ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପୁଣି ଡରାଇଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ

0
  • ଗୋଟିଏ ସପ୍ତାହରେ ୬୧ହଜାର କରୋନା ସଂକ୍ରାନ୍ତ ମାମଲା
  • କେବଳ ଶୁକ୍ରବାର ଭାରତରେ ୯୮୫୧ଟି ମାମଲା ରୁଜୁ
  • ସ୍ଥିତି ନ ବଦଳିଲେ, ପୁଣି ତାଲା ବନ୍ଦ ଏକମାତ୍ର ବାଟ
  • ଓଡ଼ିଶାରେ ସର୍ବାଧିକ ୧୭୩ କରୋନା ସଂକ୍ରମିତ ଚିହ୍ନଟ
  • ଶନିବାର ଓ ରବିବାର ଦୁଇଦିନ ୧୧ଟି ଜିଲ୍ଲା ସଟଡାଉନ୍

ନୂଆଦିଲ୍ଲୀ: ଦୀର୍ଘ ସମୟର ଲକଡାଉନ ପରେ ଭାରତରେ ବିଭିନ୍ନ କ୍ଷେତ୍ର ଖୋଲିବା ଆଡକୁ ଗତି କରୁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ଯ ବଢିବାରେ ଲାଗିଛି। ଏମିତି ଏକ ସମୟରେ ଦେଶରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନା ସଂକ୍ରାନ୍ତ ୬୧ ହଜାର ମାମଲା ଗୋଟିଏ ସପ୍ତାହରେ ରୁଜୁ ହୋଇଛି। ଏହି ଚିତ୍ର ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ବିଚଳିତ କରିଛି। ସେମାନେ କହିଛନ୍ତି ଯେ ସାମାଜିକ ଦୂରତା ଓ କରୋନା କଟକଣା ଉଲ୍ଲଂଘନ ଏହି ହାରରେ ବଢେ ତେବେ ପୁଣି ଥରେ ତାଲା ପକାଇବାକୁ ସରକାରଙ୍କୁ ପଡ଼ିପାରେ।

ଶୁକ୍ରବାର ଦିନ ଭାରତରେ ସର୍ବାଧିକ ୯୮୫୧ ଟି ନୂଆ ମାମଲା ହୋଇଥିଲା ବେଳେ ୨୭୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଭାରତର ପ୍ରସିଦ୍ଧ ଫୁସଫୁସ ସର୍ଜନ ଡାକ୍ତର ଅରବିନ୍ଦ କୁମାର ଗଣମାଧ୍ୟମକୁ କହିଛନ୍ତି, ଏହି ସମୟରେ ଲୋକମାନେ ଲକଡାଉନ୍ ପ୍ରୟୋଗ କରି ନିଜ ଘରେ ରହିବା ଜରୁରୀ ଅଟେ। ସେମାନେ ଚାରିଟି ନିୟମ ଅନୁସରଣ କରିବା ଉଚିତ୍। ଆବଶ୍ୟକତା ବିନା ବାହାରକୁ ଯାଆନ୍ତୁ ନାହିଁ। ସର୍ବଦା ମାସ୍କ ପିନ୍ଧନ୍ତୁ। ଦୂରତା ରଖନ୍ତୁ ଏବଂ ହାତ ଧୁଅନ୍ତୁ।

ଫୋର୍ଟିସ୍ ହସ୍ପିଟାଲ୍ ଡାକ୍ତର ବିବେକ ନାଙ୍ଗିଆ କହିଛନ୍ତି ଯେ ଦ୍ରୁତ ଗତିରେ ବଢୁଥିବା ମାମଲା ଚିନ୍ତାର କାରଣ ହୋଇଛି। ଏଭଳି ପରିସ୍ଥିତିରେ ମଲ୍ ଏବଂ ଧାର୍ମିକ ସ୍ଥାନ ଖୋଲିବାକୁ ବହୁତ ଶୀଘ୍ର ପଦକ୍ଷେପ ନେବା କଷ୍ଟ ହୋଇପାରେ। କାରଣ ସେଠାରେ ଲୋକେ ଏକତ୍ରିତ ହେବ ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଅସମ୍ଭବ ନୁହେଁ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ପରେ ଓଡ଼ିଶାରେ ପୁଣି ଥରେ କରୋନା ମୁକାବିଲା ସକ୍ରିୟତା ଦେଖାଦେଇଛି। ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନ ପୂରା ସଟଡାଉନ୍ ଘୋଷଣା କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଆଜି ରେକର୍ଡ ଛୁଇଁଛି। ରାଜ୍ୟରେ ସର୍ବାଧିକ ୧୭୩ ଜଣଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରାଣ୍ଟିନରେ ଥିବା ବେଳେ ବାକି ୨୩ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର। ସେହିଭଳି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ଛୁଇଁଛି। ଗଞ୍ଜାମରୁ ସର୍ବାଧିକ ୬୪ ଓ ଯାଜପୁରର ୧୯ ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି।

Leave A Reply

Your email address will not be published.