବେଶ ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖରେ କର୍ପୁର ଲାଗି ହୋଇଥାଏ ।

Leave A Reply

Your email address will not be published.