ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ଜାଣନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର ରହସ୍ୟ

0

ପୁରୀ : ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍‍ ସ୍ନାନ ପୂର୍ଣ୍ଣିମା ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବୋଲି କୁହାଯାଇଥାଏ । କେହି କେହି ଶ୍ରୀ ବିଗ୍ରହଙ୍କର ପ୍ରତ୍ୟକ୍ଷ ସ୍ନାନ ଦେଖିବାକୁ ଆସିଥାନ୍ତି ଓ ଆଉ କେହି କେହି ଏହାକୁ ମଞ୍ଚା ସ୍ନାନ ବୋଲି କହିଥାନ୍ତି ।

ଜନଶ୍ରୁତି ଅଛି, ଭାରତବର୍ଷର ସବୁ ତୀର୍ଥ ସ୍ଥାନକୁ ଜଳ ଆଣି ଏକଦା ଶ୍ରୀଜିଉମାନଙ୍କର ଏହି ସ୍ନାନ ବିଧି ସମ୍ପର୍ଣ୍ଣ ହେଉଥିଲା । ପରେ ଏହା କଷ୍ଟସାଧ୍ୟ ହେବାରୁ ଏହି ସୁନା ପାତ୍ରରେ ଆସୁଥିବା ଏହି ଜଳକୁ ଦେବୀ ଶୀତଳାଙ୍କ ମନ୍ଦିର ସମ୍ମୁଖ କୂଅରେ ବୁଡାଇ ରଖାଯାଇଥିଲା । ସେବେଠାରୁ ଏହାକୁ ସୁନା କୂଅ (ଗୋଲେଇ ପାଞ୍ଚ ଫୁଟ, ଗଭୀର ୮୦ ଫୁଟ) ର ମାନ୍ୟତା ଦିଆଯାଇଛି ଓ ଏହି ଜଳକୁ ଅନ୍ୟ ଦିନ ବ୍ୟବହାର ନିଷିଦ୍ଧ ହୋଇଛି ।

ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ୧୦୮ ଗରା ଜଳ କଢାଯାଇ ତାହାକୁୁ ଚୁଆ, ଚନ୍ଦନ, କର୍ପୁର ଆଦି ପକାଇ ଅଧିବାସ କରାଯାଇଥାଏ । ଏହାକୁ ଶ୍ରୀମନ୍ଦିର ପରିସରସ୍ଥ ସରଘରରେ ରଖାଯାଇଥାଏ । କିନ୍ତୁ ସରଘର ଭାଙ୍ଗିଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିର୍ମିିତ କରିପାରିନାହାନ୍ତି । ଏଥିପାଇଁ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଛି।

ବ୍ରହ୍ମପୁରାଣ କହେ, ସ୍ନାନ ପୂର୍ଣ୍ଣମୀରେ ବିଷ୍ଣୁଙ୍କର ସ୍ନାନ ସର୍ବକାଳିକ । ଏହି ଦିନ ପ୍ରଭୁ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ମହାସ୍ନାନ ବିଧାନ ଅନୁସାରେ, ସେବେ ସ୍ନାନଯାତ୍ରା କରାଯାଇଥିଲା । ନୀଳାଦ୍ରି ମହୋଦୟ କହେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ମହାସ୍ନାନ ସଂପର୍କରେ ସୂଚାଇଥିଲେ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ଏହିଠାରୁ ଆରମ୍ଭ ହୋଇଥାଏ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ, ଶ୍ରୀ ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଓ ସୁଦର୍ଶନଙ୍କୁ ୧୮ ଗଡୁ ସୁଗନ୍ଧିତ ଜଳରେ ସ୍ନାନ କରାଯାଇଥାଏ । ଏହି ଜଳ ସ୍ନାନ ପୂର୍ବରୁ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ପୂଜା ହୋଇଥାନ୍ତି । ପୂଜା ପରେ ଅଭିମନ୍ତ୍ରିତ ଏହି ଜଳକୁ ରୂପା ପିଙ୍ଗଣରେ ଢଳାଯାଏ । ଏହା ପରେ ଶ୍ରୀଅଙ୍ଗ ସ୍ନାନ କରାଯାଇଥାଏ ।

ସ୍ନାନ ନୀତି ସମାହିତ ପରେ ପ୍ରଭୁଙ୍କୁ ପୁଷ୍ପାଳକ ଦିବ୍ୟ ବସ୍ତ୍ର, ପୁଷ୍ପମାଲ୍ୟ ଆଦି ପ୍ରଦାନ କରିଥାନ୍ତି । ୧୯୯୦ ମସିହା ପରଠାରୁ ପୁରୀ ଗଜପତି ମହାରାଜା ନିଜେ ଯାଇ ଛେରା ପହଁରା କରୁଛନ୍ତି । ଗଜପତି ଏହି ଦିନ ଶ୍ରୀନଅରରେ ଉପସ୍ଥିତ ରହି ବ୍ରତ ଉପବାସ କରିଥାନ୍ତି । ଗଜପତି ଅନୁପସ୍ଥିତ ଥିଲେ ମୁଦିରସ୍ତ ଏହି ସେବା ତୁଲାଇବାର ବିଧି ରହିଛି ।

Leave A Reply

Your email address will not be published.