ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

କୃଷି ବିଭାଗ ବଡବାବୁ ଚାକିରିରୁ ତଡା ଖାଇଲେ

0
  • ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା
  • ଶୂନ୍ୟ ସହନଶୀଳତା ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ
  • ଜୁଲାଇରେ ୧୧ଲକ୍ଷରୁ ଅଧିକ ଟଙ୍କା ସହ ଧରାପଡିଥିଲେ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କୃଷି ଉପନିର୍ଦେଶକ ତଥା କୋରାପୁଟର ପୂର୍ବତନ ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସରକାର ଘୋଷଣା କରିଛନ୍ତି।

ଗତ ଜୁଲାଇ ୨ ତାରିଖରେ ଶ୍ରୀ ମହାନ୍ତି ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ତାଙ୍କ ନିକଟରୁ ୧୧ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ଏହି ଅର୍ଥ ସଂପର୍କରେ ସେ ପ୍ରକୃତ ତଥ୍ୟ ଦେଇପାରିନଥିଲେ। ସେହିଦିନ ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟକୁ ପଠାଇଥିଲା। ସରକାର ତାଙ୍କୁ ନିଲମ୍ବନ ମଧ୍ୟ କରିଥିଲେ। ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରି ପାଖାପାଖି ୩କୋଟି ୫୦ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତିର ହିସାବ ପାଇଥିଲା।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜନସେବାରେ ଉଚ୍ଚ ନୈତିକତା ଓ ଅଖଣ୍ଡତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଆସୁଛନ୍ତି। ଏଣୁ କୌଣସି ଅନୈତିକତା, ଅପାରଗତା କିମ୍ବା ଅଖଣ୍ଡତାର ଅଭାବ ପ୍ରତି ଶୂନ୍ୟ ସହନଶୀଳତା ନୀତି ପ୍ରୟୋଗ କରାଯିବାକୁ ସରକାର ପୂର୍ବରୁ ସ୍ଥିର କରିଛନ୍ତି। ତଦନୁଯାୟୀ ଶ୍ରୀ ମହାନ୍ତିଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି।

Leave A Reply

Your email address will not be published.